'ପୋଲିଓ ନିରାକରଣ ଅଭିଯାନ–୨୦୨୬' ର ରାଜ୍ୟସ୍ତରୀୟ ଉଦ୍ଘାଟନ ସମାରୋହରେ ଯୋଗ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର, 22 ନଭେମ୍ବର (ହି.ସ.)- ପୋଲିଓ ଦିବସ ଅବସରରେ ଭୁବନେଶ୍ୱରସ୍ଥିତ ଆଇଆର୍ସି ଭିଲେଜ୍ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଆୟୋଜିତ ''ପୋଲିଓ ନିରାକରଣ ଅଭିଯାନ–୨୦୨୬'' ର ରାଜ୍ୟସ୍ତରୀୟ ଉଦ୍ଘାଟନ ସମାରୋହରେ ଯୋଗଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମ
ପୋଲିଓ ନିରାକରଣ         ଅଭିଯାନ


ଭୁବନେଶ୍ୱର, 22 ନଭେମ୍ବର (ହି.ସ.)- ପୋଲିଓ ଦିବସ ଅବସରରେ ଭୁବନେଶ୍ୱରସ୍ଥିତ ଆଇଆର୍ସି

ଭିଲେଜ୍ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଆୟୋଜିତ 'ପୋଲିଓ ନିରାକରଣ

ଅଭିଯାନ–୨୦୨୬' ର ରାଜ୍ୟସ୍ତରୀୟ

ଉଦ୍ଘାଟନ ସମାରୋହରେ ଯୋଗଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର

ମୋଦିଜୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଭାରତରେ ଟୀକାକରଣ ଅଭିଯାନ ଏକ ନୂତନ ଶିଖର ଛୁଇଁବା

ସହ ପୋଲିଓ ମୁକ୍ତ ଭାରତର ସଂକଳ୍ପ ଅତୁଟ ରହିଛି।

ଠିକ୍ ସେହିପରି, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଜୀଙ୍କ ନେତୃତ୍ୱରେ ଓଡ଼ିଶାରେ

ସ୍ୱାସ୍ଥ୍ୟସେବାକୁ ତୃଣମୂଳ ସ୍ତରରେ ଆହୁରି ସୁଦୃଢ଼ କରାଯାଇ ରାଜ୍ୟର ପ୍ରତ୍ୟେକ ଶିଶୁଙ୍କ

ସୁରକ୍ଷିତ ଓ ନିରାମୟ ଭବିଷ୍ୟତ ସୁନିଶ୍ଚିତ କରାଯାଉଛି।

ଏହି ଅଭିଯାନ ରାଜ୍ୟର ୧୭ ଟି ଜିଲ୍ଲାରେ ଆଜିଠାରୁ ଆରମ୍ଭ ହୋଇଛି ଏବଂ

ଏହି ପର୍ଯ୍ୟୟରେ ମୋଟ ୨୬ ଲକ୍ଷରୁ ଅଧିକ ଶିଶୁଙ୍କୁ ଓରାଲ ପୋଲିଓ ଟୀକା ଦେବା ପାଇଁ ଲକ୍ଷ୍ୟ

ଧାର୍ଯ୍ୟ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande