
କନ୍ଧମାଳ, ୨୨ ନଭେମ୍ବର (ହି.ସ.) - କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ର ଇଣ୍ଡଷ୍ଟିଆଲ ଇଷ୍ଟେଟ ଅଂଚଳରେ ଥିବା କେଭି ହିଷ୍ଟ କଲେଜ ର ଜଣେ +୨ ର ଛାତ୍ର ଅଭିଜିତ୍ର ଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଆଜି ଅପରାହ୍ନ ୪. ୩୦ ସମୟରେ କଲେଜ ପଛପଟେ ଥିବା ଏକ କମଳା ଗଛରୁ କମଳା ତୋଳିବାକୁ ଯାଇଥିବା ବେଳେ ଉଚ୍ଚ ଶକ୍ତି ସମ୍ପର୍ଣ୍ଣ ବିଦ୍ୟୁତ ସଂସ୍ପର୍ଶରେ ଆସିଯିବାରୁ ଘଟଣା ସ୍ଥଳରେ ତାର ମୃତ୍ୟୁ ଘଟିଥିଲା। ଖବର ପାଇ ଫୁଲବାଣୀ ଟାଉନ ଥାନା ପୋଲିସ ଅଧିକାରିଣୀ ପ୍ରଜ୍ଞା ରୁତମ୍ଭରା କର ଘଟଣା ସ୍ଥଳରେ ପହଂଚି ଶବକୁ ତଦନ୍ତ କରି ଛାତ୍ର ର ଶବ ବ୍ୟବଛେଦ କରିବାକୁ ଫୁଲବାଣୀ ଡାକ୍ତର ଖାନାର ଶବ ଗୃହରେ ରଖିଥିବା ଜଣାପଡିଛି। ଛାତ୍ର ର ସମ୍ପର୍କୀୟ ଆସିଲେ ଶବ ବ୍ୟବଛେଦ କରାଯିବ ବୋଲି ଜଣା ପଡିଛି।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ