ତଦନ୍ତ ନାଁରେ ଏତେ ଭୟ କାହିଁକି- ମନମୋହନ ସାମଲ
ଭୁବନେଶ୍ୱର, 22 ନଭେମ୍ବର (ହି.ସ.)- ନବୀନ, ପାଣ୍ଡିଆନଙ୍କ ବିଦେଶ ଗସ୍ତର ତଦନ୍ତ ନିର୍ଦ୍ଦେଶକୁ ନେଇ ମନମୋହନ ସାମଲ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ତଦନ୍ତ ନାଁରେ ଏତେ ଭୟ କାହିଁକି । ''ଡର କ''ଣ ପାଇଁ, ଅଭିଯୋଗ ଆସିଲା, ତଦନ୍ତ ହେବ; ଏଥିରେ ଅସୁବିଧା କଣ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି
ତଦନ୍ତ ନାଁରେ ଏତେ ଭୟ କାହିଁକି- ମନମୋହନ ସାମଲ


ଭୁବନେଶ୍ୱର, 22 ନଭେମ୍ବର (ହି.ସ.)- ନବୀନ, ପାଣ୍ଡିଆନଙ୍କ ବିଦେଶ ଗସ୍ତର ତଦନ୍ତ ନିର୍ଦ୍ଦେଶକୁ ନେଇ ମନମୋହନ ସାମଲ

ପ୍ରତିକ୍ରିୟା ରଖି କହିଛନ୍ତି ଯେ, ତଦନ୍ତ ନାଁରେ ଏତେ ଭୟ କାହିଁକି । 'ଡର କ'ଣ ପାଇଁ, ଅଭିଯୋଗ ଆସିଲା, ତଦନ୍ତ ହେବ; ଏଥିରେ ଅସୁବିଧା କଣ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି

ଯେ, ମୋର ଯଦି ସ୍ୱଚ୍ଛତା ଥିବ ହଜାରେ ତଦନ୍ତ ହେଲେ ବି କ'ଣ ଅସୁବିଧା ହେବ । ନବୀନଙ୍କ ବିରୋଧରେ ଆଲୋଚନା, ଚର୍ଚ୍ଚା ହେଲେ

ଅସୁବିଧା କ'ଣ । ତଦନ୍ତ କଥା

ଶୁଣିଲେ ତାଙ୍କ ମନରେ ଭୟ ସୃଷ୍ଟି ହେଇଯାଉଛି । କୋଲ ବ୍ଲକ ବା ସିବିଆଇ ପ୍ରସଙ୍ଗ ହେଉ ଆମେ

ସାମ୍ନା କରିବା ଦରକାର । ପବ୍ଲିକ ଲାଇଫରେ ଅଛନ୍ତି, ସବୁ ପ୍ରସଙ୍ଗ ସାମ୍ନା କରିବା ଦରକାର ବୋଲି ସେ କହିଛନ୍ତି । ଆମେ

ଦୁର୍ନୀତିରେ ନାହୁଁ ସ୍ୱଚ୍ଛତା ପ୍ରମାଣିତ ହେବ । ଯଦି ୨ ବର୍ଷ ପରେ ପ୍ରାଇମାଫେସି ମିଳୁଛି ତେବେ

ତଦନ୍ତରେ ଅସୁବିଧା କ'ଣ ବୋଲି ସେ

ପଚାରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande