
ଜୟପୁର, ୨୨ ନଭେମ୍ବର (ହି.ସ.) - କୋରାପୁଟ ଜିଲ୍ଲା କୋଟିଆ ପଂଚାୟତରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ପଂଚାୟତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ସହ ସୀମାରେ ପ୍ରଶାସନିକ ଓ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଛି । ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ କୋଟିଆ ପଂଚାୟତର ଦୁଇ ମହିଳା ପ୍ରାର୍ଥୀ ନିଜର ପ୍ରାର୍ôଥପତ୍ର ଦାଖଲ କରିଥିବା ଜଣାପଡ଼ିଛି। କୋଟିଆ ପଂଚାୟତର ତଳ ଗଞ୍ଜେଇପଦର ଗ୍ରାମର ସିକୁନ ଗେମେଲଙ୍କ ପତ୍ନୀ ସୁନ୍ଦରୀ ଖରା ଏବଂ ଧୂଳିପଦର ଗ୍ରାମର ରାଜୁ ସଡ଼ାପେଲ୍ଲୀଙ୍କ ପତ୍ନୀ ବାରସ ତାଡ଼ିଙ୍ଗୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଆସନ୍ତା ୨୯ରୁ ୭ମ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ନାମାଙ୍କନ ପତ୍ର ଦାଖଲ ପାଇଁ ସମୟ ଧାର୍ଯ୍ୟ କରାଯାଇଛି।
ସୂଚନାଯୋଗ୍ୟ, ଓଡ଼ିଶାର କୋଟିଆ ପଂଚାୟତକୁ ଆନ୍ଧ୍ରପ୍ରଦେଶ ପ୍ରଶାସନ ପକ୍ଷରୁ ଗଞ୍ଜେଇପଦର, ଫଗୁଣସିନେରୀ ଏବଂ ଫାଟୁସିନେରୀ ନାମରେ ତିନୋଟି ପଂଚାୟତରେ ବିଭକ୍ତ କରାଯାଇଛି। ଚଳିତଥର ଗଞ୍ଜେଇପଦର ପଂଚାୟତ ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ଫଗୁଣସିନେରୀ ଏବଂ ଫାଟୁସିନେରୀ ପଂଚାୟତରେ ଉଭୟ ମହିଳା ଓ ପୁରୁଷ ପ୍ରାର୍ଥୀ ନିର୍ବାଚନ ଲଢ଼ିପାରିବେ। ଡିସେମ୍ବର ୨ ତାରିଖରେ ଆନ୍ଧ୍ରପ୍ରଦେଶର ପଂଚାୟତ ନିର୍ବାଚନ ରହିଛି। ପ୍ରଥମ ଦିନରେ ଗଞ୍ଜେଇପଦର ପଂଚାୟତ ପାଇଁ ସୁନ୍ଦରୀ ଖରା ଓ ବାରସ ତାଡ଼ିଙ୍ଗୀ ନାମାଙ୍କନ ଦାଖଲ କରିଥିବା ବେଳେ ଅନ୍ୟ ଦୁଇଟି ପଂଚାୟତରେ କୋଟିଆର କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରିନାହାନ୍ତି। ତେବେ ଫାଟୁସିନେରୀ ପଂଚାୟତ ପାଇଁ ଆନ୍ଧ୍ରପ୍ରଦେଶ ବେଲଙ୍ଗାବାଲସା ଗ୍ରାମର ସାମାଂଚଳ ନାମକ ଜଣେ ବ୍ୟକ୍ତି ପ୍ରାର୍ôଥପତ୍ର ଦାଖଲ କରିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ବିଗତ ଦିନରେ ଗଞ୍ଜେଇପଦର ପଂଚାୟତର ପୂର୍ବତନ ପଂଚାୟତ ଭାବେ ତଳ ଗଞ୍ଜେଇପଦର ଗ୍ରାମର ଦିବାକର ଗେମେଲ ନିର୍ବାଚିତ ହୋଇଥିଲେ। ଗତ ୨୦୨୧ ନିର୍ବାଚନରେ ଏହି ପଞ୍ଚାୟତବାସୀ ଆନ୍ଧ୍ରର କୁରୁକୁଟି ପଂଚାୟତରେ ନାମାଙ୍କନ ପତ୍ର ଦାଖଲ କରିଥିଲେ; କିନ୍ତୁ ଚଳିତ ନିର୍ବାଚନରେ ଏହାକୁ ତୋତମ ପଂଚାୟତକୁ ସ୍ଥାନାନ୍ତରିତ କରାଯାଇଛି କ୍ଷ ସେହିପରି
ଆସନ୍ତା ଡିସେମ୍ବର ୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ସରପଂଚ ନିର୍ବାଚନ ପାଇଁ ପ୍ରଥମ ଦିନ ୩୪ଟି ନାମାଙ୍କନ ପତ୍ର ଦାଖଲ ହୋଇଥିବା ବେଳେ ୱାର୍ଡ ସଭ୍ୟ ପଦବୀ ପାଇଁ ୭୪ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବୋଲି ଜିଲ୍ଲା ସହକାରୀ ନିର୍ବାଚନ ଅଧିକାରୀ ଗୋଲ୍ଲାପଲ୍ଲୀ ପାର୍ବତୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।
ସରପଂଚ ନିର୍ବାଚନ ପାଇଁ ଚଳିତ ମାସ ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନଙ୍କଠାରୁ ନାମାଙ୍କନ ପତ୍ର ଗ୍ରହଣ କରାଯିବ। ନାମାଙ୍କନ ପତ୍ର ପ୍ରତ୍ୟାହାର କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ୨୭ ତାରିଖ ଶେଷ ଦିବସ ଧାର୍ଯ୍ୟ କରାଯାଇଛି।
ପ୍ରାର୍ଥୀମାନଙ୍କ ସୁବିଧା ପାଇଁ ୮ଟି କେନ୍ଦ୍ରରେ ନାମାଙ୍କନ ପତ୍ର ଗ୍ରହଣ କରିବାର ବ୍ୟବସ୍ଥା କରାଯାଇଛି। ଏହି ତିନି ଦିନ ଧରି କୁରୁକୁଟି, ମାମିଡିପଲ୍ଲୀ, ତୋନାମ, କୋତାଭାଲାସା, ତୁଣ୍ଡା, ପେଦାବୋରବନ୍ଦା, ଶିବରାମପୁରମ ଏବଂ ମାମିଡି କେନ୍ଦ୍ରରେ ପ୍ରାର୍ଥୀମାନେ ସେମାନଙ୍କର ନାମାଙ୍କନ ଦାଖଲ କରିପାରିବେ। ସେହିପରି ୨୯ଟି ପଂଚାୟତ ମଧ୍ୟରୁ କୋଟିଆ ବିବାଦୀୟ ଗ୍ରାମାଂଚଳ ବ୍ୟତୀତ ଅନ୍ୟ ସମସ୍ତ ପଂଚାୟତର ନିର୍ବାଚନ ସମ୍ପୃକ୍ତ ଅଂଚଳରେ ହିଁ ଅନୁଷ୍ଠିତ ହେବ ବୋଲି ସେ ସୂଚନା ଦେଇଛନ୍ତି । ବର୍ତମାନ ବିରୋଧି ମାନେ କୋଟିଆ ରେ ନିବାଚନ ପାଇ ରାଜଯ ସରକାର ଉପରେ ବର୍ଷି ଥିବା ଜଣାଫାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି