
ଜୟପୁର, ୨୨ ନଭେମ୍ବର (ହି.ସ.) - ପବିତ୍ର କାର୍ତିକ ମାସର ପଂଚୁକ ଅବସରରେ କୋରାପୁଟ ଜିଲା ଜୟପୁର ଉତ୍ସବ ମୁଖର ହୋଇଛି । ଜୟପୁର ଜଗନ୍ନାଥ ମନ୍ଦିରରରେ ଶ୍ରୀ ଜିଉଙ୍କୁ ତ୍ରିବିକ୍ରିମ ବେଶରେ ସଜ୍ଜିତ କରାଯାଇଛି । ସ୍ୱତନ୍ତ୍ର ଆଳତି, ଭୋଗ ଲାଗି କରାଯାଇଥିବା ବେଲେ ଶ୍ରୀଜିଉଙ୍କୁ ଦେଖିବା ପାଇ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ସଂକୀର୍ତନ ମଣ୍ଡଳିଙ୍କ ହରି ନାମ ଭଜନରେ ପରିବେଶ ମୁଖରିତ ହୋଇଥିବା ବେଳେ ମନ୍ଦିରକୁ ଆଲୋକମାଳାରେ ସଜ୍ଜିତ କରାଯାଇଛି । ଶ୍ରଦ୍ଧାଳୁ ମାନେ ମନ୍ଦିରକୁ ଯାଇ ଜୀଜିଉଙ୍କୁ ଦର୍ଶନ କରି ଫେରୁଥିବା ବେଳେ ମନ୍ଦିର ମୁଖ୍ୟ ପୁରୋହିତ ଡମ୍ବୁର ଧର ପଣ୍ଡା ଓ ଜଗନ୍ନାଥ ତ୍ରିପାଠି ସମସ୍ତ ନିତି କାନ୍ତି ତୁଲାଉ ଥିବା ଲକ୍ଷ୍ୟ କରାଯାଇଛି । ସେହିପରି ବଲ୍ଲଭ ନାରାୟଣଙ୍କୁ ସ୍ୱତନ୍ତ୍ର ବେଶରେ ସଜ୍ଜିତ କରାଯାଇଛି। ମନ୍ଦିର ପରିସରରେ ଭଜନ ସମାରହୋ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଶ୍ରଦ୍ଧାଲୁ ମାନେ ସାମିଲ ହୋଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି