ଝାରସୁଗୁଡା ଜ଼ିଲ୍ଲା ମହୋତ୍ସବ- 'ଦୁଲଦୁଲି ୨୦୨୭’ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ
Preparatory meeting for dulduli
ଝାରସୁଗୁଡା ଜ଼ିଲ୍ଲା ମହୋତ୍ସବ- 'ଦୁଲଦୁଲି ୨୦୨୭’ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ


ଝାରସୁଗୁଡ଼ା, ୨୨ ନଭେମ୍ବର (ହି.ସ.) ଆଗାମୀ ‘ଝାରସୁଗୁଡା ଜ଼ିଲ୍ଲା ମହୋତ୍ସବ ଦୁଲଦୁଲି ୨୦୨୭’ କୁ ସୁଚାରୁରୂପେ ଓ ଭବ୍ୟ ଭାବେ ଆୟୋଜନ କରିବା ନିମନ୍ତେ ଆଜି ସ୍ଥାନୀୟ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅଡିଟୋରିୟମଠାରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ତଥା ଜିଲ୍ଲାର ବୁଦ୍ଧିଜୀବୀ ତଥା ମାନ୍ୟଗନ୍ୟ ବ୍ୟକ୍ତି ବିଶେଷ,ବିଭିନ୍ନ ସାମାଜିକ ସଂଗଠନର ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇ ମହୋତ୍ସବର ପ୍ରାଥମିକ ରୂପରେଖ, ଏବଂ ପରିଚାଳନାଗତ ଦିଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ବୈଠକରେ ସମସ୍ତ କମିଟିରେ ସଭ୍ୟ, ସଭ୍ୟା ଭାବେ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆହ୍ୱାନ କରାଯାଇଛି। ଏଥିସହ ନିଜ ନାମ ସ୍ୱତକୃତ ଭାବେ ଦେବାକୁ କୁହାଯାଇଛି।

ବୈଠକର ପ୍ରାରମ୍ଭରେ ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ରିତାକାନ୍ତି ବଳିୟାରସିଂହ ସମସ୍ତ ଅତିଥି ଓ ସଦସ୍ୟମାନଙ୍କୁ ସ୍ୱାଗତ ଜଣାଇବା ସହ ବୈଠକର ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ। ଡେପୁଟି କଲେକ୍ଟର ତଥା ଜ଼ିଲ୍ଲା କ୍ରୀଡା ଅଧିକାରୀ ଅମ୍ରିତ ଆଚାର୍ଯ୍ୟ ଦୁଲଦୁଲି କାର୍ଯ୍ୟକ୍ରମର ସମସ୍ତ ତଥ୍ୟ, ବିଭିନ୍ନ କମିଟିର କାର୍ଯ୍ୟ ଉପସ୍ଥାପନ କରିବା ସହ ସଭlକୁ ପରିଚାଳନା କରିଥିଲେ l ଏହି ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ନାୟକ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ବ୍ରଜବନ୍ଧୁ ଭୋଇ, ପ୍ରକଳ୍ପ ନିର୍ଦ୍ଦେଶକ (ପୁନର୍ବାସ ଓ ଥଇଥାନ) ଲଳିତ ସୋରେଙ୍ଗ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜେମ୍ସ ସାମଦ ଏବଂ ଉପ-ଜିଲ୍ଲାପାଳ ଶ୍ରୀ ସବ୍ୟସାଚୀ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ରଖିଥିଲେ। ସେହିପରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ପ୍ରତିନିଧି ନୱଲ ଅଗ୍ରୱାଲ ଏବଂ ମାନ୍ୟବର ସାଂସଦଙ୍କ ପ୍ରତିନିଧି ଶ୍ଳୋକ ସର୍ଣ୍ଣା, ବିଧାୟକଙ୍କ ପ୍ରତିନିଧି ବିମଳେନ୍ଦୁ ଭୋଳ, ରଘୁନନ୍ଦନ ପଣ୍ଡା, ପ୍ରମୋଦ ସେନାପତି ଜ଼ିଲ୍ଲା କଳା ସଂସ୍କୃତି ସଙ୍ଘର ଉପ ସଭାପତି ସୁଡ଼ଙ୍ଗ ପଧାନ, ଝାରସୁଗୁଡା ବ୍ଲକ କଳା ସଂସ୍କୃତି ସଙ୍ଘର ଉପ ସଭାପତି ଗଜରାଜ ପ୍ରଧାନ,ରକ୍ତଦାତା ସଙ୍ଘର ସଭ୍ୟ ରାଜେଶ ପାଢ଼ୀଙ୍କ ସମେତ ଦୁଲଦୁଲି ସୋସାଇଟି ପଞ୍ଜିକରଣ କମିଟିର ସମସ୍ତ ସଦସ୍ୟ, ପୋଲିସ ଅଧିକାରୀ ବୃନ୍ଦ ଓ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ନିର୍ବାହୀ ଅଧିକାରୀ, ପୌର ପରିଷଦ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ। ଏହି ଜ଼ିଲ୍ଲା ମହୋତ୍ସବକୁ ସଫଳ କରିବା ପାଇଁ ଜ଼ିଲ୍ଲାପାଳ ସମସ୍ତଙ୍କ ସହଯୋଗ କାମନା କରିଥିଲେ l ବୈଠକ ଶେଷରେ ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ସୌମେଶ ଆଚାର୍ଯ୍ୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande