ପୋଡ଼ାଜଳା (ବର୍ଣ୍ଣ ଇନଜ୍ୟୁରୀ) ଚିକିତ୍ସା ପରିଚାଳନା ପ୍ରଶିକ୍ଷଣ କେନ୍ଦ୍ର ଭାବେ ଦେଶର ତୃତୀୟ ସଂସ୍ଥାନ ହେଲା ଏମ୍ସ ଭୁବନେଶ୍ୱର
ଭୁବନେଶ୍ୱର, ୨୨ ନଭେମ୍ବର (ହି.ସ): ଦେଶରେ ଟ୍ରମା ଓ ପୋଡ଼ାଜଳା ଚିକିତ୍ସା ସେବାକୁ ଅଧିକ ସୁଦୃଢ଼ କରିବା ଦିଗରେ ଏକ ବଡ଼ ସଫଳତା ହାସଲ କରିଛି ଏମ୍ସ ଭୁବନେଶ୍ୱର। କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଅନୁମୋଦନ କ୍ରମେ ଅଖିଳ ଭାରତୀୟ ଆୟୁର୍ବି
ପୋଡ଼ାଜଳା (ବର୍ଣ୍ଣ     ଇନଜ୍ୟୁରୀ) ଚିକିତ୍ସା ପରିଚାଳନା ପ୍ରଶିକ୍ଷଣ କେନ୍ଦ୍ର ଭାବେ ଦେଶର ତୃତୀୟ ସଂସ୍ଥାନ ହେଲା ଏମ୍ସ     ଭୁବନେଶ୍ୱର


ଭୁବନେଶ୍ୱର, ୨୨

ନଭେମ୍ବର (ହି.ସ): ଦେଶରେ ଟ୍ରମା ଓ ପୋଡ଼ାଜଳା ଚିକିତ୍ସା ସେବାକୁ ଅଧିକ ସୁଦୃଢ଼ କରିବା ଦିଗରେ

ଏକ ବଡ଼ ସଫଳତା ହାସଲ କରିଛି ଏମ୍ସ ଭୁବନେଶ୍ୱର। କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର

କଲ୍ୟାଣ ମନ୍ତ୍ରଣାଳୟର ଅନୁମୋଦନ କ୍ରମେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ), ଭୁବନେଶ୍ୱରର

ପୋଡ଼ାଜଳା ଓ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗକୁ ଜାତୀୟ ଟ୍ରମା ଓ ପୋଡ଼ାଜଳା ଆଘାତ ପ୍ରତିରୋଧ ଏବଂ

ପରିଚାଳନା କାର୍ଯ୍ୟକ୍ରମ ଅଧୀନରେ

ପୋଡ଼ାଜଳା ଆଘାତ ପରିଚାଳନା ଓ ଏନଇଏଲଏସପ୍ରଶିକ୍ଷଣ କେନ୍ଦ୍ର ଭାବେ ଚୟନ କରାଯାଇଛି। ଏହି ସ୍ୱୀକୃତି ହାସଲ

କରିବାରେ ଏମ୍ସ ଭୁବନେଶ୍ୱର ଦେଶର ତୃତୀୟ ସଂସ୍ଥାନ ପାଲଟିଛି।

ଏହି ସମ୍ମାନଜନକ ସ୍ୱୀକୃତି

ଏମ୍ସ ଭୁବନେଶ୍ୱରର ବିଶେଷଜ୍ଞ ପୋଡ଼ାଜଳା ଚିକିତ୍ସା,

ଉନ୍ନତ ଚିକିତ୍ସା ସେବା,

ଡାକ୍ତରୀ ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ବଢ଼ୁଥିବା

ପାରଦର୍ଶିତାକୁ ସ୍ୱୀକୃତି ଦେଇଛି। ବିଶେଷ ଉଲ୍ଲେଖନୀୟ ଯେ, ଏହି ବର୍ଷ ଏମ୍ସ ଭୁବନେଶ୍ୱରର

ପୋଡ଼ାଜଳା ଓ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ନିଜର ଦଶମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଦୀର୍ଘ ଏକ

ଦଶନ୍ଧି ଧରି ଏହି ବିଭାଗ ଚିକିତ୍ସା ସେବା,

ନବସୃଜନ ଏବଂ ପୁନର୍ଗଠନମୂଳକ ଶଲ୍ୟଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ

ଅବଦାନ ରଖିଆସିଛି।

ଗତ ଦଶ ବର୍ଷ ମଧ୍ୟରେ ବିଭାଗ

ପକ୍ଷରୁ ପୋଡ଼ାଜଳା ରୋଗୀଙ୍କ ପାଇଁ ବ୍ୟାପକ ଚିକିତ୍ସା ସେବା ବିକଶିତ କରାଯାଇଛି। ଏହାର ଏକ

ପ୍ରମୁଖ ସଫଳତା ହେଉଛି ଅତ୍ୟାଧୁନିକ ସୁବିଧା ସମ୍ପନ୍ନ ସ୍ୱତନ୍ତ୍ର ବର୍ଣ୍ଣ ସେଣ୍ଟରର

ପ୍ରତିଷ୍ଠା। ପୂର୍ବ ଭାରତର ଅନ୍ୟତମ ଉନ୍ନତ ପୋଡ଼ାଜଳା ଚିକିତ୍ସା କେନ୍ଦ୍ର ଭାବେ ପରିଚିତ ଏହି

କେନ୍ଦ୍ରରେ ଗୁରୁତର ପୋଡ଼ାଜଳା ଆଘାତର ତୁରନ୍ତ ଚିକିତ୍ସା, ପୁନର୍ଗଠନମୂଳକ

ଶଲ୍ୟଚିକିତ୍ସା ଏବଂ ରୋଗୀଙ୍କ ପୁନର୍ବାସ ସେବା ଉପଲବ୍ଧ ହେଉଛି। ଏହି ବିଭାଗ ଏପର୍ଯ୍ୟନ୍ତ ୧,୫୦୦ରୁ

ଅଧିକ ପୋଡ଼ାଜଳା ରୋଗୀଙ୍କୁ ସଫଳତାର ସହ ଚିକିତ୍ସା କରିଛି। ଫଳରେ ରୋଗୀଙ୍କ ଚିକିତ୍ସାଜନିତ

ଫଳାଫଳ ଓ ଜୀବନଧାରଣର ଗୁଣବତ୍ତାରେ ଉନ୍ନତି ଆସିଛି।

ପ୍ରଶିକ୍ଷଣ କେନ୍ଦ୍ର ଭାବେ

ଏମ୍ସ ଭୁବନେଶ୍ୱରର ଚୟନ ଏହାର ଅତ୍ୟାଧୁନିକ ଭିତ୍ତିଭୂମି, ବିଶେଷଜ୍ଞ ଚିକିତ୍ସା ସୁବିଧା

ଏବଂ ଜଟିଳ ପୋଡ଼ାଜଳା ଆଘାତ ପରିଚାଳନାରେ ଥିବା ଅଭିଜ୍ଞତାକୁ ପ୍ରତିଫଳିତ କରୁଛି। ଏହି

କେନ୍ଦ୍ରରେ ଡାକ୍ତର ଓ ନର୍ସିଂ କର୍ମଚାରୀଙ୍କ ଜ୍ଞାନ,

ଚିକିତ୍ସାଗତ ଦକ୍ଷତା ଏବଂ ବ୍ୟବହାରିକ ଅଭିଜ୍ଞତା ବୃଦ୍ଧି ପାଇଁ

ସୁବ୍ୟବସ୍ଥିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ଜାତୀୟ ଏନପିପିଏମଟି ଆଣ୍ଡ

ବିଆଇକାର୍ଯ୍ୟକ୍ରମ ଅଧୀନରେ ଦେଶରେ ଟ୍ରମା ଓ ପୋଡ଼ାଜଳା ଚିକିତ୍ସା

ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଭାରତ ସରକାର ମୋଟ ୧୯୬ଟି ଟ୍ରମା କେୟାର ଫାସିଲିଟି ଏବଂ

୪୭ଟି ବର୍ଣ୍ଣ ୟୁନିଟ୍କୁ ମଞ୍ଜୁରୀ ଦେଇଛନ୍ତି। ରୋଗୀଙ୍କୁ ଠିକ୍ ସମୟରେ ଉନ୍ନତ ଓ ଗୁଣାତ୍ମକ

ଚିକିତ୍ସା ଯୋଗାଇଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏମ୍ସ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଥିବା ଏହି

ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଦେଶର ସ୍ୱାସ୍ଥ୍ୟକର୍ମୀଙ୍କ ଦକ୍ଷତା ବୃଦ୍ଧି ସହ ପୋଡ଼ାଜଳା ଆଘାତ

ଚିକିତ୍ସା ଓ ଏନଇଏଲଏସକ୍ଷେତ୍ରରେ ମାନକ ପଦ୍ଧତିର ପ୍ରସାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା

ନେବ।

ଏହି ସଫଳତା ପାଇଁ ଏମ୍ସ

ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ସିଇଓ ଡା. ଆଶୁତୋଷ ବିଶ୍ୱାସ ବିଭାଗକୁ

ଅଭିନନ୍ଦନ ଜଣାଇ କହିଛନ୍ତି, “ଏହି ସ୍ୱୀକୃତି ଏମ୍ସ ଭୁବନେଶ୍ୱର ପାଇଁ ଏକ ଗର୍ବର ମୁହୂର୍ତ୍ତ। ଏହା

ବିଶେଷଜ୍ଞ ସ୍ୱାସ୍ଥ୍ୟସେବା, ଡାକ୍ତରୀ ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଆମର ଉତ୍କର୍ଷତା

ପ୍ରତି ଥିବା ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରିଛି। ଏହା ଅନୁଷ୍ଠାନର ବଢ଼ୁଥିବା କ୍ଷମତା ଏବଂ

ଜାତୀୟ ସ୍ୱାସ୍ଥ୍ୟସେବାରେ ଏହାର ଅବଦାନକୁ ପ୍ରମାଣିତ କରୁଛି। ଦେଶରେ ଟ୍ରମା ଓ ପୋଡ଼ାଜଳା

ଚିକିତ୍ସା ସେବାକୁ ସୁଦୃଢ଼ କରିବା ସହ ସମଗ୍ର ଦେଶରେ ଗୁଣାତ୍ମକ ଜରୁରୀକାଳୀନ ଓ ବିଶେଷଜ୍ଞ

ଚିକିତ୍ସା ଯୋଗାଇବାରେ ସକ୍ଷମ ଦକ୍ଷ ସ୍ୱାସ୍ଥ୍ୟକର୍ମୀ ସୃଷ୍ଟି କରିବା ଦିଗରେ ଆମେ ପ୍ରତିବଦ୍ଧ।”

ଏହି ଉପଲବ୍ଧି ସମ୍ପର୍କରେ

ପୋଡ଼ାଜଳା ଓ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ମୁଖ୍ୟ ଡା. ସଞ୍ଜୟ କୁମାର ଗିରି କହିଛନ୍ତି, “ଏହି

ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଆମ ବିଭାଗକୁ ପ୍ରଶିକ୍ଷଣ କେନ୍ଦ୍ର ଭାବେ ଚୟନ କରାଯିବା

ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗର୍ବର ବିଷୟ। ବିଭାଗର ଦଶମ ପ୍ରତିଷ୍ଠା ଦିବସ ପାଳନ ଅବସରରେ

ମିଳିଥିବା ଏହି ସ୍ୱୀକୃତି ଆମ ଟିମ୍ର ନିଷ୍ଠା ଏବଂ ବିଶେଷଜ୍ଞ ପୋଡ଼ାଜଳା ଚିକିତ୍ସାର ଉନ୍ନତି

ପାଇଁ ନିରନ୍ତର ପ୍ରୟାସର ପ୍ରମାଣ। ଅତ୍ୟାଧୁନିକ ଭିତ୍ତିଭୂମି ଏବଂ ୧,୫୦୦ରୁ

ଅଧିକ ପୋଡ଼ାଜଳା ରୋଗୀଙ୍କ ଚିକିତ୍ସା ଅଭିଜ୍ଞତାକୁ ଆଧାର କରି ଆମେ ଏହି ପ୍ରଶିକ୍ଷଣ

କାର୍ଯ୍ୟକ୍ରମ ମାଧ୍ୟମରେ ନିଜର ଜ୍ଞାନ ଓ ଅଭିଜ୍ଞତା ବାଣ୍ଟିବା ସହ ସମଗ୍ର ଦେଶରେ ଦକ୍ଷ

ସ୍ୱାସ୍ଥ୍ୟକର୍ମୀ ସୃଷ୍ଟି କରିବାକୁ ପ୍ରତିବଦ୍ଧ।”

ଏହି ପ୍ରଶିକ୍ଷଣ

କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯୋଗ୍ୟ ସ୍ୱାସ୍ଥ୍ୟସେବା ବୃତ୍ତିଜୀବୀଙ୍କ ନାମ ସୁପାରିସ

କରିବାକୁ ସମସ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନକୁ ଅନୁରୋଧ କରାଯାଇଛି। ଏହି

ପଦକ୍ଷେପ ଦ୍ୱାରା ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସ୍ୱାସ୍ଥ୍ୟକର୍ମୀଙ୍କ ଦକ୍ଷତା

ବିକାଶ, ପୋଡ଼ାଜଳା

ଜନିତ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ଏବଂ ପ୍ରମାଣଭିତ୍ତିକ ମାନକ

ଚିକିତ୍ସା ପଦ୍ଧତିର ପ୍ରସାର ହୋଇପାରିବ ବୋଲି ଆଶା କରାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande