ଡିସେମ୍ବର ପ୍ରଥମ ସପ୍ତାହରୁ ସିନିୟର ମେନ କ୍ଲବ ଇନଟ୍ରା କ୍ରିକେଟ ଟୁର୍ଣ୍ଣାମେଣ୍ଟ
ବଲାଙ୍ଗିର, 22 ନଭେମ୍ବର (ହି.ସ.) ସ୍ଥାନୀୟ ଗାନ୍ଧିଷ୍ଟାଡିୟମ ଠାରେ ଡିସେମ୍ବର ପ୍ରଥମ ସପ୍ତାହରୁ ସିନିୟର ମେନ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଏଣୁ ବଲାଙ୍ଗିର ଜିଲ୍ଲାର ଇଚ୍ଛୁକ କ୍ରିକେଟ କ୍ଲବ ଗୁଡ଼ିକ ନିଜ ନିଜର ଖେଳାଳି ମାନଙ୍କ ପଞ୍ଜୀକରଣ ଚଳିତ ମାସ ୨୪ ରୁ ୨୮ ତାରିଖ ମଧ୍ୟରେ କରା
ସିନିୟର ମେନ କ୍ଲବ ଇନଟ୍ରା କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଡିସେମ୍ବର ପ୍ରଥମ ସପ୍ତାହରୁ


ବଲାଙ୍ଗିର, 22 ନଭେମ୍ବର (ହି.ସ.) ସ୍ଥାନୀୟ ଗାନ୍ଧିଷ୍ଟାଡିୟମ ଠାରେ ଡିସେମ୍ବର ପ୍ରଥମ ସପ୍ତାହରୁ ସିନିୟର ମେନ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଏଣୁ ବଲାଙ୍ଗିର ଜିଲ୍ଲାର ଇଚ୍ଛୁକ କ୍ରିକେଟ କ୍ଲବ ଗୁଡ଼ିକ ନିଜ ନିଜର ଖେଳାଳି ମାନଙ୍କ ପଞ୍ଜୀକରଣ ଚଳିତ ମାସ ୨୪ ରୁ ୨୮ ତାରିଖ ମଧ୍ୟରେ କରାଇ ନିଅନ୍ତୁ ବୋଲି ଜିଲ୍ଲା କ୍ରୀଡା ସଂସଦ ତରଫରୁ ଅନୁରୋଧ କରାଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଖେଳାଳି ମାନଙ୍କ ସର୍ବୋଚ୍ଚ ବୟସ ସୀମା ୩୦ ବର୍ଷ ରଖାଯାଇଛି । ଅଧିକ ସୂଚନା ପାଇଁ ସ୍ବାଗତ ଶୁଭଙ୍କର ତ୍ରିପାଠୀ ଓ ଗଜପତି ନାଏକକୁ ଯୋଗାଯୋଗ କରିବା ପାଇଁ କ୍ରିକେଟ ସମ୍ପାଦକ ଓମ ପ୍ରକାଶ ଚାନ୍ଦ ସୁଚନା ପ୍ରଦାନ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande