ପାଣିପାଇଁ ମହିଳାମାନଙ୍କ ଘେରାଉ, ୨୯ଘଂଟା ପରେ ମରାମତି ହେଲା
କେନ୍ଦ୍ରାପଡ଼ା, ୨୨ ନଭେମ୍ବର (ହି.ସ.) - ମାର୍ଶାଘାଇ ଗ୍ରାମପଂଚାୟତର ନୂଆ ଡ଼ାକବଙ୍ଗଳା ଛକରେ ଥିବା ପାନୀୟଜଳ ପ୍ରକଳ୍ପ -୨ ର ମାର୍ଶାଘାଇ ମଝି ଲକ ନିକଟରେ ଶନିବାର ଦିନ ପ୍ରାୟ ଏଗାରଟା ସମୟରୁ ପାଣି ଯୋଗାଣ ବାଧାପ୍ରାପ୍ତ ହୋଇଥିଲା । ସେହି ସ୍ଥାନରେ ଏକ ମୃତ ଶୁଖିଲା ଗଛ ଥିଲା, ଏକ ବିଦ୍ୟୁତ ଖୁଂଟ ପୋତିବା
ପାଣିପାଇଁ ମହିଳାମାନଙ୍କ ଘେରାଉ, ୨୯ଘଣ୍ଟା ପରେ ମରାମତି ହେଲା


କେନ୍ଦ୍ରାପଡ଼ା, ୨୨ ନଭେମ୍ବର (ହି.ସ.) - ମାର୍ଶାଘାଇ ଗ୍ରାମପଂଚାୟତର ନୂଆ ଡ଼ାକବଙ୍ଗଳା ଛକରେ ଥିବା ପାନୀୟଜଳ ପ୍ରକଳ୍ପ -୨ ର ମାର୍ଶାଘାଇ ମଝି ଲକ ନିକଟରେ ଶନିବାର ଦିନ ପ୍ରାୟ ଏଗାରଟା ସମୟରୁ ପାଣି ଯୋଗାଣ ବାଧାପ୍ରାପ୍ତ ହୋଇଥିଲା । ସେହି ସ୍ଥାନରେ ଏକ ମୃତ ଶୁଖିଲା ଗଛ ଥିଲା, ଏକ ବିଦ୍ୟୁତ ଖୁଂଟ ପୋତିବା ବେଳେ ଶୁଖିଲା ଗଛ ଗଣ୍ଡି ପଡ଼ି ଲୁହାପାଇପ ଚାବି ଭାଙ୍ଗିଯିବାରୁ ମାର୍ଶାଘାଇ ବଜାର ସମେତ ବନ୍ଧସାହି, କୁମ୍ଭାରସାହି ସମେତ ଅନ୍ୟ ଅଂଚଳକୁ ପାଇପ ପାଣି ଯୋଗାଣ ବନ୍ଦ ରହିଥିଲା । ଏ ନେଇ ଗ୍ରାମବାସୀ ବିଦ୍ୟୁତ ବିଭାଗର ଯନ୍ତ୍ରୀ ଏବଂ ଆରଡବ୍ଲୁଏସଏସ କନିଷ୍ଠ ଯନ୍ତ୍ରୀଙ୍କ ସହିତ ସମନ୍ୱୟ ରଖି ତୁରନ୍ତ ମରାମତି କରିବାକୁ ଗ୍ରାମବାସୀ ଦାବୀ କରିଥିଲେ । ଅଭିଯୋଗ ପରେ ଶନିବାର ସନ୍ଧ୍ୟାରେ ଜଲଯୋଗଣ ବିଭାଗ ପକ୍ଷରୁ କଟକରୁ ଯନ୍ତ୍ରାଂଶ ଅଣାଯାଇଥିଲା । ତେବେ ରବିବାର ସକାଳ ସୁଦ୍ଧା ମରାମତି କରାଯାଇ ନ ଥିବାରୁ ଆରଡବ୍ଲୁଏସଏସ ବିଭାଗର କନିଷ୍ଠ ଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଏବଂ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଗ୍ରାମବାସୀମାନେ ଫୋନ ଯୋଗେ ଅଭିଯୋଗ କରିଥିଲେ କ୍ଷ ଅପରାହ୍ନରେ ଗ୍ରାମର ମହିଳାମାନେ ପମ୍ପହାଉସର ଏହି ଭଙ୍ଗା ପାଇପ ପାଖରେ ଘେରାଉ କରିବା ପରେ ଅପରାହ୍ନ ପ୍ରାୟ ୪ଟା ବେଳେ ପାଇପ ମରାମତି କରାଯାଇ ପାନୀୟ ଜଳ ଯୋଗାଣ ସ୍ୱାଭାବିକ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande