

ବଲାଙ୍ଗିର, ୨୨ ନଭେମ୍ବର (ହି.ସ.)- ପୃଥ୍ୱୀରାଜ ହାଇସ୍କୁଲ ୧୯୭୭ ବ୍ୟାଚର ସୁବର୍ଣ୍ଣ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ହାଇସ୍କୁଲ ସ୍ତରୀୟ ଫୁଟବଲ ପ୍ରତିଯୋଗିତାର ଖେଳରେ ପି.ପି.ଏକାଡେମୀ ଟ୍ରାଇବ୍ରେକର ରେ କୁରୁଲ ରାମଜୀ ହାଇସ୍କୁଲ କୁ ଏବଂ ଚନ୍ଦନଭାଟି ପଂଚାୟତ ହାଇସ୍କୁଲ ଟ୍ରାଇବ୍ରେକର ରେ ଟାଉନ ହାଇସ୍କୁଲକୁ ହରାଇ ବିଜୟୀ ହେଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡା ସଂସଦ ସଭ୍ୟ ଜୟରାମ ମିଶ୍ର, ପୂର୍ବତନ ଖେଳାଳି ଲୋକନାଥ ନେପାକ, ଶିକ୍ଷାବିତ ସୁଧାନିଧି ହୋତା, କ୍ରୀଡା ସଂଗଠକ ଶଶି ଶେଖର ପଣ୍ଡା, ଫୁଟବଲ କୋଚ ସୌମେନ୍ଦ୍ର ପରିଚ୍ଛା, ପୂର୍ବତନ ଖେଳାଳି ସୁନିଲ ଚନ୍ଦ୍ର ବିଶ୍ୱାଲ ଓ କ୍ରୀଡା ସଂସଦର କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡା ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଆବାହକ ଡା. ସିଦ୍ଧେଶ୍ୱର ମିଶ୍ରଙ୍କ ସଂଯୋଜନା ରେ ଅନୁଷ୍ଠିତ ଖେଳରେ ସଂଘ ସଭାପତି ମୋହନ ଗୋପାଳ ପଣ୍ଡା, ଉପସଭାପତି ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ସଂପାଦକ ଡା. ସୁକାନ୍ତ ପୁରୋହିତ, ସଦସ୍ୟ ବିରେନ୍ଦ୍ର କୁମାର ମିଶ୍ର, ନରେନ୍ଦ୍ର ଆଚାର୍ଯ୍ୟ, ସଲିମ ଖାନ, ରାଜ କିଶୋର ଦାଶ, ସତ୍ୟନାରାୟଣ ପଣ୍ଡା, ପ୍ରଦୀପ ସାଏ, ଭଗବାନ ବଗର୍ତ୍ତି, ଜୟପ୍ରକାଶ ପଣ୍ଡା, ଶରତ ଶ୍ରୀଚନ୍ଦନ, ଅମରଦୀପ ପାଣିଗ୍ରାହୀ, ସନ୍ତୋଷ ତ୍ରିପାଠି, ବୁଦ୍ଧିଆ ବାଗ, ଜଗଦିଶ ନାଥ, ହରେରାମ ପାଣିଗ୍ରାହୀ ଓ ରାଜେନ୍ଦ୍ର ମିଶ୍ର ମଂଚାସିନ ଥିଲେ ।
ସୁଦର୍ଶନ ସେଠ, ସୁଶାନ୍ତ ନାଗ, ଜିତୁ ଦଲାଇ, ନରସିଂସ୍ୱାମି ନାଇଡୁ, ପ୍ରଫୁଲ୍ଲ ବଗର୍ତ୍ତି, ଉମେଶ ଭୋଇ, ଧନେଶ୍ୱର ସେଠ, ବୈକୁଣ୍ଠ ଜେନା ଓ ଭରତ ଖେଳ ରେଫରି ଦାୟିତ୍ୱ ତୁଲାଇ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ