ବୀର ସହିଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ପାଳିତ
ଜୟପୁର, ୨୨ ନଭେମ୍ବର (ହି.ସ.)- ଆଜି ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ଜୟପୁର ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ଛାତ୍ରାବାସ ପରିସରରେ ମହାନ ସ୍ୱାଧୀନତା ସଂଗ୍ରାମୀ, ଆଦିବାସୀ ଜନନାୟକ ତଥା ବୀର ସହିଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏ.ବି.ଭି.ପି.) ପକ୍ଷରୁ ଶ୍ରଦ୍ଧା ଓ ସମ୍ମାନର
ବୀର ସହିଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ପାଳିତ


ଜୟପୁର, ୨୨ ନଭେମ୍ବର (ହି.ସ.)- ଆଜି ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ଜୟପୁର ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ଛାତ୍ରାବାସ ପରିସରରେ ମହାନ ସ୍ୱାଧୀନତା ସଂଗ୍ରାମୀ, ଆଦିବାସୀ ଜନନାୟକ ତଥା ବୀର ସହିଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏ.ବି.ଭି.ପି.) ପକ୍ଷରୁ ଶ୍ରଦ୍ଧା ଓ ସମ୍ମାନର ସହ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ସଭାପତି ଜ୍ୟୋତି ରଞ୍ଜନ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସହିଦ ଲକ୍ଷ୍ମଣ ନାୟକଙ୍କ ଜୀବନୀ, ତ୍ୟାଗ, ସଂଘର୍ଷ ଓ ଦେଶ ପାଇଁ ତାଙ୍କର ବଳିଦାନ ସମ୍ପର୍କରେ ଆଲୋକପାତ କରିଥିଲେ।ଅନ୍ୟତମ ଅତିଥି ଭାବେ ହିନ୍ଦୁ ସମାଜର ସଦସ୍ୟ ତଥା ସମାଜସେବୀ ଆର୍. କିରଣ, ଛାତ୍ର ସଂସଦର ଯୁଗ୍ମ ସମ୍ପାଦକ ପର୍ଶୁରାମ ଗୋଲାରୀ, ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ଏ.ବି.ଭି.ପି. ୟୁନିଟ୍ ସଭାପତି ମନୋଜ ସାହୁ ଏବଂ ଡେ ସ୍କଲାର୍ସ ଆସୋସିଏସନ୍ ର ସମ୍ପାଦକ ଶୁଭମ ନାୟକ ଉପସ୍ଥିତ ରହି ନିଜ ନିଜର ମତବ୍ୟକ୍ତ କରିଥିଲେ।ଏହି ଅବସରରେ ୨୦୦ରୁ ଊର୍ଦ୍ଧ୍ୱ ଛାତ୍ରାବାସ ଅନ୍ତେବାସୀ ଉପସ୍ଥିତ ରହି ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତି ନିଜର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ବକ୍ତାମାନେ କହିଥିଲେ ଯେ, ସହିଦ ଲକ୍ଷ୍ମଣ ନାୟକ କେବଳ ଜଣେ ସ୍ୱାଧୀନତା ସଂଗ୍ରାମୀ ନଥିଲେ, ସେ ଥିଲେ ଶୋଷିତ, ନିଷ୍ପେଷିତ ଓ ଅବହେଳିତ ଆଦିବାସୀ ସମାଜର ସ୍ୱାଭିମାନ ଓ ଅଧିକାରର ପ୍ରତୀକ। ତାଙ୍କର ସଂଘର୍ଷମୟ ଜୀବନ ଆଜିର ଯୁବପିଢ଼ିଙ୍କୁ ଅନ୍ୟାୟ ବିରୋଧରେ ସ୍ୱର ଉଠାଇବା ସହ ଦେଶ ଓ ସମାଜ ପ୍ରତି ନିଜର କର୍ତ୍ତବ୍ୟ ପାଳନ କରିବାକୁ ପ୍ରେରଣା ଦେଇଥାଏ।ଶେଷରେ ସହିଦ ଲକ୍ଷ୍ମଣ ନାୟକଙ୍କ ଆଦର୍ଶ, ତ୍ୟାଗ ଓ ଦେଶପ୍ରେମକୁ ନିଜ ଜୀବନରେ ଅନୁସରଣ କରିବାର ସଂକଳ୍ପ ସହ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande