ହୃଦଘାତରେ ହବିଷ୍ୟାଳୀ ମାଙ୍କ ମୃତ୍ୟୁ
ରେଡକ୍ରସ୍ ରୁ ୫୦ ହଜାର ଟଙ୍କା ସହାୟତା ପ୍ରଦାନ କଲେ ଜିଲ୍ଲାପାଳ ପୁରୀ , 22 ନଭେମ୍ବର (ହି.ସ.) ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ ହବିଷ୍ୟାଳୀ କେନ୍ଦ୍ର ରେ ରହୁଥିବା ବାଲେଶ୍ଵର ଜିଲ୍ଲା ସିମୁଳିଆ ବାଙ୍ଗର ଖଡିଗାଡିଆର ୬୬ ବର୍ଷିୟା ରଙ୍ଗଲତା ଭଞ୍ଜଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ଗତକାଲି ପବିତ୍ର ଏକାଦଶୀ
ହୃଦଘାତରେ ହବିଷ୍ୟାଳୀ ମା ଙ୍କ ମୃତ୍ୟୁ।


ରେଡକ୍ରସ୍ ରୁ ୫୦ ହଜାର ଟଙ୍କା ସହାୟତା ପ୍ରଦାନ କଲେ ଜିଲ୍ଲାପାଳ

ପୁରୀ , 22 ନଭେମ୍ବର (ହି.ସ.) ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ ହବିଷ୍ୟାଳୀ କେନ୍ଦ୍ର ରେ ରହୁଥିବା ବାଲେଶ୍ଵର ଜିଲ୍ଲା ସିମୁଳିଆ ବାଙ୍ଗର ଖଡିଗାଡିଆର ୬୬ ବର୍ଷିୟା ରଙ୍ଗଲତା ଭଞ୍ଜଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ଗତକାଲି ପବିତ୍ର ଏକାଦଶୀ ତିଥିରେ ସ୍ବର୍ଗତ ଭଞ୍ଜ ହବିଷ୍ୟାଳୀ କେନ୍ଦ୍ରରେ ପ୍ରାୟ ରାତି ୧୧ ଟାରେ ଅସୁସ୍ଥ ଅନୁଭବ କରିଥିଲେ। ହବିଷ୍ୟାଳୀ କେନ୍ଦ୍ର ସ୍ବାସ୍ଥ୍ୟ ଶିବିରରେ ତାଙ୍କ ପ୍ରଥମିକକ ସ୍ବାସ୍ଥ୍ୟ ପରୀକ୍ଷIରୁ ଜଣାଯାଇଥିଲା ରକ୍ତଚାପ କମ ଅଛି ଓ ଅସୁସ୍ଥ ହେବାରୁ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ପରୀକ୍ଷା ନିରୀକ୍ଷା ପରେ ଜଣା ଯାଇଥିଲା ଛୋଟ ହୃଦଘାତର ଶିକାର ହେଇଛନ୍ତି l ହୃଦରୋଗ ବିଶେଷଜ୍ଞଙ୍କ ଦ୍ୱାରା ଚିକିତ୍ସା କରାଯାଇ ସ୍ବାସ୍ଥ୍ୟ ସହାୟକଙ୍କ ସହଯୋଗରେ ଭୁବନେଶ୍ୱର କ୍ୟାପିଟାଲକୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଉନ୍ନତ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ତାଙ୍କ ପୁତ୍ର ଓ ସମ୍ପର୍କୀୟ ମାନେ ହସ୍ପିଟାଲରେ ପହଞ୍ଚିବା ପରେ ପୋଷ୍ଟ ମର୍ଟମ କରାଯାଇଥିଲା। ପରିବାରର ନିଷ୍ପତ୍ତି ଅନୁସାରେ ପୁରୀ ସ୍ୱର୍ଗଦ୍ୱାରରେ ସ୍ବର୍ଗତ ଭଞ୍ଜଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା। ପୁତ୍ର ହୃଷୀକେଶ ଭଞ୍ଜ ମୁଖାଗ୍ନୀ ଦେଇଥିଲେ। ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ାଙ୍କ ପରାମର୍ଶ ଅନୁସାରେ ପୁରୀ ଜିଲ୍ଲା ପ୍ରଶାସନ ରେଡକ୍ରସ ଶାଖା ପକ୍ଷରୁ ସ୍ବର୍ଗତା ଭଞ୍ଜଙ୍କ ଶେଷକୃତ୍ୟ ଓ ସଂସ୍କାର ପାଇଁ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଶେଷକୃତ୍ୟରେ ସଦର ତହସିଲଦାର ଅଭିଷେକ ଦାଶ, ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ପ୍ରମୁଖ ସ୍ୱର୍ଗଦ୍ୱାରରେ ଉପସ୍ଥିତ ରହି ସହଯୋଗ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande