
କେନ୍ଦ୍ରାପଡ଼ା, ୨୨ ନଭେମ୍ବର (ହି.ସ.) - ଭାରତୀୟ ପରମ୍ପରାରେ ବେଦରେ କାଞ୍ଜିପାଣି ର ମାହାତ୍ମ୍ୟକୁ ଗୁରୁତ୍ୱ ଦିଆଯାଇଛି କ୍ଷ ମୁନିରୁଷି ଆଶ୍ରମ ରେ କାଞ୍ଜିପାଣି ଜରିଆରେ ଅନେକ ଅସାଧ୍ୟ ବେମାରୀ ନିରାକରଣ ହେବାର ନଜିର ରହିଛି । ସେହିଭଳି ଏକ ଐତିହ୍ୟ ସମ୍ପନ୍ନ ମଠ ହେଉଛି କେନ୍ଦ୍ରାପଡ଼ା ଜିଲ୍ଲାର ପୁରୁଷୋତମପୁର ପଂଚାୟତ ର କୋରୁଆ ଗ୍ରାମ ରେ ଥିବା ଶ୍ୟାମବାବା ଙ୍କ ମଠ, ଯେଉଁଠି ବାବା ଙ୍କ କାଞ୍ଜିପାଣି ସେବନ କରି ଅନେକ ରୋଗୀ ସୁସ୍ଥ ହୋଇଛନ୍ତି । ଯେଉଁଠି ଡାକ୍ତରୀ ବିଦ୍ୟା ବିଫଳ ହୋଇଥାଏ ସେଠି ବାବା ଙ୍କ କାଞ୍ଜିପାଣି ମହୋସଧି ପରି କାମ ଦେଇଥାଏ ବୋଲି ଜନସାଧାରଣ ଙ୍କ ବିଶ୍ୱାସ ରହିଛି । କିନ୍ତୁ ଦୀର୍ଘ ତିରିଶ ବର୍ଷ ଧରି ଏହି କାଞ୍ଜିପାଣି ପରମ୍ପରା ବନ୍ଦ ରହିଥିବା ର ଖବର ପାଇ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏହି ମଠ ରେ ପୁନର୍ବାର ଏହି ପରମ୍ପରା କୁ ଉଜ୍ଜୀବିତ କରାଯାଇଛି କ୍ଷ ଯଦିବୁଟି ମିଶ୍ରିତ କାଞ୍ଜିପାଣି ରେ ଅଁଳା, ଜୁଆଣି ଫୁଲ, ସନ୍ଦର୍ବ ଲୁଣ, ଆମ୍ବ ଅଦା, କଂଚା ଲଙ୍କା, ଭୁସଙ୍ଗ ପତ୍ର, ବିଟ ଲୁଣ, ଜିରା, ପୁଦିନା, ଅଦା, ପାନ ମଧୁରୀ,ଗୋଲମରିଚ ସହିତ ଅରୁଆ ପେଜ ସହ ଅନ୍ୟାନ୍ୟ ଦ୍ରବ୍ୟ ମିଶାଯାଇ କାଞ୍ଜିପାଣି ପ୍ରସ୍ତୁତି କରାଯାଇଥିଲା କ୍ଷ ହଜାର ହଜାର ଶ୍ରଦ୍ଧାଳୁ ଏହାକୁ ପାନ କରି ହଜିଲା ପରମ୍ପରା କୁ ସ୍ମରଣ କରିବା ସହ ଟ୍ରଷ୍ଟ ର କର୍ମକର୍ତା ଙ୍କୁ ଏହି କାର୍ଯ୍ୟ ପାଇଁ ବାଃ ବାଃ ଜଣାଇଥିଲେ । ଏହି କାର୍ଯ୍ୟକ୍ରମ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ସଭାପତି ଦମନ ମହାନ୍ତି, ଟ୍ରଷ୍ଟ ର ଉପସଭାପତି ରଶ୍ମି ରଞ୍ଜନ ବାରିକ, ସଂସ୍କୃତି ବିଭାଗୀୟ ଅଧିକାରୀ ସଞ୍ଜୀବ ତରାଇ, ଟ୍ରଷ୍ଟ ର ପରାମର୍ଶଦାତା ନିମାଇଁ ଚରଣ କର, ଟ୍ରଷ୍ଟ ର ମୁଖପାତ୍ର ପ୍ରମୋଦ ନାୟକ, ମନୋରଞ୍ଜନ ପଣ୍ଡା, ସୁନୀଲ ଦାସ, ରଞ୍ଜିତ ଲେଙ୍କା, ଆମ୍ବୁଜ ଲେଙ୍କା ଙ୍କ ସହ ମଠ ର ଅନ୍ତେବାସୀ ବାବା ଦାମୋଦର ଦାସ, ମଠ ର ସଭାପତି ବାବୁରି ଚରଣ ଲେଙ୍କା, ଉମେଶ ଚନ୍ଦ୍ର ସାହୁ, କୃଷ୍ଣଚନ୍ଦ୍ର ସାହୁ, ଶିଶିର ଲେଙ୍କା, ବାବାଜୀ ସାହୁ ଓ ବୈଷ୍ଣବ ସାହୁ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି