
ଭୁବନେଶ୍ୱର, ୨୨ ନଭେମ୍ୱର (ହି.ସ) ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ
ଚରଣ ମାଝୀ ଭୁବନେଶ୍ୱରରେ ଏକ ବହୁତଳ ବିଶିଷ୍ଟ ରାଜସ୍ୱ ଭବନ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ
କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ, ଭୁବନେଶ୍ୱରରେ ଏକ ୯
ମହଲା ବିଶିଷ୍ଟ ରାଜସ୍ୱ ଭବନ ନିର୍ମାଣ ହେବ । ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ସହିତ ନିର୍ମିତ
ଏହି ଭବନର ୯ ମହଲା ତଳେ ୨ଟି ବେସମେଣ୍ଟ ଓ ଗୋଟିଏ ଗ୍ରାଉଣ୍ଡଫ୍ଲୋର ରହିବ । ଏଥିପାଇଁ ସମୁଦାୟ
୩୪୭.୮୬ କୋଟି ଟଙ୍କା ଖର୍ଚ୍ଚ ହେବ ।
ଏହି ଭବନରେ ଗୋଟିଏ ସ୍ଥାନରେ ରାଜସ୍ୱ ବିଭାଗର ସମସ୍ତ ପ୍ରଶାସନିକ
ବ୍ୟବସ୍ଥା ରହିବା ଦ୍ୱାରା ଏହା ମାଧ୍ୟମରେ ରାଜସ୍ୱ ବ୍ୟବସ୍ଥାର ସୁପରିଚାଳନା ଏବଂ ରାଜସ୍ୱ ଆଦାୟ
ପ୍ରକ୍ରିୟା ସହଜ ଓ ସୁବ୍ୟବସ୍ଥିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଶାବ୍ୟକ୍ତ କରିଛନ୍ତି
।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା