
ସୁରକ୍ଷା ବ୍ୟବସ୍ଥା ତଦାରଖ କଲେ କଟକ ଗ୍ରାମାଞ୍ଚଳ ଏସ୍ପି
କଟକ, ୨୨ ନଭେମ୍ବର
(ହି.ସ.) – ପଞ୍ଚୁକ ଓ ବଡ଼ଓଷା ଅବସରରେ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ଶୃଙ୍ଖଳିତ ଦର୍ଶନ ଚାଲିଛି । ଶ୍ରଦ୍ଧାଳୁ ମାନେ କିଭଳି ଶୃଙ୍ଖଳିତ
ଓ ସୁରକ୍ଷିତ ଦର୍ଶନ କରି ପାରିବେ ସେ ନେଇ
ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ପୀଠରେ ସୁରକ୍ଷା ବ୍ୟବସ୍ଥା, ଭିଡ଼ ନିୟନ୍ତ୍ରଣ ଓ ଶ୍ରଦ୍ଧାଳୁଙ୍କ ଯାତାୟାତ ଉପରେ
କଡ଼ା ନଜର ରଖାଯାଇଛି।
କଟକ ଗ୍ରାମାଞ୍ଚଳ ଏସ୍ପି ବିନୀତ ଅଗ୍ରୱାଲ ଧବଳେଶ୍ୱର ପୀଠରେ
ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି। ଶ୍ରଦ୍ଧାଳୁମାନେ ଯେପରି ବିନା ବାଧାରେ
ଶାନ୍ତିପୂର୍ଣ୍ଣ ଭାବେ ମହାଦେବଙ୍କ ଦର୍ଶନ କରିପାରିବେ, ସେଥିପ୍ରତି ପୋଲିସ
ପକ୍ଷରୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି।
ପୀଠରେ ଭିଡ଼ ନିୟନ୍ତ୍ରଣ, ଶ୍ରଦ୍ଧାଳୁଙ୍କ
ଯାତାୟାତ ଏବଂ ସୁରକ୍ଷା ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ଲାଗି ପୋଲିସ ନିୟୋଜିତ ରହିଛି।
ଭକ୍ତଙ୍କ ସୁରକ୍ଷା ଓ ସୁବିଧାଜନକ ଦର୍ଶନ ସୁନିଶ୍ଚିତ କରିବାକୁ ଓଡ଼ିଶା ପୋଲିସ ପ୍ରତିବଦ୍ଧ ବୋଲି
କୁହାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା