ଏନ୍ସିସି ପ୍ରତିଷ୍ଠା ଦିବସର ଶୁଭକାମନା ଜଣାଇଲେ ଦୁଇ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 22 ନଭେମ୍ବର (ହି.ସ.)- ଏନସିସି ପ୍ରତିଷ୍ଠା ଦିବସର ଶୁଭକାମନା ଜଣାଇଛନ୍ତି ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତି ପରିଡା। ଏନେଇ ସୋସିଆଲ ମିଡିଆ ଏକ୍ସରେ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ୭୯ତମ ଏନ୍ସିସି ପ୍ରତିଷ୍ଠା ଦିବସ ଅବସରରେ ଆସନ୍ତୁ, ଶୃଙ୍ଖ
ଏନ୍ସିସି ପ୍ରତିଷ୍ଠା ଦିବସର ଶୁଭକାମନା ଜଣାଇଲେ ଦୁଇ     ଉପମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 22 ନଭେମ୍ବର (ହି.ସ.)- ଏନସିସି ପ୍ରତିଷ୍ଠା ଦିବସର ଶୁଭକାମନା ଜଣାଇଛନ୍ତି

ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତି ପରିଡା। ଏନେଇ ସୋସିଆଲ ମିଡିଆ ଏକ୍ସରେ କନକ

ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ୭୯ତମ ଏନ୍ସିସି ପ୍ରତିଷ୍ଠା ଦିବସ ଅବସରରେ ଆସନ୍ତୁ, ଶୃଙ୍ଖଳା, ନେତୃତ୍ୱ, ଦେଶପ୍ରେମ ଓ

ନିଃସ୍ୱାର୍ଥପର ସେବା ପ୍ରତି ଆମର ପ୍ରତିବଦ୍ଧତାକୁ ପୁନର୍ବାର ଦୃଢ଼ କରିବା। ଏନ୍ସିସି କେବଳ

କ୍ୟାଡେଟ୍ମାନଙ୍କୁ ଦାୟିତ୍ୱବାନ ନାଗରିକ ଭାବେ ଗଢ଼ି ତୋଳେ ନାହିଁ, ବରଂ ରାଷ୍ଟ୍ର

ନିର୍ମାଣରେ ସକାରାତ୍ମକ ଯୋଗଦାନ ଦେବା ପାଇଁ ମଧ୍ୟ ସେମାନଙ୍କୁ ପ୍ରେରଣା ଯୋଗାଇଥାଏ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଏକ ବାର୍ତ୍ତାରେ କହିଛନ୍ତି ଯେ, ଶୃଙ୍ଖଳା, ଏକତା, ନେତୃତ୍ୱ ଓ

ଦେଶପ୍ରେମର ସେହି ମହାନ ଭାବନାକୁ ସଲାମ, ଯାହା ଯୁବ

କ୍ୟାଡେଟ୍ମାନଙ୍କୁ ଗର୍ବ ଓ ନିଷ୍ଠାର ସହ ଦେଶସେବା କରିବା ପାଇଁ ପ୍ରେରିତ କରିଥାଏ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande