
କେନ୍ଦ୍ରାପଡ଼ା, ୨୩ ନଭେମ୍ବର(ହି.ସ.) – ମାର୍ଶାଘାଇ ବ୍ଲକ ତାଳସଙ୍ଗା ଗ୍ରାମର ପ୍ରସିଦ୍ଧ ଶୈବ ପୀଠ ବାବା ନୀଳକଣ୍ଠେଶ୍ୱରଙ୍କ ୪୬ତମ ରାହାସ ମହୋତ୍ସବ ୫ଦିନ ଧରି ଉଦ୍ଯାପିତ ହୋଇଯାଇଛି! ଏହି ଉତ୍ସବରେ ରାଜ୍ୟର ବିଭିନ୍ନ ମଠ ଓ ଦେବାଶ୍ରମର ସାଧୁସନ୍ଥମାନେ ବାବାଙ୍କ ନାମ ଯଜ୍ଞରେ ସାମିଲ ହୋଇଥିଲେ! ପ୍ରତିବର୍ଷ ପରି ଚଳିତ ଉତ୍ସବରେ ବିଜେପି ନେତା ଚିତରଞ୍ଜନ ଦାସ ବିଶିଷ୍ଟ ସମାଜସେବୀ ତୃଷାର ସ୍ୱାଇଁ ଯୁବ ନେତା ମନୋଜ ବେହେରା ମଧୁସ୍ମିତା ଦେହୁରୀ ବିଶିଷ୍ଟ ସମାଜସେବୀ ନିରୁପମା ବେହେରାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ପ୍ରଭୁକୃପା ଲାଭ କରିଥିଲେ! ପ୍ରତିଦିନ ସନ୍ଧ୍ୟାରେ ଭଜନ ସନ୍ଧ୍ୟା ସହ ବିଭିନ୍ନ କଳାକାରମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା! ଏହି କୃତି ପ୍ରତିଭାମାନଙ୍କୁ ବିଜେପି ନେତା ଚିତରଞ୍ଜନ ଦାସ ପୁରସ୍କୃତ କରିଥିଲେ! ବିଶେଷ ଆକର୍ଷଣ ଭାବରେ ଅଘୋରୀ ବାବାଙ୍କ ତାଣ୍ଡବ ନୃତ୍ୟ ପରିବେଷଣ ଶ୍ରଦ୍ଧାଳୁଙ୍କ ମନରେ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା!
.......................................
ହିନ୍ଦୁସ୍ଥାନ ସମାଚାର / ରବି