
ଉପଲବ୍ଧ ହେବ ସାମୁଦ୍ରିକ ଝଡ଼ର ପୂର୍ବାନୁମାନ ଏବଂ ସତର୍କ ସୂଚନା
ଭୁବନେଶ୍ୱର, ୨୨ ନଭେମ୍ୱର (ହି.ସ)
ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼
କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ନେଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ଓଡ଼ିଶାର ସମୁଦ୍ର ଉପକୂଳରେ
ସ୍ଥାପନ ହେବ ‘ଭିଡ଼ିଓ କ୍ୟାମେରା-ଆଧାରିତ ସ୍ୱୟଂଚାଳିତ ବେଳାଭୂମି ନିରୀକ୍ଷଣ ବ୍ୟବସ୍ଥା’ । ଏହା ସହିତ ଜାତୀୟ
ମହାସାଗର ସୂଚନା କେନ୍ଦ୍ରର ଏକ ଆଞ୍ଚଳିକ କେନ୍ଦ୍ର ମଧ୍ୟ ଓଡ଼ିଶାରେ ପ୍ରତିଷ୍ଠା ହେବ।
ଏହି ବ୍ୟବସ୍ଥା ପାଣିପାଗ ସମ୍ୱଳିତ ସଠିକ୍ ତଥ୍ୟ ପ୍ରଦାନ କରିବା ସହିତ
ସାମୁଦ୍ରିକ ବିପର୍ଯ୍ୟୟର ପୂର୍ବାନୁମାନ ଏବଂ ପୂର୍ବସଂକେତ ପ୍ରଦାନ କରିବ । ସାମୁଦ୍ରିକ ଗବେଷଣା
କ୍ଷେତ୍ର ପାଇଁ ମଧ୍ୟ ଏହା ଖୁବ୍ ସହାୟକ ହେବ ।
ଏଥି ନିମନ୍ତେ ଖୁବ୍ ଶୀଘ୍ର ଭାରତ ସରକାରଙ୍କ ପୃଥିବୀ ବିଜ୍ଞାନ
ମନ୍ତ୍ରାଳୟ ଅଧୀନସ୍ଥ ଇନ୍କୋଇସ୍ ଏବଂ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ
ମଧ୍ୟରେ ଏକ ଚୁକ୍ତିପତ୍ର ସ୍ୱାକ୍ଷର ହେବାକୁ ଯାଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା