
ଭୁବନେଶ୍ୱର, 22 ନଭେମ୍ବର (ହି.ସ.)- ଓଡ଼ିଶାର
ସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟବହାର ହେବ କୃତ୍ରିମ ବୁଦ୍ଧିମତା। ସ୍ୱାସ୍ଥ୍ୟ
ସେବାକୁ ନୂଆ ଟେକ୍ନୋଲୋଜି ବା ଏଆଇସହ ଯୋଡ଼ିବାକୁ ରାଜ୍ୟ ସରକାର କରୁଛନ୍ତି ଯୋଜନା। ସ୍ୱାସ୍ଥ୍ୟ
ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ବଡ଼ ସୂଚନା ଦେଇଛନ୍ତି ।
ସ୍ୱାସ୍ଥ୍ୟ ମନ୍ତ୍ରୀ
କହିଛନ୍ତି ସ୍ୱାସ୍ଥ୍ୟ କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନ କୌଶଳ ଲଗାଇ ମେଡିକାଲ ଭିତ୍ତିଭୂମି
ବଢ଼ାଇବୁ ଓ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବୁ । ଖାଲି ସେତିକି ନୁହେଁ ମନ୍ତ୍ରୀ ଆହୁରି
କହିଛନ୍ତି ମେଡିକାଲ ଟେକ୍ନୋଲୋଜିର ନୂଆ ଷ୍ଟାର୍ଟଅପକୁ ମଧ୍ୟ ଆମେ ଯୋଡ଼ିବୁ ରାଜ୍ୟର ସ୍ୱାସ୍ଥ୍ୟ
କ୍ଷେତ୍ରରେ । ସେହିପରି ଆହୁରି କହିଛନ୍ତି ମେଡିକାଲ ଶିକ୍ଷାରେ ଭିତ୍ତିଭୂମି ସହିତ ଏଚଆରମ୍ୟାନେଜମେଣ୍ଟ
ପାଇଁ ସିଟ ବଢ଼େଇବାର ଆବଶ୍ୟକତା ରହିଛି। 2024 ପର୍ଯ୍ୟନ୍ତ ରାଜ୍ୟରେ 558 ଥିଲା କିନ୍ତୁ ଏଇ ଅଢେଇ ବର୍ଷ ମଧ୍ୟରେ 380 ସିଟ
ବଢିଛି ବୋଲି ମନ୍ତ୍ରୀ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା