ବାତ୍ୟା ପାଇଁ ଉଜୁଡିଲା ଚିନାବାଦାମ ଚାଷ : ମୁଣ୍ଡରେ ହାତ ଦେଇ ବସିଛି ଚାଷୀ , କ୍ଷତି ପୂରଣ ଦାବି
ଧର୍ମଶାଳା,୨୨ନଭେମ୍ବର(ହି.ସ.) - ଆସିଲା ଆକୱାନ ବାତ୍ୟା । ପବନ ନ ହେଲେ ବି ଦୁଇ ଦିନ ଧରି ବର୍ଷା ଢାଳି ଦେଇ ଗଲା । ଗାଁ ଗଣ୍ଡା ସହ ଚାଷ ଜମି ଜଳମଗ୍ନ । ପ୍ରଭାବିତ ହେଲା ପନପରିବା,ବିରି,ମୁଗ,କୋଳଥ ଓ ଚିନାବାଦାମ ଚାଷ । ଚାଷୀଙ୍କର ବର୍ଷକର ରୋଜଗାର ଛଡାଇ ନେଲା । ଯାହାକୁ ନେଇ ଏବେ ଚାଷୀ ପରିବାର ଚିନ୍ତ
ବାତ୍ୟା ପାଇଁ ଉଜୁଡିଲା ଚିନାବାଦାମ ଚାଷ : ମୁଣ୍ଡରେ ହାତ ଦେଇ ବସିଛି ଚାଷୀ : କ୍ଷତି ପୂରଣ ଦାବି


ଧର୍ମଶାଳା,୨୨ନଭେମ୍ବର(ହି.ସ.) - ଆସିଲା ଆକୱାନ ବାତ୍ୟା । ପବନ ନ ହେଲେ ବି ଦୁଇ ଦିନ ଧରି ବର୍ଷା ଢାଳି ଦେଇ ଗଲା । ଗାଁ ଗଣ୍ଡା ସହ ଚାଷ ଜମି ଜଳମଗ୍ନ । ପ୍ରଭାବିତ ହେଲା ପନପରିବା,ବିରି,ମୁଗ,କୋଳଥ ଓ ଚିନାବାଦାମ ଚାଷ । ଚାଷୀଙ୍କର ବର୍ଷକର ରୋଜଗାର ଛଡାଇ ନେଲା । ଯାହାକୁ ନେଇ ଏବେ ଚାଷୀ ପରିବାର ଚିନ୍ତାରେ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା ଧର୍ମଶାଳା ବ୍ଲକ ଦେଓଦା,ମଙ୍ଗଳପୁର,ଉତରପ୍ରତାପ,ଅରାବଳ ଓ କଦମପାଳ ଆଦି ପଂଚାୟତ ବିଶେଷ ଭାବେ ପ୍ରଭାବିତ ହୋଇଛି । ଏହି ସବୁ ପଂଚାୟତରେ ଶହଶହ ଚାଷୀ ଲାଭ ଦାୟକ ପସଲ ଚିନାବାଦାମ ଚାଷ ଉପରେ ନିର୍ଭର କରିଥାନ୍ତି । ଏହି ଚାଷରେ ଯାହା ଅମଳ ହୁଏ ତାହା ଧାର କରଜ ଶୁଝି ବର୍ଷ ତମାମ ତାଙ୍କ ପରିବାର ଚଳେ । ଏବେ ଚାଷ ଜମିରେ ପାଣି । ଏହି ପଂଚାୟତର ଦେଓଦା,ବାସୁଦେବପୁର,ନୂଆକୂଳ,କୋଠଢିହ ,ଉତରପ୍ରତାପ ,କଦମପାଳ, ନୋଷ୍ଠା,ଅରାବଳ ,ଉତରପ୍ରତାପ ଆଦି ଗ୍ରାମର ଶହଶହ ଚାଷୀ ବିଭିନ୍ନ ଉପାୟରୁ ଧାର କରଜ କରି ଟଙ୍କା ଆଣି କ୍ଷେତରେ ହଳ ଲଙ୍ଗଳରେ ଚାଷ କରି ସେଥିରେ ଚିନାବାଦାମ ବିହନ, ସାର ଓ ଔଷଧ ପକାଇ ଥିଲା । ଦୁଇ ଦିନ ବର୍ଷା ହେବା ଫଳରେ କ୍ଷେତରେ ପାଣି ଜମି ରହିଛି । ଏବେ ଏହି ବିହନ ପଚିବାକୁ ବସିଲାଣି । ପୁଣି ଆଉ ଏକ ଲଘୁଚାପ ଆସିବା ନେଇ ସେମାନଙ୍କ ଚିନ୍ତା ଆହୁରୀ ଦ୍ୱିଗୁଣିତ କରିଛି । ଚଳିତ ବର୍ଷ ସରକାରଙ୍କ ପକ୍ଷରୁ ଚିନାବାଦାମ ବିହନ ଯୋଗାଇ ଦିଆ ଗଲା ନାହିଁ । ବଜାରରୁ ଚଢା ଦରରେ ବିହନ ଆଣି ଚାଷ କରିଥିଲା । ଚିନାବାଦାମ କ୍ୱିଂଟାଲ ପିଛି ୧୪ରୁ ୧୫ ହଜାର ଦେଇ ବିହନ କିଣି ଆଣି ଚାଷ କରିଥିଲା । ଏବେ ସେସବୁକୁ ଉଜାଡି ଦେଲା ବାତ୍ୟା । ପୁଣି ଚାଷ କରି ଚିନାବାଦାମ ଚାଷ କରିବା ଆଉ ତାଙ୍କ ପକ୍ଷେ ସମ୍ଭବପର ନୁହେଁ । ସେପଟେ ପଛୁଆ ହୋଇ ଗଲେ ଆଗକୁ ଖରା ଆସିଲେ ଏହି ଚାଷ ଉପରେ ଘୋର ପ୍ରଭାବ ପଡିବ । ଆଗକୁ କିପରି ପରିବାର ଚଳିବ ତାହାକୁ ନେଇ ଏବେ ଚାଷୀ କୂଳ ଚିନ୍ତାର ପଡି ଯାଇଛି । ଏଦିଗରେ ଜିଲା ପ୍ରଶାସନ ତୁରନ୍ତ କ୍ଷୟକ୍ଷତି ଆକଳ କରି କ୍ଷତି ପୂରଣ ଦେବାକୁ ଅଂଚଳର ଅଗ୍ରଣୀ ଚାଷୀ ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande