ରାଷ୍ଟ୍ରୀୟ ସ୍ୱୟଂସେବିକା ସଂଘର ପଥ ସଞ୍ଚଳନ
କେନ୍ଦୁଝର, 22 ନଭେମ୍ବର (ହି.ସ.)ରାଷ୍ଟ୍ରୀୟ ସ୍ୱୟଂସେବିକା ସଂଘ, କେନ୍ଦୁଝର ଜିଲ୍ଲା ପକ୍ଷରୁ ଜିଲ୍ଲା ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏହି ଅବସରରେ କେନ୍ଦୁଝର ସହରରେ ଏକ ବିଶାଳ ପଥ ସଞ୍ଚଳନ ଅନୁଷ୍ଠିତ ହୋଇଥିଲା।ଏହି ପଥ ସଞ୍ଚଳନରେ ଏକ ହଜାରରୁ ଊର୍ଦ୍ଧ୍ୱ ସ୍ୱୟଂସେବିକା ଯୋଗଦେଇଥିଲେ। ସ୍ଥାନୀୟ ସରସ୍ୱତୀ
Rss


କେନ୍ଦୁଝର, 22 ନଭେମ୍ବର (ହି.ସ.)ରାଷ୍ଟ୍ରୀୟ ସ୍ୱୟଂସେବିକା ସଂଘ, କେନ୍ଦୁଝର ଜିଲ୍ଲା ପକ୍ଷରୁ ଜିଲ୍ଲା ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏହି ଅବସରରେ କେନ୍ଦୁଝର ସହରରେ ଏକ ବିଶାଳ ପଥ ସଞ୍ଚଳନ ଅନୁଷ୍ଠିତ ହୋଇଥିଲା।ଏହି ପଥ ସଞ୍ଚଳନରେ ଏକ ହଜାରରୁ ଊର୍ଦ୍ଧ୍ୱ ସ୍ୱୟଂସେବିକା ଯୋଗଦେଇଥିଲେ। ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରୁ ଏହି ପଥ ସଞ୍ଚଳନ ବାହାରି ସହର ପରିକ୍ରମା କରି ସେଲ୍ ଅଡିଟୋରିଅମ ପର୍ଯ୍ୟନ୍ତ ଆସିଥିଲା।ଶୃଙ୍ଖଳିତ ଓ ସଂଗଠିତ ଭାବେ ସ୍ୱୟଂସେବିକାମାନେ ସହରର ବିଭିନ୍ନ ରାସ୍ତା ପରିକ୍ରମା କରିଥିଲେ। ଏହି ପଥ ସଞ୍ଚଳନ ମାଧ୍ୟମରେ ସଂଗଠନର ଏକତା, ଶୃଙ୍ଖଳା ଓ ସାମୂହିକ ଶକ୍ତିର ପରିଚୟ ମିଳିଥିଲା।ଜିଲ୍ଲା ସମ୍ମିଳନୀରେ ସଂଗଠନର ବିଭିନ୍ନ କାର୍ଯ୍ୟକଳାପ, ସାମାଜିକ ଦାୟିତ୍ୱ ଓ ମହିଳାଙ୍କ ସାଂଗଠନିକ ଭୂମିକା ଉପରେ ଆଲୋଚନା ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande