ସରକାର ବିଚଳିତ ହୋଇ ଅପ୍ରସଙ୍ଗକୁ ଲୋକଙ୍କ ସାମ୍ନାକୁ ଆଣୁଛନ୍ତି- ବିଜେଡି
ଭୁବନେଶ୍ୱର, 22 ନଭେମ୍ବର (ହି.ସ.)- ଗତକାଲି ମୁଖ୍ୟମନ୍ତ୍ରୀ ବିଜେଡି ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ବ୍ୟକ୍ତିଗତ ସଚିବଙ୍କ ବିଦେଶ ଗସ୍ତକୁ ନେଇ ଦିଆ ଯାଇଥିବା ତଦନ୍ତ ନିର୍ଦେଶକୁ ଆମେ ସ୍ୱାଗତ କରୁଛୁ ବୋଲି କହିଛି ବିଜେଡି। ବିଜେଡି ବିଧା
ସରକାର ବିଚଳିତ ହୋଇ ଅପ୍ରସଙ୍ଗକୁ ଲୋକଙ୍କ ସାମ୍ନାକୁ ଆଣୁଛନ୍ତି-     ବିଜେଡି


ଭୁବନେଶ୍ୱର, 22 ନଭେମ୍ବର (ହି.ସ.)- ଗତକାଲି ମୁଖ୍ୟମନ୍ତ୍ରୀ ବିଜେଡି ରାଜ୍ୟ ସଭାପତି ତଥା

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ବ୍ୟକ୍ତିଗତ ସଚିବଙ୍କ ବିଦେଶ ଗସ୍ତକୁ ନେଇ

ଦିଆ ଯାଇଥିବା ତଦନ୍ତ ନିର୍ଦେଶକୁ ଆମେ ସ୍ୱାଗତ କରୁଛୁ ବୋଲି କହିଛି ବିଜେଡି।

ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ କହିଛନ୍ତି ଯେ, ଓଡିଶାରେ

ଯେତେବେଳେ ବନ୍ୟା ପରିଚାଳନାରେ ବିଫଳ ହୋଇଛନ୍ତି ବିଧାନସଭାରେ ଆଲୋଚନା କରୁ ନାହାନ୍ତି। ଭତ୍ତା

ବଣ୍ଟନ, ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସରକାର ବ୍ୟାକ ଫୁଟରେ।ଏଥିପାଇଁ

ବିଚଳିତ ହୋଇ ଏହି କଥାକୁ ଘୋଡାଇବାକୁ ଅପ୍ରସଙ୍ଗକୁ ଲୋକଙ୍କ ସାମ୍ନାକୁ ଅଣାଯାଇଛି।

ପୂର୍ବରୁ ବିଜେପି ସରକାର 3ଟି ତଦନ୍ତ

କରିଛନ୍ତି । ରତ୍ନ ଭଣ୍ଡାର ଚାବି ହଜିଥିବା କେନ୍ଦ୍ରୀୟ ନେତୃତ୍ୱ ନିର୍ବାଚନ ପୂର୍ବରୁ କହିଥିଲେ।

ପରେ ନିଜେ ଏହାକୁ କ୍ଲିନ ଚିଟ ଦେଲେ। ହେଲିକେପ୍ଟରରେ ଭି କେ ପାଣ୍ଡିଆନ ବୁଲିବାରେ କୋର୍ଟ

କ୍ଲିନ୍ ଚିଟ୍ ଦେଲେ। ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକାଣ୍ଡ ସମ୍ପର୍କିତ ଫାଇଲ ଗାୟବ ନେଇ

ପୁଣି ତଦନ୍ତ ନିର୍ଦେଶ ଦେଲେ। ନବୀନ ବାବୁ ଦୁଇ ଥର ସରକାରୀ ଗସ୍ତ ରେ ବିଦେଶ ଯାଇଛନ୍ତି। 2022 ଜୁଲାଇରେ ଇଟାଲୀ ଯାଇଥିଲେ। ଜାତିସଂଘ ଦ୍ଵାରା ଆୟୋଜିତ

ଡବ୍ଲୁଏଫବିର ନିମନ୍ତ୍ରଣରେ ଯାଇଥିଲେ। ସେଠାରେ ସେ ଭାଟିକାନ ସିଟିରେ ପୋପଙ୍କୁ ଭେଟିଥିଲେ।

ସେଠାରୁ ଫେରିବା ବେଳେ ଦୁବାଇରେ ଇନଭେଷ୍ଟର ମିଟରେ ଯୋଗ ଦେବାକୁ ଯାଇଥିଲେ। ଏପ୍ରିଲ 2023 ରେ ଜାପାନ ଯାଇଥିଲେ। ନିପନ ଷ୍ଟିଲ ଓ ଆରସେଲ ମିତ୍ତଲ

ସହ ଓଡିଶାରେ କାରଖାନା ପ୍ରତିଷ୍ଠା ନେଇ ଆଲୋଚନା ହୋଇଥିଲେ। ଏସସିବି ମେଡିକାଲ କଲେଜରେ

ଅଗ୍ନିକାଣ୍ଡ ଓ ରାଜ୍ୟପାଳଙ୍କ ପୁଅ ମାଡ଼ ମରିବା ଘଟଣାର ତଦନ୍ତ କରନ୍ତୁ ଆମେ ସ୍ୱାଗତ କରିବୁ

ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande