
ଭୁବନେଶ୍ୱର, 22 ନଭେମ୍ବର (ହି.ସ.)- ରାଜ୍ୟସଭା ସାଂସଦ ଶ୍ରୀ ରାମରାଓ ସଖାରାମ ୱାଡକୁଟେଙ୍କ
ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ରାଜ୍ୟପାଳ ବ୍ରଜମୋହନ ରାମ। ତାଙ୍କ ବିୟୋଗ ଖବରରେ ସେ
ଗଭୀର ଭାବେ ମର୍ମାହତ ବୋଲି ଏକ ଶୋକବାର୍ତ୍ତାରେ ଉଲ୍ଲେଖ କରିଛନ୍ତି।
ଶୋକସନ୍ତପ୍ତ ପରିବାରକୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଏହି ଦୁଃଖଦ ସମୟରେ
ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ ଏବଂ ଦିବଙ୍ଗତ ଆତ୍ମାଙ୍କୁ ଚିରଶାନ୍ତି ପ୍ରଦାନ କରନ୍ତୁ
ବୋଲି ସେ ପ୍ରାର୍ଥନା କରିଛନ୍ତି। ଓଁ ଶାନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା