ପ୍ରଜା ଆନ୍ଦୋଳନର ପୁରୋଧା ଯୋଗେଶ୍ୱର କୁମୁରାଙ୍କ ୧୨୫ତମ ଜନ୍ମ ବାର୍ଷିକୀରେ ବଲାଙ୍ଗିରରେ ସ୍ୱାଧିନତା ଆନ୍ଦୋଳନର ପଦଧ୍ୱନୀ ଶୀର୍ଷକ ଆଲୋଚନା ଚକ୍ର ସାମନ୍ତବାଦୀ ମାନସିକତାର ମୁକ୍ତି ଓ ଅର୍ଥ ନୈତିକ ସମତା ହିଁ ପ୍ରକୃତ ସ୍ୱାଧିନତା - ନରସିଂହ
ବଲାଙ୍ଗିର, ୨୨ ନଭେମ୍ବର (ହି.ସ.) - ବଲାଙ୍ଗିର ସହର ସ୍ଥିତ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରା ସ୍ମୃତି କମିଟି ଆନୁକୁଲ୍ୟରେ ପ୍ରଜା ଆନ୍ଦୋଳନର ପୁରୋଧା ତଥା ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୧୨୫ତମ ଜନ୍ମ ବାର୍ଷିକିରେ ବଲାଙ୍ଗିର ରେ ସ୍ୱାଧିନତ
ପ୍ରଜା ଆନ୍ଦୋଳନର ପୁରୋଧା ଯୋଗେଶ୍ୱର କୁମୁରା ଙ୍କ ୧୨୫ତମ ଜନ୍ମ ବାର୍ଷିକିରେ ବଲାଙ୍ଗିର ରେ ସ୍ୱାଧିନତା ଆନ୍ଦୋଳନର ପଦଧ୍ୱନୀ ଶିର୍ଷକ ଆଲୋଚନା ଚକ୍ର ସାମନ୍ତବାଦୀ ମାନସିକତାର ମୁକ୍ତି ଓ ଅର୍ଥ ନୈତିକ ସମତା ହିଁ ପ୍ରକୃତ ସ୍ୱାଧିନତା - ନରସିଂହ


ବଲାଙ୍ଗିର, ୨୨ ନଭେମ୍ବର (ହି.ସ.) - ବଲାଙ୍ଗିର ସହର ସ୍ଥିତ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରା ସ୍ମୃତି କମିଟି ଆନୁକୁଲ୍ୟରେ ପ୍ରଜା ଆନ୍ଦୋଳନର ପୁରୋଧା ତଥା ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୧୨୫ତମ ଜନ୍ମ ବାର୍ଷିକିରେ ବଲାଙ୍ଗିର ରେ ସ୍ୱାଧିନତା ଆନ୍ଦୋଳନର ପଦଧ୍ୱନୀ ଶିର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଯୋଗ ଦେଇ ରାଜତନ୍ତ୍ର ରୁ ଗଣତନ୍ତ୍ରକୁ ପରିବର୍ତନ ହୋଇଥିଲେ ମଧ୍ୟ ସମାଜରୁ ସାମନ୍ତବାଦୀ ମାନସିକତା ଅବସାନ ଘଟିନାହିଁ । ଯେଉଁ ଦିନ ଆମେ ଏହି ମାନସିକତାରୁ ଉର୍ଦ୍ଧ୍ୱ କୁ ଉଠି ସମାଜର ସମଗ୍ରିକ ବିକାଶ ଓ ଅର୍ଥନୈତିକ ସମତା ପ୍ରତିଷ୍ଠା ପାଇଁ ଚିନ୍ତା କରିବା ସେହି ଦିନ ହିଁ ପ୍ରକୃତ ସ୍ୱାଧିନତା ଅନୁଭବ କରିପାରିବା । ବଲାଙ୍ଗିର ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅବହେଳିତ ହୋଇଛି ଶିକ୍ଷକ ଓ ଡାକ୍ତରଙ୍କ ଅଭାବ ଦୂର କରିବା ସହ ସମାଜର ଅର୍ଥନୈତିକ ପ୍ରତିଷ୍ଠା ହେଲେ ହିଁ ପୂର୍ବ ପୁରୁଷଙ୍କ ସ୍ୱପ୍ନର ବିକଶିତ ସମାଜ ଗଠନ ସମ୍ଭବ ହେବା । ଏହା ହିଁ ସ୍ୱାଧିନତା ସଂଗ୍ରାମୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ହେବ । ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଗୁରୁଶ୍ରୀ ଘାସିରାମ ମିଶ୍ର, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ବରିଷ୍ଠ ସାମ୍ବାଦିକ ମନୋରଂଜନ ଯୋଷୀ, ମୁଖ୍ୟ ବକ୍ତା ଭାବରେ ଶିବ ପ୍ରସାଦ ନନ୍ଦ ଆଲୋଚକ ଭାବରେ ଯୋଗଦେଇ ମଂଚାସିନ ହୋଇଥିଲେ । ସ୍ୱାଧିନତା ସଂଗ୍ରାମୀ ଶ୍ରୀ କୁମୁରା ପ୍ରଜା ଆନ୍ଦୋଳନରେ ମୁଖ୍ୟ ଭୂମିକା ନେଇଥିଲେ ଏବଂ ବଲାଙ୍ଗିର ଇତିହାସ ରେ ଲିପିବଦ୍ଧ ହୋଇ ରହିଛି ୧୯୩୮ ସେପ୍େଟମ୍ବର/ଅକ୍ଟୋବର ମାସର ପ୍ରଜାମେଳି । ସେ ସମୟରେ ୧୦ହଜାର ରୁ ଉର୍ଦ୍ଧ୍ୱ ଲୋକଙ୍କୁ ଏକତ୍ରିତ କରି ସ୍ୱର ଉତୋଳନ କରିଥିଲେ ଲୋକଙ୍କୁ ସାମାଜିକ ନ୍ୟାୟ ଦେବା ନିମନ୍ତେ । ଗଣତନ୍ତ୍ର ପ୍ରତିଷ୍ଠା ହେବା ପରେ ପ୍ରଥମ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ର ସଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ୮ହଜାର ରୁ ଅଧିକ ଭୋଟ ପାଇଥିଲେ । ଆଜିର ଦିନରେ ତାଙ୍କ ଭଳିଆ ମହାନ ଜନନେତାଙ୍କୁ ସମ୍ମାନ ଦେବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ସମସ୍ତେ ମତ ପ୍ରକାଶ କରିଥିଲେ। ଓଡିଶା ସରକାର ବଲାଙ୍ଗିର ର ସ୍ୱାଧିନତା ଆନ୍ଦୋଳନର ଜନନେତାଙ୍କୁ ଉଚିତ ସମ୍ମାନ ଦେବା ଏବଂ ସ୍ୱାଧିନତା ସଂଗ୍ରାମୀ ସ୍ମାରକୀ ପୀଠ ଘୋଷଣା କରିବା ଉପସ୍ଥିତ ଆଲୋଚକମାନେ ମତ ପ୍ରକାଶ କରିଥିଲେ । ସଭାପତି ଯୋଗେଶ୍ୱର କୁମୁରା, ଉପ-ସଭାପତି ଅଶ୍ୱିନୀ କୁମାର ନାଏକ, ସଂପାଦକ ଶରତ ନନ୍ଦ, ସହ-ସଂପାଦକ ଅକ୍ଷୟ କୁମାର ଘିବେଲା, କୋଷାଧ୍ୟକ୍ଷ ଜୟକୃଷ୍ଣ ମିଶ୍ର, ଉପଦେଷ୍ଟା ଘାସିରାମ ବେହେରା, କୁଳମଣି ମେହେର, ସୁରେନ୍ଦ୍ର କୁମାର ନନ୍ଦ, ନିଳମଣି ଦଣ୍ଡସେନା, ଜନାର୍ଦ୍ଦନ ମହାପାତ୍ର, ବ୍ୟାସଦେବ ଥନାପତି, ଶୁଶିଲ କୁମାର ବେହେରା, ଗୋପବନ୍ଧୁ ସାହୁ ପ୍ରମୁଖ ଆୟୋଜନ କମିଟିର ସଦସ୍ୟ ସହଯୋଗ କରିଥିଲେ । ସ୍ମୃତିରେ ବଲାଙ୍ଗିର ର ଅଗ୍ରଣୀ ଅନୁଷ୍ଠାନ, ନାଗରିକ କମିଟି, ସିଭିଲ ସୋସାଇଟି, ଜିଲ୍ଲା ସାମ୍ବାଦିକ ସଂଘ, ଜିଲ୍ଲା ଓକିଲ ସଂଘ, ଅବସରପ୍ରାପ୍ତ ସୈନିକ ସଂଘ, ଜିଲ୍ଲା କ୍ରୀଡା ସଂଘ, ବଲାଙ୍ଗିର ଦିନ ଆୟୋଜନ କମିଟି, ସଂଜୋତ କଳାକେନ୍ଦ୍ର, ଫ୍ରେଣ୍ଡର୍ସ କ୍ଲବ, ବିଙ୍ଗ ହ୍ୟୁମେନ ଫାଇଣ୍ଡେସନ, ମାହେଶ୍ୱରୀ ଅନୁଷ୍ଠାନ, ଜିଲ୍ଲା ସ୍ୱେଚ୍ଛାସେବୀ ସଂଗଠନ, ରୋଟାରୀ ଇଲାଇଟ, ଗାନ୍ଧୀ ପାଠାଗାର, ଭୂମିକା ପରିବାର, ରଚନା କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande