ଭୀମମଣ୍ଡଳୀ ଇକୋ ହେରିଟେଜ୍ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ୨୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମଞ୍ଜୁର, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ
ପର୍ଯ୍ୟଟନ ମାନଚିତ୍ରରେ ନୂଆ ପରିଚୟ ଦେବାକୁ ଯୋଜନା, ଇଣ୍ଟରପ୍ରିଟେସନ୍ ସେଣ୍ଟର ଓ ଭ୍ୟୁ ପଏଣ୍ଟ୍ ନିର୍ମାଣ ହେବ ଭୁବନେଶ୍ୱର , ୨୨ ନଭେମ୍ବର (ହି.ସ.)। ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲସ୍ଥିତ ଭୀମମଣ୍ଡଳୀ ଇକୋ ହେରିଟେଜ୍ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଓଡ଼ିଶା ସରକାର ୨୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଅନୁମୋ
ଧର୍ମେନ୍ଦ୍ର ପ୍ରଧାନ


ପର୍ଯ୍ୟଟନ ମାନଚିତ୍ରରେ ନୂଆ ପରିଚୟ ଦେବାକୁ ଯୋଜନା, ଇଣ୍ଟରପ୍ରିଟେସନ୍ ସେଣ୍ଟର ଓ ଭ୍ୟୁ ପଏଣ୍ଟ୍ ନିର୍ମାଣ ହେବ

ଭୁବନେଶ୍ୱର , ୨୨ ନଭେମ୍ବର (ହି.ସ.)। ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲସ୍ଥିତ ଭୀମମଣ୍ଡଳୀ ଇକୋ ହେରିଟେଜ୍ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଓଡ଼ିଶା ସରକାର ୨୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଅନୁମୋଦନ କରିଛନ୍ତି। ଏହାଦ୍ୱାରା ପ୍ରକୃତି ଓ ଐତିହ୍ୟର ଅନନ୍ୟ ସମନ୍ୱୟ ଥିବା ଏହି ସ୍ଥଳୀ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ନୂଆ ପରିଚୟ ହାସଲ କରିବାର ସୁଯୋଗ ପାଇବ।

ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ସାମାଜିକ ଗଣମାଧ୍ୟମରେ ଏହି ସୂଚନା ଦେଇ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏହି ପ୍ରକଳ୍ପ ଅନ୍ତର୍ଗତ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଇଣ୍ଟରପ୍ରିଟେସନ୍ ସେଣ୍ଟର, ଭ୍ୟୁ ପଏଣ୍ଟ୍, ସୌରଶକ୍ତି ବ୍ୟବସ୍ଥା ଓ ଶୌଚାଳୟ ଆଦି ନିର୍ମାଣ କରାଯିବ। ଏଥିସହ ପ୍ରକଳ୍ପର ପାଞ୍ଚ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ଦାୟିତ୍ୱ ମଧ୍ୟ ନିଆଯାଇଛି।

ଏହି ବିକାଶମୂଳକ ପଦକ୍ଷେପ ଦ୍ୱାରା ପର୍ଯ୍ୟଟକମାନେ ଉନ୍ନତ ସୁବିଧା ସହ ଭୀମମଣ୍ଡଳୀର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଐତିହାସିକ ମହତ୍ତ୍ୱକୁ ଉପଭୋଗ କରିପାରିବେ। ଏଥିସହ ସ୍ଥାନୀୟ ଅଞ୍ଚଳରେ ପର୍ଯ୍ୟଟନଭିତ୍ତିକ ବ୍ୟବସାୟ ଓ ରୋଜଗାରର ନୂଆ ସୁଯୋଗ ସୃଷ୍ଟି ହେବ। ଏହା ମାଧ୍ୟମରେ ଓଡ଼ିଶାର ସମୃଦ୍ଧ ପ୍ରାକୃତିକ ଓ ଐତିହ୍ୟ ସମ୍ପଦକୁ ଆଗାମୀ ପିଢ଼ି ପାଖରେ ପହଞ୍ଚାଇବା ସମ୍ଭବ ହେବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି।

-----------

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande