

ବଲାଙ୍ଗିର, ୨୨ ନଭେମ୍ବର (ହି.ସ.)- ୟୁଥ କାଉନସିଲ ଫର୍ ଡେଭଲପମେଣ୍ଟ ଅଲ୍ଟରନେଟିଭସ୍ (ୱାଇସିଡିଏ) ତରଫରୁ ଡ.ବି.ଆର. ଆମ୍ବେଦକର ମିନି ଷ୍ଟାଡିୟମ ଖଲିଆପାଲି, ବଲାଙ୍ଗିର ଠାରେ ଶିଶୁ ମହୋତ୍ସବ ବା ପତାଙ୍ଗି ମହୋତ୍ସବ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିକ୍ରମ ପଣ୍ଡା, ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଚେୟାରପର୍ସନ ଏସ୍.ଲତାଶ୍ରୀ, ସିଡିପିଓ ମୀରା ଦୀପ ଏବଂ ବ୍ଲକ ଶିକ୍ଷା ଅଧିକାରୀ ରତ୍ନାମୟୀ ପୁରୋହିତ ଅତିଥି ଭାବେ ଯୋଗଦାନ କରିଥିଲେ । ୱାଇସିଡିଏ ବୋର୍ଡ ମେମ୍ବର ଅରୁଣ କୁମାର ପ୍ରଧାନ ପତାଙ୍ଗି କାର୍ଯ୍ୟକ୍ରମ ବିଷୟରେ ଅବଗତ କରାଇଥିଲେ । ଏହି ଅବସରରେ ଭାଲେର ଗ୍ରାମ ପଂଚାୟତକୁ ଡିସିପିଓ ଶିଶୁ ସଲଭ ପଂଚାୟତ ଭାବେ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମଟି ମୁଖ୍ୟତଃ ଶିଶୁମମାନଙ୍କର ଶିକ୍ଷଣ, ଉତ୍ସାହ ଏବଂ ଆନନ୍ଦ ସକାଶେ ଆୟୋଜିତ କରାଯାଇଥିଲା ଯେଉଁଥିରେ ସାଇବରର କ୍ରାଇମ ଉପରେ ସାଇବର କ୍ରାଇମ ଡିପାର୍ଟମେଣ୍ଟ ବଲାଙ୍ଗିରର ଆଇ.ଆଇ.ସି. ଆରତୀ ନାଏକ ଶିଶୁମାନଙ୍କୁ ଅବଗତ କରାଇଥିଲେ ଏବଂ ପ୍ୟାରେନ୍ଟାଲ ସ୍କିଲ ପରେ ମଧ୍ୟ ପେନାଲ ରେ ଚର୍ଚ୍ଚା ହୋଇଥିଲା, ଯେଉଁଥିରେ ଡ. ମଞ୍ଜୁବାଲା ପଣ୍ଡା, ଦିଗାମ୍ବର କର ଏବଂ ଅରୁଣ କୁମାର ପ୍ରଧାନ ପେନାଲିଷ୍ଟ ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଛତାମଖନା କଲେଜର ୩୦ଜଣ ଯୁବ ସ୍ୱେଚ୍ଛାସେବୀ ମଧ୍ୟ ଯୋଗଦାନ କରିଥିଲେ । ଭାଲେର, ଆଠଗାଁ, ଦଶପୁର, ମହିମୁଣ୍ଡା, ଛତାପିପଲ ଏବଂ କୁରୁଲ ର ସରପଂଚଙ୍କୁ ସମ୍ମାନିତ କରାଯାଇଥିଲା ।
କାର୍ଯ୍ୟକ୍ରମକୁ ୱାଇସିଡିଏ ର ଜିଲ୍ଲା ସଂଯୋଜିକା ଆନନ୍ଦିନି ରଥ ପରିଚାଳନା କରିଥିଲେ ଏବଂ ୱାଇସିଡିଏ ପ୍ରୋଗ୍ରାମ ମ୍ୟାନେଜର ଜ୍ୟୋତି କୁମାର ରଥ ସମ୍ପାଦନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ