ବଲାଙ୍ଗୀର ହାଟପଡ଼ାରେ ଦ୍ୱାଦଶ ତମ ଚବିଶ ପ୍ରହରୀ ନାମଯଜ୍ଞ ପାଇଁ ଭବ୍ୟ କଳସ ଯାତ୍ରା
ବଲାଙ୍ଗିର, ୨୨ ନଭେମ୍ବର (ହି.ସ.) - ବଲାଙ୍ଗୀର ସହରର ହାଟପଡ଼ା ସ୍ଥିତ ମା’ ମେଟକାନୀ ମନ୍ଦିର କମିଟି ଆନୁକୂଲ୍ୟରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦ୍ୱାଦଶ ତମ ଚବିଶ ପ୍ରହରୀ ନାମଯଜ୍ଞ ମହା ସମାରୋହ ରେ ଆରମ୍ଭ ହୋଇଯାଇଛି। ଆଜି ଶୁଭ ଅଧିବାସ ଅବସରରେ କମିଟି ର ସଭାପତି ଲୋଟସ ଷଡ଼ଙ୍ଗୀ ଙ୍କ ନେତୃତ୍ୱ ରେ
ବଲାଙ୍ଗୀର ହାଟପଡ଼ାରେ ଦ୍ୱାଦଶ ତମ ଚବିଶ ପ୍ରହରୀ ନାମଯଜ୍ଞ ପାଇଁ ଭବ୍ୟ କଳସ ଯାତ୍ରା


ବଲାଙ୍ଗିର, ୨୨ ନଭେମ୍ବର (ହି.ସ.) - ବଲାଙ୍ଗୀର ସହରର ହାଟପଡ଼ା ସ୍ଥିତ ମା’ ମେଟକାନୀ ମନ୍ଦିର କମିଟି ଆନୁକୂଲ୍ୟରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦ୍ୱାଦଶ ତମ ଚବିଶ ପ୍ରହରୀ ନାମଯଜ୍ଞ ମହା ସମାରୋହ ରେ ଆରମ୍ଭ ହୋଇଯାଇଛି।

ଆଜି ଶୁଭ ଅଧିବାସ ଅବସରରେ କମିଟି ର ସଭାପତି ଲୋଟସ ଷଡ଼ଙ୍ଗୀ ଙ୍କ ନେତୃତ୍ୱ ରେ ପ୍ରଚୁର ବର୍ଷା ସତ୍ୱେ ଶତାଧିକ ଶ୍ରଦ୍ଧାଳୁ ମହିଳାଙ୍କ ଗହଣରେ ଏକ ବିଶାଳ କଳସ ଯାତ୍ରା ମନ୍ଦିର ପ୍ରାଙ୍ଗଣରୁ ବାହାରି ଥିଲା। ମହିଳାମାନେ ନରସିଂହ ମନ୍ଦିର ପୋଖରୀରୁ ପବିତ୍ର ଜଳ ଭରି କଳସ ସହ ସହର ପରିକ୍ରମା କରି ମଣ୍ଡଳିକୁ ଫେରିଥିଲେ। ଭକ୍ତିମୟ ପରିବେଶ ଓ ଶ୍ରଦ୍ଧାଳୁଙ୍କ ଉତ୍ସାହ ମଧ୍ୟରେ ଏହି କଳସ ଯାତ୍ରା ବେଶ୍ ଆକର୍ଷଣୀୟ ହୋଇଥିଲା।

ଚଳିତ ବର୍ଷ ଏହି ନାମଯଜ୍ଞ ଆସନ୍ତା ୨୪/୧୧/୨୦୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏବଂ ପ୍ରତ୍ୟେକ ଦିନ ଶ୍ରଦ୍ଧାଳୁ ଓ ସମସ୍ତଙ୍କ ପାଇଁ ଅନ୍ନପ୍ରସାଦ ବଂଟନର ବ୍ୟବସ୍ଥା କରାଯାଇଛି ବୋଲି ମନ୍ଦିର କମିଟି ତରଫରୁ ସୂଚନା ଦେଇଛନ୍ତି। ଏବର୍ଷ କର୍ତା ଭାବରେ ଭାସ୍କର ବେହେରା ଓ ଶକୁନ୍ତଳା ବେହେରା ଥିବା ବେଳେ ପୂଜକ ଭାବରେ ପଣ୍ଡିତ ମୁରାରୀ ମିଶ୍ର ରହିଛନ୍ତି । ତାସହ ଆଜିର ଶୋଭାଯାତ୍ରା ରେ ସମ୍ପାଦକ ଜଗନ୍ନାଥ ମିଶ୍ର, ବିଭୁଦତ ଗୁରୁ, ପବିତ୍ର ଖୁଂଟିଆ, ସନତ୍ ତ୍ରିପାଠୀ, ପୃଥୀରାଜ ବରାଡ଼, ସୋମନାଥ ମିଶ୍ର, ଗୋବିନ୍ଦ ଶତପଥି , କାହ୍ନା ଶତପଥୀ, ବିକାଶ ସା, ସଞ୍ଜୀବ ସାହୁ, ମୁନା ପାଲ୍, ରାମ ଜଟି , ଲିଜୁ ସାହୁ, ନିତିଆ ପଧାନ, ମଧୁ ବନଛୋର , ସୋନୁ ପଟ୍ଟନାୟକ, ସନ୍ତୋଷ ପାଢ଼ୀ, ନୀଳାଂଚଳ ନନ୍ଦ, ନିର୍ମଳ ନନ୍ଦ, ବିଶ୍ୱମିତ୍ର ସାହୁ, ଶାନ୍ତନୁ ମିଶ୍ର, ରଘୁନାଥ ହୋତା, ନରେନ୍ଦ୍ର ମିଶ୍ର, ସତଦଳ ମିଶ୍ର, ଜତିନ ମିଶ୍ର, ଚୈତନ୍ୟ ସାହୁ, ଶିଶିର ବେହେରା ସହ କମିଟି ର ବହୁ ସଦସ୍ୟ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande