ତଦନ୍ତ ରିପୋର୍ଟ ଆସିବା ପରେ ସର୍ବସାଧାରଣ ରିପୋର୍ଟ୍ ତଥ୍ୟ ଦିଆଯିବ– ବାବୁ ସିଂ
ଭୁବନେଶ୍ୱର, 22 ନଭେମ୍ବର (ହି.ସ.)- ବିଭିନ୍ନ ସାମାଜିକ କର୍ମୀଙ୍କ ଆରଟିଆଇ ତଥ୍ୟ ସାମ୍ନାକୁ ଆସିବା ପରେ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଛନ୍ତି ବିଜେପି ବିଧାୟକ ବାବୁ ସିଂ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ,ବ୍ୟକ୍ତିଗତ ସଚି
ତଦନ୍ତ ରିପୋର୍ଟ ଆସିବା ପରେ ସର୍ବସାଧାରଣ ରିପୋର୍ଟ୍ ତଥ୍ୟ ଦିଆଯିବ– ବାବୁ ସିଂ


ଭୁବନେଶ୍ୱର, 22 ନଭେମ୍ବର (ହି.ସ.)- ବିଭିନ୍ନ ସାମାଜିକ କର୍ମୀଙ୍କ ଆରଟିଆଇ ତଥ୍ୟ ସାମ୍ନାକୁ ଆସିବା

ପରେ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଛନ୍ତି ବିଜେପି

ବିଧାୟକ ବାବୁ ସିଂ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ,ବ୍ୟକ୍ତିଗତ ସଚିବ ଭିକେ ପଣ୍ଡିଆନ, ଆଇପିଏସଶ୍ରୀ ରବିକାନ୍ତ ବାରମ୍ବାର ବିଦେଶ ଗ୍ରସ୍ତ କରିଛନ୍ତି । ବିଦେଶ

ଗସ୍ତରେ କେତେ ଟଙ୍କା ଖର୍ଚ୍ଚ ହେଇଛି ,କେତେଥର ବିଦେଶ

ଯାଇଛନ୍ତି, କଣ ପାଇଁ ଯାଇଛନ୍ତି ସବୁର ତଦନ୍ତ ନିର୍ଦ୍ଦେଶ

ଦିଆଯାଇଛି। ସାଧାରଣ ଲୋକ ଜାଣିବାର ହକ ଅଛି

ମୁଖ୍ୟମନ୍ତ୍ରୀ ହୁଅନ୍ତୁ କି ମନ୍ତ୍ରୀ , ବିଧାୟକ ହୁଅନ୍ତୁ

ବିଦେଶ ଗ୍ରସ୍ତ ବିବରଣୀ ଉପରେ। ଆରଟିଆଇପ୍ରଶ୍ନରୁ ମିଳିଥିବା ତଥ୍ୟ ଅନୁଯାୟୀ ଜାପାନ ଓ ଇଟାଲୀ ଗସ୍ତର ଖର୍ଚ୍ଚ ବିବରଣୀ ସନ୍ଦେହ ଜନକ, ଅସ୍ୱଚ୍ଛ ଓ ଅସମ୍ପୂର୍ଣ୍ଣ ବୋଲି ସାମାଜିକ କର୍ମୀମାନେ

ଅଭିଯୋଗ କରିଛନ୍ତି। ଗସ୍ତ ତଥ୍ୟକୁ ଉଦ୍ଦେଶ୍ୟ ମୂଳକ

ଭାବେ ଗୁପ୍ତ ରଖାଯାଇଛି, ତେଣୁ ତଥ୍ୟ ଗୁଡ଼ିକର

ତାଳ-ମେଳ ରହୁନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ତଦନ୍ତ ଚାଲିଛି ,ତଦନ୍ତ ରିପୋର୍ଟ ଆସିବା ପରେ ସର୍ବସାଧାରଣ ରିପୋର୍ଟ୍ ତଥ୍ୟ ଦିଆଯିବ ବୋଲି

ସେ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande