ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି, ଭଦ୍ରକ ଜିଲାର ୮ ଛାତ୍ରଛାତ୍ରୀଙ୍କ ସଫଳତା
ଭଦ୍ରକ, ୨୨ ନଭେମ୍ବର (ହି.ସ.) - ରାଜ୍ୟସ୍ତରୀୟ ଶିଶୁମହୋତ୍ସବ ସୁରଭି-୨୦୨୬ କାର୍ଯ୍ୟକ୍ରମରେ ଭଦ୍ରକ ଜିଲାର ବିଭିନ୍ନ ହାଇସ୍କୁଲ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୮ ଜଣ ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିଛି। କ୍ୟାପିଟାଲ ହାଇସ୍କୁଲ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲାର ହାଇସ୍କୁଲ ଓ ଉଚ୍ଚ ପ୍ରାଥମ
RAJYASTARIYA SISHU MOHASTAV SURABHI


ଭଦ୍ରକ, ୨୨ ନଭେମ୍ବର (ହି.ସ.) - ରାଜ୍ୟସ୍ତରୀୟ ଶିଶୁମହୋତ୍ସବ ସୁରଭି-୨୦୨୬ କାର୍ଯ୍ୟକ୍ରମରେ ଭଦ୍ରକ ଜିଲାର ବିଭିନ୍ନ ହାଇସ୍କୁଲ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୮ ଜଣ ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିଛି। କ୍ୟାପିଟାଲ ହାଇସ୍କୁଲ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲାର ହାଇସ୍କୁଲ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଓ କନିଷ୍ଠ ୮ ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ଜିଲାକୁ ଗୌରାବାନ୍ୱିତ କରିଛନ୍ତି। ଏମାନେ ହେଲେ ଦୋସିଙ୍ଗା ନୋଡାଲ ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ର ମୋହିତ ମୋହନ ମାଇତି କୁଇଜ୍ (ସିନିୟର) ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି କୁଇଜ୍ ପ୍ରତିଯୋଗିତାର ଜୁନିୟରରେ ଗରୁଡେଶ୍ୱର ନୋଡାଲ ୟୁପି ସ୍କୁଲର ସପ୍ତର ଶ୍ରେଣୀର ଛାତ୍ର ସ୍ୱୟଂ ଶୁଭମ ବେହେରା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। କଳାହାଣ୍ଡିଆ ୟୁପି ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ରୀ ସୋନାଲି ସେଠୀ ବକ୍ତୃତାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଦେଶବନ୍ଧୁ ନୋଡାଲ ୟୁପି ସ୍କୁଲର ପଂଚମ ଶ୍ରେଣୀର ଛାତ୍ର ସଂଗୀତ (ସିଡବ୍ଲ୍ୟୁଏସଏନ) ଜୁନିୟର ରେ ପ୍ରଥମ ସ୍ଥାନ, ଏହି ସ୍କୁଲର ସପ୍ତମ ଶ୍ରେଣୀର ଛାତ୍ର ସୌମ୍ୟରଂଜନ ସାମଲ ଚିତ୍ରାଙ୍କନ (ସିଡବ୍ଲ୍ୟୁଏସଏନ) ଜୁନିୟର ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାବେଳେ ତୃପ୍ତି ୱମେନସ୍ ହାଇସ୍କୁଲ (ଏଚଏସଏସ) ର ଦ୍ୱାଦଶ ଶ୍ରେଣୀର ଛାତ୍ର୍ରୀ ଶୁଭସ୍ମିତା ସାହୁ ବକ୍ତୃତାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ତିହିଡି ହାଇସ୍କୁଲ (ଏଚଏସଏସ) ର ଏକାଦଶ ଶ୍ରେଣୀର ଛାତ୍ର ଅମୀୟ ଦାସ ଚିତ୍ରାଙ୍କନରେ ତୃତୀୟ ଓ ପିଏମ୍ଶ୍ରୀ ବନ୍ଧଗାଁ ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ରୀ କ୍ଷୀରାବ୍ôଧ ତନୟା ମହାରଣା ଏମ୍ଡିଏମ୍ ଆର୍ଟ (ସିନିୟର) ରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ


 rajesh pande