ବାଲିଯାତ୍ରା ପାଇଁ ଟ୍ରାଫିକ୍ ଓ ପାର୍କିଂ ବ୍ୟବସ୍ଥା, ଜାରି ହେଲା ସ୍ୱତନ୍ତ୍ର ନିୟମାବଳୀ
ଭୁବନେଶ୍ୱର/କଟକ, ୨୨ ନଭେମ୍ବର (ହି.ସ) : ଆସନ୍ତା ୨୪ ନଭେମ୍ବରରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ କଟକରେ ଅନୁଷ୍ଠିତ ହେବ ବିଶ୍ୱପ୍ରସିଦ୍ଧ ବାଲିଯାତ୍ରା। ଏହି ଐତିହାସିକ ମହୋତ୍ସବରେ ଲକ୍ଷାଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁବିଧା, ସୁରକ୍ଷା ଓ ଯାତା
ବାଲିଯାତ୍ରା ପାଇଁ ଟ୍ରାଫିକ୍     ଓ ପାର୍କିଂ ବ୍ୟବସ୍ଥା, ଜାରି ହେଲା ସ୍ୱତନ୍ତ୍ର ନିୟମାବଳୀ


ଭୁବନେଶ୍ୱର/କଟକ, ୨୨

ନଭେମ୍ବର (ହି.ସ) : ଆସନ୍ତା ୨୪ ନଭେମ୍ବରରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ କଟକରେ ଅନୁଷ୍ଠିତ

ହେବ ବିଶ୍ୱପ୍ରସିଦ୍ଧ ବାଲିଯାତ୍ରା। ଏହି ଐତିହାସିକ ମହୋତ୍ସବରେ ଲକ୍ଷାଧିକ ଲୋକଙ୍କ ସମାଗମକୁ

ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁବିଧା, ସୁରକ୍ଷା ଓ ଯାତାୟାତକୁ ସୁଗମ କରିବା ପାଇଁ କମିଶନରେଟ୍ ପୋଲିସ

ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ୍ ନିୟମାବଳୀ ଜାରି କରାଯାଇଛି।

ବାଲିଯାତ୍ରା ସମୟରେ ଭିଡ଼

ନିୟନ୍ତ୍ରଣ, ଯାନବାହନ ଚଳାଚଳ ଓ ପାର୍କିଂ ବ୍ୟବସ୍ଥାକୁ ସୁଶୃଙ୍ଖଳିତ କରିବା

ଲକ୍ଷ୍ୟରେ ଏହି ନିୟମାବଳୀ ପ୍ରସ୍ତୁତ ହୋଇଛି। ନିର୍ଦ୍ଧାରିତ ସମୟରେ ଟ୍ରାଫିକ୍ କଟକଣା ଲାଗୁ

ହେବା ସହ ବିଭିନ୍ନ ସ୍ଥାନରେ ଗାଡ଼ି ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ପାର୍କିଂ ପାଇଁ ୧୦ଟି ସ୍ଥାନ

ଚିହ୍ନଟ

ପୋଲିସ ପକ୍ଷରୁ ଦୁଇଚକିଆ ଓ

ଚାରିଚକିଆ ଯାନ ସମେତ ବିଭିନ୍ନ ଯାନବାହନ ପାଇଁ ପୃଥକ୍ ପାର୍କିଂ ବ୍ୟବସ୍ଥା କରାଯାଇଛି। ଏଥିପାଇଁ

ଚହଟା ଛକ, ଗୋପାଳବଲ୍ଲଭ

ପଟ୍ଟନାୟକ ପଡ଼ିଆ, ଖ୍ରୀଷ୍ଟିଆନ ପଡ଼ିଆ,

ଦୟାଶ୍ରମ ସମ୍ମୁଖ ପଡ଼ିଆ,

ସିଲଭର ସିଟି ବୋଟିଂ କ୍ଲବ ନିକଟସ୍ଥ ପଡ଼ିଆ, ମାତାମଠ

ପାର୍କିଂ, ବୋଷ

ଇଞ୍ଜିନିୟରିଂ କଲେଜ ସମ୍ମୁଖ, ହାଡ଼ିଆ ପଡ଼ା,

ଉପର ବାଲିଯାତ୍ରା ଅଞ୍ଚଳ ଓ କାଠଯୋଡ଼ି ନିକଟବର୍ତ୍ତୀ ସ୍ଥାନକୁ

ପାର୍କିଂ ପାଇଁ ଚିହ୍ନଟ କରାଯାଇଛି।

ଯାନବାହନ ଚଳାଚଳ ଉପରେ କଟକଣା

ବାଲିଯାତ୍ରା ଅଞ୍ଚଳକୁ

ଆସୁଥିବା ଯାନବାହନ ପାଇଁ ବିଭିନ୍ନ ରାସ୍ତାରେ ନିର୍ଦ୍ଦିଷ୍ଟ ମାର୍ଗ ଓ ଟ୍ରାଫିକ୍ ନିୟମ ଲାଗୁ

କରାଯାଇଛି। ନିର୍ଦ୍ଧାରିତ ପାର୍କିଂ ସ୍ଥଳ ବ୍ୟତୀତ ଅନ୍ୟ ସ୍ଥାନରେ ଗାଡ଼ି ରଖିବା ଉପରେ କଟକଣା

ରହିବ। ଭିଡ଼ ନିୟନ୍ତ୍ରଣ ଓ ଜରୁରୀକାଳୀନ ଯାତାୟାତକୁ ସୁଗମ କରିବା ପାଇଁ କେତେକ ରାସ୍ତାରେ

ଯାନବାହନ ଚଳାଚଳକୁ ନିୟନ୍ତ୍ରିତ କରାଯିବ।

ଜନସାଧାରଣଙ୍କ ପାଇଁ

ନିର୍ଦ୍ଦେଶ

- ଯାନବାହନ ଚାଳକମାନେ ନିର୍ଦ୍ଧାରିତ ପାର୍କିଂ ସ୍ଥଳରେ ଗାଡ଼ି ରଖିବେ।

- ପୋଲିସ ଓ ଟ୍ରାଫିକ୍ କର୍ମଚାରୀଙ୍କ ନିର୍ଦ୍ଦେଶ ପାଳନ କରିବେ।

- ରାସ୍ତାରେ ଅଯଥା ଗାଡ଼ି ରଖି ଯାତାୟାତରେ ବାଧା ସୃଷ୍ଟି କରିବେ

ନାହିଁ।

- ଟ୍ରାଫିକ୍ ସଙ୍କେତ ଓ ନିର୍ଦ୍ଦିଷ୍ଟ ମାର୍ଗକୁ ଅନୁସରଣ କରିବେ।

- ଜରୁରୀକାଳୀନ ସେବା ଯାନବାହନ ଚଳାଚଳ ପାଇଁ ରାସ୍ତା ଖାଲି ରଖିବେ।

ବାଲିଯାତ୍ରାକୁ ଶୃଙ୍ଖଳିତ, ସୁରକ୍ଷିତ

ଓ ଭିଡ଼ମୁକ୍ତ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ପର୍ଯ୍ୟାପ୍ତ ପୋଲିସ ବ୍ୟବସ୍ଥା ସହ

ଟ୍ରାଫିକ୍ ପରିଚାଳନା ଉପରେ ସ୍ୱତନ୍ତ୍ର ନଜର ରଖାଯିବ। ମହୋତ୍ସବକୁ ଆସୁଥିବା ଜନସାଧାରଣଙ୍କୁ

ପୋଲିସ ପକ୍ଷରୁ ଜାରି ନିୟମାବଳୀ ମାନିବା ସହ ପ୍ରଶାସନକୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande