ସର୍ବଭାରତୀୟ ସିକୁ କପ କ୍ରିକେଟ ଟୁର୍ଣ୍ଣାମେଂଟ : ଫାଇନାଲରେ ପଂହଚିଲା କେନ୍ଦୁଝର
ଧମର୍ଶାଳା,୨୨ନଭେମ୍ବର(ହି.ସ.) - ଯାଜପୁର ଧମର୍ଶାଳା ନିର୍ବାଚନ ମଣ୍ଡଳୀ ଜାରକାସ୍ଥିତ ଧର୍ମଶାଳା ଷ୍ଟାଡିୟମରେ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଏବଂ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ଆନୁକୁଲ୍ୟରେ ଚାଲିଥିବା ଏକାଦଶ ସର୍ବଭାରତୀୟ ସିକୁ କପ କ୍ରିକେଟ ଟୁର୍ଣ୍ଣାମେଂଟର ଆଜି ସେମିଫାଇନାଲ
ସର୍ବଭାରତୀୟ  ସିକୁ କପ  କ୍ରିକେଟ ଟୁର୍ଣ୍ଣାମଂଟ :  ଫାଇନାଲ ପଂହଚିଲା କେନ୍ଦୁଝର


ଧମର୍ଶାଳା,୨୨ନଭେମ୍ବର(ହି.ସ.) - ଯାଜପୁର ଧମର୍ଶାଳା ନିର୍ବାଚନ ମଣ୍ଡଳୀ ଜାରକାସ୍ଥିତ ଧର୍ମଶାଳା ଷ୍ଟାଡିୟମରେ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଏବଂ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ଆନୁକୁଲ୍ୟରେ ଚାଲିଥିବା ଏକାଦଶ ସର୍ବଭାରତୀୟ ସିକୁ କପ କ୍ରିକେଟ ଟୁର୍ଣ୍ଣାମେଂଟର ଆଜି ସେମିଫାଇନାଲ ମ୍ୟାଚରେ ବିହାର ଟିମକୁ ପରାସ୍ତ କରି କେନ୍ଦୁଝର ଟିମ ଫାଇନାଲରେ ପ୍ରବେଶ କରିଛି । ଆଜିର ସେମିଫାଇନାଲ ମ୍ୟାଚ ରାମେଶ୍ୱର ଫାଇଟର୍ସ କେନ୍ଦୁଝର ଓ କେଫ ଏକାଡେମୀ ବିହାର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ବେଳେ କେନ୍ଦୁଝର ଟିମ ବିହାର ଟିମକୁ ୮୮ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଏହି ମ୍ୟାଚରେ ଆଜି ରାମେଶ୍ୱର ଫାଇଟର୍ସ କେନ୍ଦୁଝର ଟିମ ଟସ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୫ ଓଭର ମଧ୍ୟରୁ ୨୪.୧ ଓଭରରେ ସମସ୍ତ ଉଇକେଟ ହରାଇ ୨୩୪ ରନ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ରିଷିକେଶ ତିୱାରୀ ୬୯ ରନ ଓ ସାରୁଲ କନୱର ୬୩ ରନ ସଂଗ୍ରହ କରିଥିଲେ । ବିପକ୍ଷ କେଫ ଏକାଡେମୀ ବିହାର ଟିମର ଆୟୁସ ରାଜ ଓ ଆଲୋକ ଶର୍ମା ୨ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ । ଜବାବରେ କେଫ ଏକାଡେମୀ ବିହାର ଟିମ ବ୍ୟାଟିଂ କରି ୨୧ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୧୪୬ ରନ ସଂଗ୍ରହ କରି ପରାଜିତ ହୋଇଛି । ଦଳ ପକ୍ଷରୁ ସିଦ୍ଦାର୍ଥ ରାଜ ୩୫ ଓ ରାହୁଲ କୁମାର ୨୫ ରନ ସଂଗ୍ରହ କରିଥିଲେ । ବିପକ୍ଷ କେନ୍ଦୁଝର ଟିମର ଦୀପକ ପୁନିଆ ୩ଟି ଓ ସୁଭମ ଗଡୱାଲ ୨ଟି ଉଇକେଟ ଅକ୍ତିଆର କରିଥିଲେ । ଆଜି ମ୍ୟାଚର ଶ୍ରେଷ୍ଠ ଖେଳାଳୀ ଭାବେ କେନ୍ଦୁଝର ଟିମର ରିଷିକେଶ ତିୱାରୀଙ୍କୁ ଘୋଷଣା କରାଯାଇଥିଲା । ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ଏସପି ସୀତିକଂଠ କନୁନଗୋ ଓ ବିଡିଓ ଜ୍ୟୋତିର୍ମୟ କର ଅତିଥି ଭାବେ ଯୋଗଦେଇ ରିଷିକେଶଙ୍କୁ ପୁରସ୍କୃତ କରିଥିଲେ । ଆଜିର ମ୍ୟାଚକୁ ଆସୁତୋଷ ପାଣି ଓ ପ୍ରାଣନାଥ ଜେନା ପରିଚାଳନା କରିଥିଲେ । ବିକାଶ ଧଳ ଓ ଯଯାତୀ ସାମଲ ସ୍କୋରରେ ସହାୟତା କରିଥିଲେ । ସେହିପରି ଆଜି ଖେଳର ପ୍ରତ୍ୟେକ ମୁହୁର୍ତକୁ କମେଂଟ୍ରି ମାଧ୍ୟମରେ ବୁବୁ ସିହ୍ନା ମହମ୍ମଦ ଇମରାନ ଓ ଜ୍ଞାନ ରାଉତ ପହଂଚାଇଥିଲେ । ଆସନ୍ତା କାଲି ସୋମବାର ଗ୍ରାଣ୍ଡ ଫାଇନାଲ ମ୍ୟାଚ ଆଜିର ବିଜେତା ରାମେଶ୍ୱର ଫାଇଟର୍ସ କେନ୍ଦୁଝର ଓ ରାଇଜିଂ ଷ୍ଟୁଡେଂଟ କଟକ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ସଂଯୋଜକ ଦେବରାଜ ମିଶ୍ର ସୂଚନା ଦେଇଛନ୍ତି । ଏହି ଟୁର୍ଣ୍ଣାମେଂଟକୁ ରାଜେଶ ପାଳ,ତୀଥର୍ରାଜ ପଣ୍ଡା, ସୁବ୍ରତ ଜେନା,ରଂଜନ କୁମାର ରାୟ,ମକରଧ୍ୱଜ ଦାସ,ବିନୋଦ ବାରିକ, ଦିଲକ ଜେନା, ଶିବସୁନ୍ଦର ଦାସ ,ଜଗନ୍ନାଥ ଦାଶ, ମାନସ ମହାନ୍ତି,ତପନ ରାଉତ,ପରମେଶ୍ୱର ସାମଲ, ର୍ପଶୁରାମ ମହାନ୍ତି ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ । ଏହି ଖେଳକୁ ଉପଭୋଗ କରିବା ପାଇଁ ପଡିଆର ଚତୁପାଶ୍ୱେର୍ର ବହୁ ର୍ଦଶକଙ୍କ ଭିଡ ଲାଗିିଥିଲା ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande