ରାସ୍ତାକଡ଼ରୁ ଦେଶୀ ପରିବା କିଣିଲେ ସାଂସଦ ଅନନ୍ତ ନାଏକ , ଚାଷୀଙ୍କ ସହ କଲେ ଆଲୋଚନା, ଦେଶୀ କନ୍ଦମୂଳ ଓ ଆଳୁ କିଣି ଦେଲେ ପ୍ରୋତ୍ସାହନ
କେନ୍ଦୁଝର, 22 ନଭେମ୍ବର (ହି.ସ.) ସାଧାରଣ ଲୋକଙ୍କ ଭଳି କେନ୍ଦୁଝର ସହରରେ ଆଜି ଲାଗିଥିବା ରାସ୍ତାକଡ଼ରେ ଲାଗିଥିବା ପରିବା ଦୋକାନରୁ ଦେଶୀ ପରିବା କିଣିଲେ କେନ୍ଦୁଝର ସାଂସଦ ଅନନ୍ତ ନାଏକ। ଦେଶୀ କନ୍ଦମୂଳ, ଦେଶୀ ଆଳୁ ସମେତ ବିଭିନ୍ନ ପ୍ରକାରର ଦେଶୀ ପରିବା କିଣିବା ସହ ସେଠାରେ ପରିବା ବିକ୍ରି କରୁଥିବା
Mp purchase


କେନ୍ଦୁଝର, 22 ନଭେମ୍ବର (ହି.ସ.) ସାଧାରଣ ଲୋକଙ୍କ ଭଳି କେନ୍ଦୁଝର ସହରରେ ଆଜି ଲାଗିଥିବା ରାସ୍ତାକଡ଼ରେ ଲାଗିଥିବା ପରିବା ଦୋକାନରୁ ଦେଶୀ ପରିବା କିଣିଲେ କେନ୍ଦୁଝର ସାଂସଦ ଅନନ୍ତ ନାଏକ। ଦେଶୀ କନ୍ଦମୂଳ, ଦେଶୀ ଆଳୁ ସମେତ ବିଭିନ୍ନ ପ୍ରକାରର ଦେଶୀ ପରିବା କିଣିବା ସହ ସେଠାରେ ପରିବା ବିକ୍ରି କରୁଥିବା ଚାଷୀଙ୍କ ସହ କଥାବାର୍ତ୍ତା ହୋଇଥିଲେ।

ଚାଷୀମାନେ କେଉଁ ପ୍ରକାରର ଫସଲ ଉତ୍ପାଦନ କରୁଛନ୍ତି, ଉତ୍ପାଦିତ ପରିବାର ବଜାର ଦର କେମିତି ରହିଛି ଏବଂ ବିକ୍ରିବଟାରେ କେଉଁ ସବୁ ସମସ୍ୟା ରହୁଛି, ସେ ସମ୍ପର୍କରେ ସାଂସଦ ଚାଷୀଙ୍କଠାରୁ ପଚାରି ବୁଝିଥିଲେ। ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ସାଂସଦଙ୍କ ଏହି ସରଳ ଓ ସ୍ୱାଭାବିକ ଆଚରଣ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ସ୍ଥାନୀୟ ଚାଷୀଙ୍କ ଉତ୍ପାଦିତ ଦେଶୀ ପରିବା ପ୍ରତି ଆଗ୍ରହ ପ୍ରକାଶ କରିବା ସହ ସେମାନଙ୍କୁ ପ୍ରୋତ୍ସାହିତ କରିବାର ଏକ ସୁନ୍ଦର ଉଦାହରଣ ଦେଖିବାକୁ ମିଳିଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande