ଘନ କୁହୁଡ଼ିରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ୫ ଗୁରୁତର
ଜୟପୁର, 23 ନଭେମ୍ବର (ହି.ସ.) ଘନ କୁହୁଡ଼ି ହେଲା ଦୁର୍ଘଟଣାର କାରଣ, ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୫ ଜଣ ଗୁରୁତର ଆହତ। କୁହୁଡ଼ି ଯୋଗୁଁ ରାସ୍ତା ଠିକ୍ ଭାବେ ଦେଖାଯାଉନଥିବାରୁ ଏଭଳି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି । ଏଭଳି ଦୁ
ଘନ କୁହୁଡ଼ିରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ୫ ଗୁରୁତର


ଜୟପୁର, 23 ନଭେମ୍ବର (ହି.ସ.) ଘନ କୁହୁଡ଼ି ହେଲା ଦୁର୍ଘଟଣାର କାରଣ, ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୫ ଜଣ ଗୁରୁତର ଆହତ। କୁହୁଡ଼ି ଯୋଗୁଁ ରାସ୍ତା ଠିକ୍ ଭାବେ ଦେଖାଯାଉନଥିବାରୁ ଏଭଳି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି । ଏଭଳି ଦୁଃଖଦ ଘଟଣା ଘଟିଛି କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ଗୁନେଇପଡା ଗାଁ ନିକଟରେ l ଆଦିବାସୀଙ୍କ ପାରମ୍ପରିକ ପରବ ଓ ପଡ଼ମାର ଯାତ୍ରା ଦେଖିବାକୁ ଆସିଥିବା ଯୁବକମାନଙ୍କ ମଧ୍ୟରେ ଘଟିଲା ଭୟଙ୍କର ସଡ଼କ ଦୁର୍ଘଟଣା। ଲମତାପୁଟ ବ୍ଲକର ରାୟପଡ଼ା, ଦେଉଳପଡ଼ା ଓ ଆଲାଙ୍ଗପଡ଼ା ଅଞ୍ଚଳରେ ଚାଲିଥିବା ପାରମ୍ପରିକ ପଡମରା ଯାତ୍ରା ଉତ୍ସବ ଦେଖିବାକୁ ଯୁବକମାନେ ନିଜ ନିଜ ବାଇକ୍ରେ ଯୋଗେ ଆସିଥିଲେ l ତେବେ ଘନ କୁହୁଡ଼ି ମଧ୍ୟରେ ଗୁନେଇପଡା ଗାଁ ନିକଟରେ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ଦୁର୍ଘଟଣାରେ କଟରାଗୁଡ଼ା ଗ୍ରାମର ପୀତାମ୍ବର ଖିଲୋଙ୍କ ମୃତ୍ୟୁ ହୋଇଥିବାବେଳେ ଦିଲୀପ କିର୍ଷାଣୀ, ଜୟସେନ ବଡ଼ନାୟକ, ଦିବ୍ୟଜିତ କିର୍ଷାଣୀ, ସୁଭାଶ ଖିଲୋ ଓ ସନ୍ତୋଷ କୁମାର ଖିଲୋ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣାର,ଖବର ପାଇ ମାଛକୁଣ୍ଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ପ୍ରଥମେ 108 ଆମ୍ବୁଲାନସ ଯୋଗେ ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଆହତଙ୍କୁ ଉନ୍ନତ ଚିକିତ୍ସା ପାଇଁ କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ତେବେ ଏହି ଦୁର୍ଘଟଣାକୁ ନେଇ ପ୍ରକୃତ କାରଣ କଣ ବୋଲି ପୋଲିସ ପକ୍ଷରୁ ତଦନ୍ତ ଜାରିରହିଛି l

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande