ଅଜଣା ଟ୍ରଲର ପଛ ପଟକୁ ଧକ୍କା ଦେଲା ଟାଟା ସଫାରୀ : ୩ ଜଣ ଗୁରୁତର ଆହତ
ଧର୍ମଶାଳା,୨୨ନଭେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ନେଉଳପୁର ନିକଟରେ ଏକ ଅଜଣା ଟ୍ରଲର ପଛ ପଟକୁ ଧକ୍କା ଦେଲେ ଟାଟା ସଫାରୀ କାର(ଓଡି୦୧ଏୟୁ୭୯୦୭) । ସଫାରୀ ଭିତରେ ଥିବା ତିନି ଜଣ ମହିଳା ଗୁରୁତର ଆହତ ହୋଇଥିବା ଜଣାପଡିଛି । ସେମାନଙ୍କୁ ତୁରନ୍ତ ଉଦ୍ଧାର
ଅଜଣା ଟଲର ପଚ ପଯକୁ ଧକ୍କା ଦେଲା ଟାଟା ସଫାରୀ : ୩ ଜଣ ଗୁରୁତର ଆହତ


ଧର୍ମଶାଳା,୨୨ନଭେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ନେଉଳପୁର ନିକଟରେ ଏକ ଅଜଣା ଟ୍ରଲର ପଛ ପଟକୁ ଧକ୍କା ଦେଲେ ଟାଟା ସଫାରୀ କାର(ଓଡି୦୧ଏୟୁ୭୯୦୭) । ସଫାରୀ ଭିତରେ ଥିବା ତିନି ଜଣ ମହିଳା ଗୁରୁତର ଆହତ ହୋଇଥିବା ଜଣାପଡିଛି । ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦିଆ ଯାଇଥିଲା । ଧର୍ମଶାଳା ପୁଲିସ ଘଟଣାସ୍ଥଳରେ ପଂହଚି ତଦନ୍ତ ଜାରି ରଖିଛି । ସଫାରୀଟି ଏକ ପରିବାରର ସମସ୍ତ ସଦସ୍ୟଙ୍କୁ ପୁରୀରୁ ବିବାହ ଭୋଜିରୁ ଯୋଗ ଦେଇ ବଡବିଲକୁ ଫେରିବା ବାଟରେ ନେଉଳପୁର ଛକ ନିକଟରେ ଦୃର୍ଘଟଣା ଘଟି ଥିଲା ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande