
ଭୁବନେଶ୍ୱର, 22 ନଭେମ୍ବର (ହି.ସ)ସହିଦ ଲକ୍ଷ୍ମଣ ନାୟକଙ୍କ ୧୨୭ ତମ ଜନ୍ମ ଜୟନ୍ତୀରେ ଲକ୍ଷ୍ମଣ ନାୟକଙ୍କ
ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସଚିବାଳୟ
ସମ୍ମୁଖରେ ଥିବା ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀଙ୍କ ସହ ବାଚସ୍ପତି ସୁରମା
ପାଢୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଏକାମ୍ର ବିଧାୟକ ବାବୁ ସିଂ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଯୋଗଦେଇ
ଶ୍ରଦ୍ଧାଂଜଳି ଅର୍ପଣ କରିଛନ୍ତି।
ଏହା ସହ ବୀର ସ୍ୱାଧୀନତା ସଂଗ୍ରାମୀ ,ଆଦିବାସି ଜନନେତାଙ୍କ ବୀରତ୍ୱର କଥା ସବୁଦିନ ପାଇଁ ଓଡ଼ିଶା ଇତିହାସରେ
ଲିପିବଦ୍ଧ ହୋଇ ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଇଂରେଜ ମାନଙ୍କ ଶୋଷଣ ଓ ଅତ୍ୟାଚାର
ବିରୋଧରେ ଲଢେଇର ନେତୃତ୍ଵ ନେଇ ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତାରେ ଅନୁପ୍ରାଣିତ ହୋଇ ଲୋକଙ୍କୁ
ଏକଠି କରି ସ୍ୱାଧୀନତା ସଂଗ୍ରାମରେ ନେତୃତ୍ଵ ନେଇଥିଲେ। ତାଙ୍କର ଅଦମ୍ୟ ସାହସ ଇତିହାସରେ
ଅବିସ୍ମରଣୀୟ ହୋଇରହିବ। ସେ ସମାଜ ପାଇଁ ଦେଇଥିବା ବଳିଦାନ ଆଜି ସମସ୍ତଂକ ପାଇଁ ପ୍ରେରଣା ତାହା
ଆଜିର ଯୁବ ପୀଢ଼ିଙ୍କୁ ପ୍ରେରଣା ଦେବ। ତାଙ୍କ ପ୍ରେରଣାରେ ଅନୁପ୍ରାଣିତ ହୋଇ ଆମ ସରକାର ତାଙ୍କ
ଶୋଷଣ, ଅତ୍ୟାୟ, ଦୁର୍ନୀତି ବିରୋଧରେ
ଲଢେଇ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା