
କେନ୍ଦ୍ରାପଡ଼ା, ୨୨ ନଭେମ୍ବର (ହି.ସ.) - କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରାଥମିକ ଶିକ୍ଷକମାନଙ୍କ ଗ୍ରାଡେସନ୍ ତାଲିକାରେ ରହିଥିବା ତ୍ରୁଟିକୁ ନେଇ ଶିକ୍ଷକ ମହଲରେ ତୀବ୍ର ଅସନ୍ତୋଷ ଓ ପ୍ରତିବାଦର ସ୍ୱର ଉଠିଛି। ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପବିତ୍ର ମୋହନ ବାରିକଙ୍କ ଦ୍ୱାରା ପ୍ରକାଶିତ ଗ୍ରେଡେସନ୍ ତାଲିକାରେ ତ୍ରୁଟି ରହିଥିବା ଏବଂ ସରକାରଙ୍କ ପ୍ରଚଳିତ ଗ୍ରେଡେସନ୍ ନିୟମକୁ ଅଣଦେଖା କରାଯାଇଥିବା ଅଭିଯୋଗ କରିଛି ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ, କେନ୍ଦ୍ରାପଡ଼ା।ସଂଘର ମତ ଅନୁଯାୟୀ, ଏହି ତ୍ରୁଟିପୂର୍ଣ୍ଣ ତାଲିକା ଜିଲ୍ଲାର ସମସ୍ତ ବର୍ଗର ୨୦୦୦ରୁ ଊର୍ଦ୍ଧ୍ୱ ପ୍ରାଥମିକ ଶିକ୍ଷକଙ୍କ ମଧ୍ୟରେ ମାନସିକ ଚାପ, ଅସନ୍ତୋଷ ଓ ଅନିଶ୍ଚିତତା ସୃଷ୍ଟି କରିଛି।ଏହି ପରିପ୍ରେକ୍ଷୀରେ ସଂଘ ପକ୍ଷରୁ ଏକ ଜରୁରୀ ଭର୍ଚୁଆଲ୍ ବୈଠକ ଆହ୍ୱାନ କରାଯାଇଥିଲା। ଏଥିରେ ସଂଘର ସଭାପତି ଶ୍ରୀ ଅନନ୍ତ କୁମାର ପରିଡ଼ା ଓ ସମ୍ପାଦକ ଶ୍ରୀ ଅଶ୍ୱିନୀ କୁମାର ରାଉତଙ୍କ ଆହ୍ୱାନ କ୍ରମେ ଜିଲ୍ଲାର ସମସ୍ତ ୯ଟି ବ୍ଲକର ସଭାପତି ଓ ସମ୍ପାଦକମାନେ ଯୋଗଦେଇ ଏହି ଅନ୍ୟାୟ ବିରୋଧରେ ସଂଗଠିତ ଭାବେ ଲଢ଼େଇ କରିବାକୁ ସଂକଳ୍ପ ନେଇଥିଲେ। ସୋମବାର ଦିନ ପ୍ରତ୍ୟେକ ବ୍ଲକରେ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲାପାଳ ଏବଂ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ତ୍ରୁଟିପୂର୍ଣ୍ଣ ଗ୍ରେଡେସନ୍ ତାଲିକା ପ୍ରତ୍ୟାହାର ଓ ସଂଶୋଧନ ଦାବିରେ ଦାବିପତ୍ର ପ୍ରଦାନ କରାଯିବ।ଏବଂ ଜିଲ୍ଲାସ୍ତରରେ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସଂଘ ପକ୍ଷରୁ ଏହି ତ୍ରୁଟିପୂର୍ଣ୍ଣ ଫାଇନାଲ ଗ୍ରେଡ଼େସନ ତାଲିକା କୁ ସଂଶୋଧନ କରିବା ସଂପର୍କରେ ଦାବିପତ୍ର ପ୍ରଦାନ କରାଯିବ।ଆବଶ୍ୟକ ସ୍ଥଳେ ଏହି ସମସ୍ୟାର ସମାଧାନ ପାଇଁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ସଂଘର ପ୍ରତିନିଧିମଣ୍ଡଳୀ ଭେଟିବ।ସଂଘର ସମସ୍ତ କାର?୍ୟ୍ୟକ୍ରମରେ ସଦସ୍ୟମାନେ ସକ୍ରିୟ, ଶୃଙ୍ଖଳିତ ଓ ଦାୟିତ୍ୱବାନ ଭାବେ ଅଂଶଗ୍ରହଣ କରିବେ।ନ୍ୟାୟ ନମିଳିବା ପର?୍ୟ୍ୟନ୍ତ ଲଢ଼େଇ ଜାରି ରହିବ।ବୈଠକରେ ଉପସ୍ଥିତ ସମସ୍ତ ବ୍ଲକର ନେତୃବୃନ୍ଦ ଏକସ୍ୱରରେ କହିଥିଲେ ଯେ, ଶିକ୍ଷକଙ୍କ ନ୍ୟାର?୍ୟ୍ୟ ଅଧିକାର, କ୍ୟାଡର ନିୟମର ସଠିକ୍ କାର୍ଯ୍ୟକାରିତା କରିବା ଓ ତ୍ରୁଟିପୂର୍ଣ୍ଣ ଗ୍ରେଡେସନ୍ ତାଲିକାର ତୁରନ୍ତ ପ୍ରତ୍ୟାହାର ଓ ନିୟମାନୁସାରେ ସଂଶୋଧିତ ତାଲିକା ପ୍ରକାଶ ନହେବା ପର୍ଯ୍ୟନ୍ତ ସଂଘର ଗଣତାନ୍ତ୍ରିକ ପ୍ରତିବାଦ ଜାରି ରହିବ। ପଦୋନ୍ନତି ପ୍ରକ୍ରିୟାକୁ ବିଳମ୍ବିତ କରାଇବା ଓ ଠିକ ଭାବରେ ଗ୍ରେଡ଼େସନ ତାଲିକା ପ୍ରକାଶ ନ କରି ପ୍ରାଥମିକ ଶିକ୍ଷକ ମାନଙ୍କୁ ମାନସିକ ଭାବେ ଆଘାତ ଦେଉଥିବାରୁ ଶିକ୍ଷକମାନେ ବ୍ୟଥିତ ଓ ଅତ୍ୟନ୍ତ କ୍ଷୋଭ ପ୍ରକାଶ କରିଥିଲେ। ଉକ୍ତ ବୈଠକରେ ପଟ୍ଟାମୁଣ୍ଡାଇ ବ୍ଲକ ସଭାପତି ପ୍ରେମାନନ୍ଦ ଜୀବନ ଦାସ,ଉପଦେଷ୍ଟା ଅଦ୍ୱୈତ ପ୍ରସାଦ ବିଶ୍ୱାଳ, କାର?୍ୟ୍ୟକାରୀ ସଭାପତି ଦୀପକ କୁମାର ମହାନ୍ତି, ସଂଗଠନ ସମ୍ପାଦକ ହରିଶଙ୍କର ତରାଇ, ମୁଖପାତ୍ର ଭକ୍ତ ରଂଜନ ସ୍ୱାଇଁ, ଆଳି ବ୍ଲକ ସଭାପତି ସୁକାନ୍ତ କୁମାର ଲେଙ୍କା ,ମହାକାଳପଡ଼ା ବ୍ଲକ ସଭାପତି ଶିଶିର ଦାସ, ମାର୍ଶାଘାଇ ବ୍ଲକର ସଭାପତି ଚିତରଞ୍ଜନ ରାଉଳ, ଗରଦପୁର ବ୍ଲକ ସଭାପତି ନିଗମାନନ୍ଦ ରାଉତରାୟ ,କେନ୍ଦ୍ରାପଡା ବ୍ଲକ ସମ୍ପାଦକ ଦେବେନ୍ଦ୍ର ନାୟକ, ଡେରାବିଶ ବ୍ଲକ ସମ୍ପାଦକ ଶେକ ବରକତୁଲ୍ଲା, ମିଡିଆ ସଂଯୋଜକ ଶେକ ଫୟାଜୁଦ୍ଦିନ ,ଲକ୍ଷୀଧର ଲେଙ୍କା,ତ୍ରିଲୋଚନ ମଲ୍ଲିକ, ସହସମ୍ପାଦକ ଅନୀଲ ନନ୍ଦ ଓ ସଚ୍ଚିଦାନନ୍ଦ ମିଶ୍ର ପ୍ରମୁଖ ବୈଠକ ରେ ଉପସ୍ଥିତ ରହି ମତାମତ ଉପସ୍ଥାପନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ରବି