

ବଲାଙ୍ଗିର, 22 ନଭେମ୍ବର (ହି.ସ.)ଚାଇଲ୍ଡ ଲାଇଟ୍ ଫାଉଣ୍ଡେସନ ପକ୍ଷରୁ ଆଜି ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ଅନ୍ତର୍ଗତ ସର୍ଗୀମୁଣ୍ଡା ଗ୍ରାମରେ ଦାଦନ ପ୍ରପୀଡ଼ିତ ପ୍ରଥମ ରୁ ଦଶମ ଶ୍ରେଣୀ ପିଲାମାନଙ୍କୁ ପାଠ୍ୟ ଉପକରଣ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯାଇଛି। ଏହି ଉପଲକ୍ଷେ ଛାତ୍ର,ଯୁବକ,ଶିକ୍ଷକ, ବୁଦ୍ଧିଜୀବୀ, ଅଭିଭାବକ ମାନଙ୍କ ବୈଠକ ରେ ସଂଗଠନ ର ପ୍ରତିଷ୍ଠାତା ସିଦ୍ଧାର୍ଥ ଚକ୍ରବର୍ତ୍ତୀଙ୍କ ଉପସ୍ଥିତି ରେ ସମାଜସେବି ଅଶୋକ ମିଶ୍ର, ମଧୁସୂଦନ ବାଗ, ତାମସ୍ ବେହେରା,ଚନ୍ଦ୍ରକାନ୍ତି ସାହୁ, ଗୌରୀ ରାଉତ୍, ସୁନିଲ ଭୋଇ,ପ୍ରେମ ସିଂ ସମରଥ ଟିକେଶ୍ୱର୍ ମାଝି, ଶ୍ରୀରାମ ନାଏକ, ହେମ ସାଗର ନାଏକ, ଯଦୁମଣି କୁମ୍ଭାର, କୃଷ୍ଣ ଭାଟି, ମୋହନ ସୁନା,ବିକାଶ ବାଗ, ବିନ୍ଦୁ ସାଗର ବାରିକ୍,ଏବଂ ସ୍ଥାନୀୟ ସ୍ୱେଚ୍ଛା ସେବକ୍ ମାନେ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଦୁଇ ଶହ କୋଡ଼ିଏ ଜଣ ପ୍ରଥମ ରୁ ଦଶମ ଶ୍ରେଣୀ ଛାତ୍ରୀ ଛାତ୍ରଙ୍କୁ ପାଠ୍ୟ ଉପକରଣ ପରୀକ୍ଷା ବୋଡ, କମ୍ପାକ୍ସ, ଖାତା, କଲମ, ଡ୍ରଇଂ ସାମଗ୍ରୀ, ମହାମନିଷୀ ମାନଙ୍କ ପୁସ୍ତକ ଓ ଅନ୍ୟାନ୍ୟ ସାମଗ୍ରୀ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ କନ୍ଧେନଝୁଲା, ଦର୍ଲିପାଲି , ଗମ୍ଭାରୀ, ପଞ୍ଚାୟତର ଛାତ୍ର ଛାତ୍ରୀ ଯୋଗ୍ ଦେଇଥିଲେ। ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଦେଶାତ୍ମକ ଗୀତ ପ୍ରଗତିଶୀଲ ଗୀତ ସିଖାଯାଇଥିଲା। ଏବଂ ମହାନ୍ ସହିଦ୍ ବାଜି ରାଉତଙ୍କ ଫଟୋ ଚିତ୍ର ରେ ପୁଷ୍ପ ଗୁଚ୍ଛ ଦିଆଯାଇଥିଲା। ପିଲାମାନଙ୍କୁ ଉନ୍ନତ ମଣିଷ ହେବାପାଇଁ ଶିକ୍ଷା ଦିଆଯାଇଥିଲା। ଏବଂ ଆଗାମୀ ଦିନରେ ପାଠପଢ଼ାକୁ ଜାରି ରଖିବା ପାଇଁ ଅସହାୟ ଗରିବ ପିଲାଙ୍କୁ ସମସ୍ତ ପ୍ରକାର ପ୍ରୋତ୍ସାହନ ଦିଆଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ