ଛତିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ପୋଲିଓ ନିରାକରଣ ଅଭିଯାନର ଶୁଭେଚ୍ଛା କଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର, 22 ନଭେମ୍ବର (ହି.ସ.)- ଯାଜପୁର ଜିଲ୍ଲା ଅନ୍ତର୍ଗତ ଛତିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ଆୟୋଜିତ ‘ପୋଲିଓ ନିରାକରଣ ଅଭିଯାନ -୨୦୨୬’ରେ ବଡ଼ଚଣାର ବିଧାୟକ ଶ୍ରୀ ଅମର କୁମାର ନାୟକଙ୍କ ସହ ଯୋଗଦେଇ କୁନି କୁନି ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଖୁଆଇ ଏହି ଅଭ
ମୁକେଶ


ଭୁବନେଶ୍ୱର, 22 ନଭେମ୍ବର (ହି.ସ.)- ଯାଜପୁର ଜିଲ୍ଲା

ଅନ୍ତର୍ଗତ ଛତିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ଆୟୋଜିତ ‘ପୋଲିଓ ନିରାକରଣ ଅଭିଯାନ -୨୦୨୬’ରେ

ବଡ଼ଚଣାର ବିଧାୟକ ଶ୍ରୀ ଅମର କୁମାର ନାୟକଙ୍କ ସହ ଯୋଗଦେଇ କୁନି କୁନି ଶିଶୁମାନଙ୍କୁ ପୋଲିଓ

ବୁନ୍ଦା ଖୁଆଇ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ।

ଏହି ଅବସରରେ ମନ୍ତ୍ରୀ

କହିଛନ୍ତି ଯେ, ୦ରୁ ୫ ବର୍ଷ ବୟସ ମଧ୍ୟରେ ଥିବା ପ୍ରତ୍ୟେକ ଶିଶୁଙ୍କୁ ପୋଲିଓ ବୁନ୍ଦା ଦେଇ

ଭବିଷ୍ୟତରେ ପୋଲିଓ ଭଳି ମାରାତ୍ମକ ରୋଗରୁ ସୁରକ୍ଷିତ ରଖିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ।

କୌଣସି ଶିଶୁ ଯେପରି ପୋଲିଓ ବୁନ୍ଦା ପାଇବାରୁ ବଞ୍ଚିତ ନ ହୁଏ, ସେଥିପାଇଁ

ସ୍ଥାନୀୟ ଜନସାଧାରଣଙ୍କୁ ସଚେତନ କରିଥିଲେ ମନ୍ତ୍ରୀ ।

ଏହି ଅବସରରେ ଯାଜପୁର ଜିଲ୍ଲା

ମୁଖ୍ୟ ଚିକିତ୍ସାଧିକାରୀଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀବୃନ୍ଦ ଏବଂ ସ୍ଥାନୀୟ ଜନସାଧାରଣ

ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande