କଳିଙ୍ଗ ଘାଟିରେ ଗଡ଼ିଲା ଗାଡ଼ି: କଟକଣା ପ୍ରତ୍ୟାହୃତ
Kalinga Ghat Communication Started
ଫୋଟ


କନ୍ଧମାଳ, ୨୨ ନଭେମ୍ବର (ହି.ସ.) ବାତ୍ୟା 'ଆକଭାନ' ପ୍ରଭାବରେ କନ୍ଧମାଳ ଜିଲ୍ଲାର କଳିଙ୍ଗ ଘାଟି ରାସ୍ତାରେ ଲାଗୁ ହୋଇଥିବା ଯାନବାହନ ଚଳାଚଳ କଟକଣାକୁ ପ୍ରଶାସନ ପକ୍ଷରୁ ତୁରନ୍ତ ପ୍ରତ୍ୟାହାର କରିନିଆଯାଇଛି। ଫଳରେ ଆଜିଠାରୁ ଏହି ଗୁରୁତ୍ୱପୂର୍ଣ୍ଣ ଘାଟି ରାସ୍ତାରେ ସମସ୍ତ ପ୍ରକାରର ଯାନବାହନ ଚଳାଚଳ ପୁଣିଥରେ ସ୍ୱାଭାବିକ ହୋଇଛି। ପାଣିପାଗରେ ସୁଧାର ଆସିବା ପରେ ବିଭାଗୀୟ ଅଧିକାରୀମାନେ କଳିଙ୍ଗ ଘାଟି ରାସ୍ତାର ସୁରକ୍ଷା ସ୍ଥିତି ଯାଞ୍ଚ କରିଥିଲେ। ରାସ୍ତାଟି ଯାତାୟାତ ପାଇଁ ସମ୍ପୂର୍ଣ୍ଣ ନିରାପଦ ଥିବା ରିପୋର୍ଟ ମିଳିବା ପରେ କନ୍ଧମାଳ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ବେଦଭୂଷଣ ପୂର୍ବରୁ ଜାରି ହୋଇଥିବା କଟକଣା ନିର୍ଦ୍ଦେଶନାମାକୁ ରଦ୍ଦ କରିଛନ୍ତି।ସୂଚନାଯୋଗ୍ୟ ଯେ, ବାତ୍ୟା 'ଆକଭାନ' ପାଇଁ ଗତ ୧୯ ତାରିଖରୁ କଳିଙ୍ଗ ଘାଟି ରାସ୍ତାରେ ସମସ୍ତ ମୋଟର ଯାନ ଚଳାଚଳ ବନ୍ଦ ରଖାଯାଇଥିଲା। ତେବେ କଟକଣା ହଟିବା ପରେ ରାସ୍ତାରୁ ତୁରନ୍ତ ବ୍ୟାରିକେଡ୍ ହଟାଇ ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥାକୁ ସୁଗମ କରିବାକୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, ଜାତୀୟ ରାଜପଥ ବିଭାଗ, ଉପ-ଜିଲ୍ଲାପାଳ, ତହସିଲଦାର ଏବଂ ସ୍ଥାନୀୟ ପୋଲିସ ପ୍ରଶାସନକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande