
ଭୁବନେଶ୍ୱର, 22 ନଭେମ୍ବର (ହି.ସ.): ଅଲ୍ ଇଣ୍ଡିଆ ଟ୍ରେଡ୍ ଟେଷ୍ଟ ୨୦୨୬ରେ ଉଲ୍ଲେଖନୀୟ
ପ୍ରଦର୍ଶନ କରି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିବା ୪
ଜଣ ଯୁବ ପ୍ରତିଭା ଅଭିଜିତ ଦାସ,
ସୁପ୍ରୀତି
ମହାପାତ୍ର, ସମିଦା ବେଗମ୍ ଓ
ସଚିନ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି।
ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅଲ୍ ଇଣ୍ଡିଆ
ଟ୍ରେଡ୍ ଟେଷ୍ଟ ୨୦୨୬ରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର
ମୋଦୀଜୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିବା ଅଭିଜିତ ଦାସ, ସୁପ୍ରୀତି ମହାପାତ୍ର, ସମିଦା ବେଗମ୍ ଓ
ସଚିନ କୁମାରଙ୍କୁ ହାର୍ଦ୍ଦିକ ଅଭିନନ୍ଦନ।
ବୈଷୟିକ ଶିକ୍ଷାକୁ ସୁଦୃଢ଼ କରିବା, ଆଇଟିଆଇଗୁଡ଼ିକର
ଆଧୁନିକୀକରଣ ଏବଂ ଯୁବପିଢ଼ିଙ୍କୁ ଭବିଷ୍ୟତର ଆହ୍ୱାନର ମୁକାବିଲା ପାଇଁ ଆବଶ୍ୟକ ଦକ୍ଷତାରେ
ସଜ୍ଜିତ କରିବା ଉପରେ ନୂତନ ଗୁରୁତ୍ୱ ଦେଇ ଓଡ଼ିଶା ଏକ ଦକ୍ଷ ଓ ସଶକ୍ତ କର୍ମଶକ୍ତି ଗଠନ ଦିଗରେ
ନିରନ୍ତର ଆଗେଇ ଚାଲିଛି।ଏହି ଯୁବ
ପ୍ରତିଭାମାନଙ୍କ ସଫଳତା ସମଗ୍ର ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ। ଏହା ଆମ ଯୁବପିଢ଼ିଙ୍କ
ପ୍ରତିଭା, ଆକାଂକ୍ଷା ଓ
ଉଜ୍ଜ୍ୱଳ ଭବିଷ୍ୟତର ପ୍ରତିଫଳନ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା