
ଭଦ୍ରକ, ୨୨ ନଭେମ୍ବର (ହି.ସ.) - ଭଦ୍ରକଜିଲ୍ଲା ତିହିଡ଼ି ବ୍ଲକ ବାଉଁଶବାଗ ଠାରେ ଶ୍ରୀ ଶ୍ରୀ ଶ୍ରୀ ପ୍ରଭୁ ଅନନ୍ତ ନାରାୟଣ ଭାଗବତ ଟୁଙ୍ଗି ପାଠାଗାରର ଶୁଭାରମ୍ଭ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କବି ଡାକ୍ତର ଗଙ୍ଗାଧର ବେହେରାଙ୍କ ପୌରହିତ୍ୟରେ ଅତିଥି ଭାବେ ଅପରାହ୍ନ ଖବର କାଗଜର ସମ୍ପାଦକ ବଂଶୀଧର ଜେନା ତାଙ୍କ ବକ୍ତବ୍ୟରେ ଜଣେ ନାରିର ଭୂମିକା ଉପରେ ଅଲୋକପାତ କରି ଜଣେ ସଫଳ ପୁରୁଷ ପଛରେ ନାରିର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପୂଜକ ମଣୀଭଦ୍ର ଦାସ ମହାରାଜ,ବ୍ୟଙ୍ଗକବି ଗୋକୁଳାନନ୍ଦ ରାଉତ,ଶିକ୍ଷାବିତ୍ ଭାଗିରଥି ଆଚାର୍ଯ୍ୟ,ଡାକ୍ତର ଗୋଲକ ପ୍ରସାଦ ବୈୟାରୀ,ଶ୍ରୀଲିପ୍ତା ପ୍ରିଂଟମିଡ଼ିଆର ସମ୍ପାଦକ କବୟତ୍ରୀ ଲକ୍ଷ୍ମୀପ୍ରିୟା ଦାସ,ତିହିଡ଼ି କଳାକାର ସଂଘ ସଭାପତି ବିଭୂତି ଭୁଷଣ ଗ୍ରହାଚାର୍ଯ୍ୟ,ବରିଷ୍ଠ ସାମ୍ବାଦିକ ହେମନ୍ତ କୁମାର ସିଂହ,କଳାକାର ରମେଶ ଚନ୍ଦ୍ର ବିଶ୍ୱାଳ,କବି ଶ୍ରୀକାନ୍ତ ମହାଳିକ,ରୁପାଥାଳିଆ ନ୍ୟୁଜର ନିରଞ୍ଜନ ବାରିକ,କବି ଅକ୍ଷୟ ବାରିକ ପ୍ରମୁଖ ଗୋଟିଏ ସଂସାରକୁ ଶୃଙ୍ଖଳିତ ଓ ଏକତ୍ରିକରଣ ଭାବେ ଗଢିତୋଳିବାରେ ଜଣେ ନାରୀ ଅନେକ ବାଧା ବିଘ୍ନ ସହ କରିଥାଏ, ସେହିପରି ଜଣେ ମହିୟସୀ ମହିଳା ଲକ୍ଷ୍ମୀପ୍ରିୟା ମହାନ୍ତିଙ୍କ ଉଦେଶ୍ୟରେ ପ୍ରକାଶ ପାଇଥିବା ପୁସ୍ତକକୁ ନେଇ ମତ ରଖିଥିଲେ ଅତିଥି। ଏହି ଅବସରରେ ସୁଗୃହିଣୀ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ପରିବାରର ବହୁ ମାମିନା ମହାନ୍ତି କବିତା ପାଠ କରିଥିଲେ। କବି ଜଗବନ୍ଧୁ ମହାନ୍ତି ଙ୍କତ୍ତଆବାହକତ୍ୱରେ ଲକ୍ଷ୍ମୀପ୍ରିୟା ମହାନ୍ତି,ବିପିନ ବିହାରୀ ପୃଷ୍ଟି,ସନ୍ତୋଷ ମହାନ୍ତି,ରବିନ୍ଦ୍ର ପାତ୍ର,ଦୁର୍ଗାପ୍ରସନ୍ନ ମହାନ୍ତି,ରବିନ୍ଦ୍ର ବିଶ୍ୱାଳ,ଜିତେନ୍ଦ୍ର ପାତ୍ର,ମହେନ୍ଦ୍ର ବେହେରା,ଶଶିକାନ୍ତ ବେହେରା,ରତିକାନ୍ତ ସାହୁ,ପ୍ରଫୁଲ୍ଲ କୁମାର ନାୟକ,ଅମୁଲ୍ୟ ବେହେରା,ବସନ୍ତ ସାହାଣୀ ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ବହୁ କବି,କବୟତ୍ରୀ,ଲେଖକ,ଗାୟକ,ସାମ୍ବାଦିକ,ସମାଜସେବୀ ଯୋଗଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ