ରାଣୀତାଲ ସାହିତ୍ୟ ସଂସ୍କୃତି ପରିଷଦର ବାର୍ଷିକ ଉତ୍ସବ
ଭଦ୍ରକ, ୨୨ ନଭେମ୍ବର (ହି.ସ.) - ଭଦ୍ରକ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ରାଣୀତାଲ ସାହିତ୍ୟ ସଂସ୍କୃତି ପରିଷଦର ୪୩ ତମ ବାର୍ଷିକ ଉତ୍ସବ ଓ ଡ଼ ହରେକୃଷ୍ଣ ମହତାବ ଙ୍କ ଜୟନ୍ତୀ ରାଣୀତାଲ ଦୁର୍ଗା ମଣ୍ଡପରେ ଅନୁଷ୍ଠିତ ହୋଇ ଯାଇଛି। ପରିଷଦର ସଭାପତି ବିମ୍ବାଧର ବେହେରାଙ୍କ ସଭାପତିତ୍ୱ ଓ କାର୍ଯକାରୀ ସଭ
RANITAL SAHITYA SANSKRUTI PARISHAD


ଭଦ୍ରକ, ୨୨ ନଭେମ୍ବର (ହି.ସ.) - ଭଦ୍ରକ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ରାଣୀତାଲ ସାହିତ୍ୟ ସଂସ୍କୃତି ପରିଷଦର ୪୩ ତମ ବାର୍ଷିକ ଉତ୍ସବ ଓ ଡ଼ ହରେକୃଷ୍ଣ ମହତାବ ଙ୍କ ଜୟନ୍ତୀ ରାଣୀତାଲ ଦୁର୍ଗା ମଣ୍ଡପରେ ଅନୁଷ୍ଠିତ ହୋଇ ଯାଇଛି। ପରିଷଦର ସଭାପତି ବିମ୍ବାଧର ବେହେରାଙ୍କ ସଭାପତିତ୍ୱ ଓ କାର୍ଯକାରୀ ସଭାପତି ଭାଗିରଥି ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ବାର୍ଷିକ ଉତ୍ସବର ପ୍ରାରମ୍ଭରେ ସୁଶାନ୍ତ କୁମାର ମିଶ୍ର, ମନୋରମା ରାୟ ଓ ମହେଶ୍ୱର ନାୟକଙ୍କ ସଂଯୋଜନା ରେ ଆୟୋଜିତ କବିତା ଆସରରେ ବିଭିନ୍ନ ଅଂଚଳରୁ ଆସିଥିବା କବି, କବୟିତ୍ରୀ ନିଜର ସ୍ୱରଚିତ କବିତା ପାଠ କରିଥିଲେ। ପରେ କବି ତଥା ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭ୍ୟ ଭରତ ଚନ୍ଦ୍ର ଦାଶ ସଭାଟିକୁ ଆନୁଷ୍ଟନିକ ଭାବେ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକ ସଙ୍ଘର ସଭାପତି ଲଲାଟେନ୍ଦୁ ମହାନ୍ତି ଭାବେ ଯୋଗ ଦେଇ ସାହିତ୍ୟର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରିଥିଲେ। ମୁଖ୍ୟ ବକ୍ତା ଭାବେ ସାହିତ୍ୟିକ, ହରିହର ପାଣିଗ୍ରାହୀ ଯୋଗ ଦେଇ ଡ଼ ହରେକୃଷ୍ଣ ମହତାବଙ୍କ ଜୀବନ ଦର୍ଶନ ବିଷୟରେ ନିଜର ମତ ରଖିଥିଲେ। ଏହି ଅବସରରେ ରାଣୀତାଲ ସାହିତ୍ୟ ସଂସ୍କୃତି ପରିଷଦର ମୁଖପତ୍ର ରାଣୀପ୍ରଭା'ର ଲୋକାର୍ପଣ କରାଯାଇଥିଲା। ଶିକ୍ଷାବିତ କୃଷ୍ଣ ଚନ୍ଦ୍ର ସେନାପତି ପୁସ୍ତକ ସମୀକ୍ଷା କରିଥିଲେ। ସମ୍ପାଦକ ତପନ କୁମାର ପଣ୍ଡା ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ। ଏହି ଅବସରରେ ଡାକ୍ତର ଅନିଲ କୁମାର ଦାଶଙ୍କୁ କାବ୍ୟ ଭାରତୀ ଲକ୍ଷ୍ମୀଧର ମିଶ୍ର ସମ୍ମାନ, ଯୋଗୀ ବିନୋଦ ବିହାରୀ ବାରିକଙ୍କୁ ସମାଜସେବୀ ସଂକର୍ଷଣ ଦାଶ ସମ୍ମାନ, ଶିକ୍ଷୟିତ୍ରୀ ମନୋରମା ରାୟଙ୍କୁ ଦାମୋଦର ଚୌଧୁରୀ କୃତି ଶିକ୍ଷକ ସମ୍ମାନ, କଳାକାର ସଞ୍ଜୟ ମାଝୀଙ୍କୁ କବି ନୀଳାମଣୀ ନାୟକ ସ୍ମୃତି ସମ୍ମାନ, ଡାକ୍ତରୀ ଛାତ୍ର ମିନ୍ମୟ ସାହୁଙ୍କୁ କରୋନା ଯୋଦ୍ଧା ଡ଼ ନରହରି ବେହେରା ରାଣୀତାଲ ସୌରଭ ସମ୍ମାନ, ଦଶମ ଶ୍ରେଣୀ ବ୍ଲକ ଟପର ପାର୍ଥ ପ୍ରତିମ ବାରିକଙ୍କୁ ପୂର୍ଣଚନ୍ଦ୍ର ମେଧା ସମ୍ମାନ ଓ ସୁଶ୍ରୀ ପ୍ରତିଶୃତି ବେହେରାଙ୍କୁ ରାଧାଶ୍ୟାମ ମହାନ୍ତି ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ସହ ସମ୍ପାଦକ ରମେଶ ଚନ୍ଦ୍ର ବେହେରା, କୋଷାଧକ୍ଷ ଅଞ୍ଜନ କୁମାର ଲେଙ୍କା,ନାରାୟଣ ଚନ୍ଦ୍ର ପ୍ରଧାନ,ନଗେନ୍ଦ୍ର ପାଣି,ଗଣେଶ ପ୍ରସାଦ ଦାଶ, ଯୋଗୀ ଦଶରଥ ପଣ୍ଡା,ରାହାଞ୍ଜର ପୂର୍ବତନ ସରପଂଚ ରବୀନ୍ଦ୍ର ସାହୁ, ପୂର୍ବତନ ସରପଂଚ ବସନ୍ତ କୁମାର ଲେଙ୍କା, ସୁବ୍ରତ କୁମାର ମହାନ୍ତି, ରାଧାଶ୍ୟାମ ନାୟକ, ଅଟଳ ବାରିକ, ପ୍ରବୋଧ ମିଶ୍ର, ବସନ୍ତ ମହାପାତ୍ର,ଅନନ୍ତ କିଶୋର ପଣ୍ଡା, ରାମ ଚନ୍ଦ୍ର କର,ସୁଜାତା ମହାପାତ୍ର, ଉତମ କୁମାର ଚୌଧୁରୀ, ପ୍ରଭାକର ବଳ, ନୀଳକଣ୍ଠ ବାରିକ, ରାମଚନ୍ଦ୍ର ଦାସ, ସାଇପଦ୍ମ ନାୟକ, ଅନିତା ଜେନା, ବିପ୍ଳବ ବିକାଶ ବେହେରା, ଅଜୟ ଶୁକ୍ଳ, ତରୁଣ ବିଶ୍ୱାଳ,ଦେବଦତ ମଲ୍ଲିକ, ଜସ୍ମିତା ବାରିକ .କବିତା ସାହୁ, ଉର୍ମିଳା ଦାସ ସଭା ପରିଚାଳନାରେ ସହଯୋଗ କରିଥିବା ବେଳେ ଅଧିବକ୍ତା କରୁଣାକର ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ


 rajesh pande