ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ବକାସୁର ବଧ ବେଶ
କେନ୍ଦ୍ରାପଡ଼ା, ୨୩ ନଭେମ୍ବର(ହି.ସ.) – ଆଜି ପବିତ୍ର କାର୍ତିକ ଚତୁର୍ଦ୍ଦଶୀ ତିଥିରେ ଶ୍ରୀ ଜୀଉଙ୍କର ବକାସୁର ବଧ ବେଶ ଅନୁଷ୍ଠିତ ହୋଇଛି। ସନ୍ଧ୍ୟା ନୀତି ସମ୍ପନ୍ନ ପରେ ପୂଜା ପଣ୍ଡାଙ୍କ ଦ୍ୱାରା ବେଶ ସଜ୍ଜିତ ହୋଇଥିଲା ଜଗନ୍ନାଥଙ୍କ ପାଖରେ ବାହୁ ଚରଣ ଲାଗି ହୋଇ ବକାସୁରକୁ ଅବସ୍ଥାପିତ କରାଯାଇଥିଲା ବାକାସ
ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ବକାସୁର ବଧ ବେଶ


କେନ୍ଦ୍ରାପଡ଼ା, ୨୩ ନଭେମ୍ବର(ହି.ସ.) – ଆଜି ପବିତ୍ର କାର୍ତିକ ଚତୁର୍ଦ୍ଦଶୀ ତିଥିରେ ଶ୍ରୀ ଜୀଉଙ୍କର ବକାସୁର ବଧ ବେଶ ଅନୁଷ୍ଠିତ ହୋଇଛି। ସନ୍ଧ୍ୟା ନୀତି ସମ୍ପନ୍ନ ପରେ ପୂଜା ପଣ୍ଡାଙ୍କ ଦ୍ୱାରା ବେଶ ସଜ୍ଜିତ ହୋଇଥିଲା ଜଗନ୍ନାଥଙ୍କ ପାଖରେ ବାହୁ ଚରଣ ଲାଗି ହୋଇ ବକାସୁରକୁ ଅବସ୍ଥାପିତ କରାଯାଇଥିଲା ବାକାସୁରର ଦୁଇ ଥଂଟକୁ ପ୍ରଭୁ ଜଗନ୍ନାଥ ତାଙ୍କ ଦୁଇ ହସ୍ତରେ ଫାଡ଼ି ଅସୁର ବିଦାରଣ ବେଶ ମନଲୋଭା ଥିଲା। ପୁରାଣ ବର୍ଣ୍ଣିତ ଅନୁଯାୟୀ ଦ୍ୱାପର ଯୁଗରେ ପ୍ରବଳ ପ୍ରତାପୀ ବକାସୁର ମଥୁରା ନରେଶ କଂସର ପ୍ରେରିତରେ କୃଷ୍ଣ ବଳରାମଙ୍କୁ ମାରିବା ଲାଗି ଗୋପପୁରରେ ଯାଇ ମାୟରେ ରୂପ ଧାରଣ କରି ବଗ ରୂପୀ ହୋଇ ଯମୁନା ନଦୀ ତଟରେ ଛପି ରହି ଥିଲା ଗୋପାଳ ପିଲାଙ୍କ କ୍ରୀଡ଼ା ସମୟରେ ଏହି ଅସୁରକୁ ଦେଖିଥିଲେ। ଯୁଦ୍ଧ କରି ତା’ର ଥଂଟ ଫାଡ଼ି ବଧ କରିଥିଲେ ତା’ର ପ୍ରଥା ପରମ୍ପରା ଆଜି ତୁଳସୀ କ୍ଷେତ୍ରରେ ପବିତ୍ର ପଂଚୁକ ଚତୁର୍ଦ୍ଦଶୀ ତିଥିରେ ପାଳନ କରାଯାଉଛି ବୋଲି ସେବକ ଟ୍ରଷ୍ଟି ନୃସିଂହ ପ୍ରସାଦ ପତ୍ରୀ ସୂଚନା ଦେଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande