ତରୁଣ ପ୍ରଜ୍ଞା ଭାରତୀ, ଜୟପୁରର ପ୍ରତିଯୋଗିତା ଅନୁଷ୍ଠିତ
ଜୟପୁର, ୨୨ ନଭେମ୍ବର (ହି.ସ.)-ତରୁଣ ପ୍ରଜ୍ଞା ଭାରତୀ ଅନୁଷ୍ଠାନ ଜୟପୁର ତରଫରୁ ଚଳିତ ବର୍ଷର ଦ୍ଵିତୀୟ ପର୍ଯ୍ୟାୟ ପ୍ରତିଯୋଗିତା ସ୍ଥାନୀୟ ନାରାୟଣୀ ଇଂରାଜୀ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପର୍ଯ୍ୟାୟ କ୍ରମେ ପୁରାଣ ପ୍ରବନ୍ଧ, ଇତିହାସ ପ୍ରବନ୍ଧ, ସାଂସ୍କୃତିକ ଜ୍ଞାନ ପରୀକ୍ଷା ଓ ଚିତ୍ର
ତରୁଣ ପ୍ରଜ୍ଞା ଭାରତୀ, ଜୟପୁରର ପ୍ରତିଯୋଗିତା ଅନୁଷ୍ଠିତ


ଜୟପୁର, ୨୨ ନଭେମ୍ବର (ହି.ସ.)-ତରୁଣ ପ୍ରଜ୍ଞା ଭାରତୀ ଅନୁଷ୍ଠାନ ଜୟପୁର ତରଫରୁ ଚଳିତ ବର୍ଷର ଦ୍ଵିତୀୟ ପର୍ଯ୍ୟାୟ ପ୍ରତିଯୋଗିତା ସ୍ଥାନୀୟ ନାରାୟଣୀ ଇଂରାଜୀ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପର୍ଯ୍ୟାୟ କ୍ରମେ ପୁରାଣ ପ୍ରବନ୍ଧ, ଇତିହାସ ପ୍ରବନ୍ଧ, ସାଂସ୍କୃତିକ ଜ୍ଞାନ ପରୀକ୍ଷା ଓ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ। ଅନୁଷ୍ଠାନର ସଭାପତି ତପନ କିରଣ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଉପସଭାପତି ରାମ ଶଙ୍କର ଷଡଙ୍ଗୀ, ସାଧାରଣ ସମ୍ପାଦକ ଅଜୟ କୁମାର ମଲିକ, କୋଷାଧ୍ୟକ୍ଷ ରବୀନ୍ଦ୍ର ମହାରଣା, ସଂଗଠନ ସମ୍ପାଦିକା ସବିତା ତ୍ରିପାଠୀଙ୍କ ସହ ପ୍ରମୁଖ କାର୍ଯ୍ୟକର୍ତ୍ତା ବିପିନ ପାତ୍ର, ଜଗନ୍ନାଥ ପାଣିଗ୍ରାହୀ, ସୁବର୍ଣ୍ଣ ଖିଲ ଓ କ୍ଷେତ୍ର ମୋହନ ନାୟକ ସମେତ ଅଭିଭାବକଙ୍କ ଉପସ୍ଥିତିରେ ପ୍ରତିଯୋଗିତା ପରିଚାଳନା କରିଥିଲେ। ପ୍ରତିଷ୍ଠିତ ଶିକ୍ଷକ ମନୋଜ କୁମାର ମିଶ୍ର, ଅରୁଣ କୁମାର ସ୍ୱାଇଁ ଓ ବିଶିଷ୍ଟ କଳାକାର ନୃସିଂହ ପ୍ରସାଦ ଷଡଙ୍ଗୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କ ମାର୍ଗଦର୍ଶନ କରିଥିଲେ। ଆସନ୍ତା ୨୯ ତାରିଖ ରବିବାର ଦିନ ତୃତୀୟ ପର୍ଯ୍ୟାୟରେ ପୁଚି, ଶିଶୁଗୀତ, ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା ହେବ ବୋଲି ସଭାପତି ଶ୍ରୀ ତ୍ରିପାଠୀ ଗଣମାଧ୍ୟମରେ ଜଣାଇଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande