
ନୂଆଦିଲ୍ଲୀ, ୨୩ ନଭେମ୍ବର (ହି.ସ.)। ଘରୋଇ ସରାଫା ବଜାରରେ ଆଜି ପ୍ରାରମ୍ଭିକ କାରବାର ସମୟରେ ସୁନା ଓ ରୁପା ଦରରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଛି। ଦରରେ ପରିବର୍ତ୍ତନ ଯୋଗୁଁ ଆଜି ଦେଶର ଅଧିକାଂଶ ସରାଫା ବଜାରରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୧,୨୫,୦୭୦ ଟଙ୍କାରୁ ୧,୨୫,୨୨୦ ଟଙ୍କା ମଧ୍ୟରେ କାରବାର ହେଉଛି। ସେହିପରି ୨୨ କ୍ୟାରେଟ୍ ସୁନା ଆଜି ୧୦ ଗ୍ରାମ ପିଛା ୧,୧୪,୬୪୦ ଟଙ୍କାରୁ ୧,୧୪,୭୯୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି। ରୁପା ଦରରେ ମଧ୍ୟ କିଲୋଗ୍ରାମ ପିଛା ୧୦୦ ଟଙ୍କାର ସାମାନ୍ୟ ହ୍ରାସ ହୋଇଛି। ଫଳରେ ଆଜି ଦିଲ୍ଲୀ ସରାଫା ବଜାରରେ ରୁପା କିଲୋଗ୍ରାମ ପିଛା ୧,୭୪,୯୦୦ ଟଙ୍କାରେ ବିକ୍ରି ହେଉଛି।
ଦିଲ୍ଲୀରେ ଆଜି ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୧,୨୫,୨୨୦ ଟଙ୍କାରେ କାରବାର ହେଉଥିବା ବେଳେ ୨୨ କ୍ୟାରେଟ୍ ସୁନାର ଦର ୧,୧୪,୭୯୦ ଟଙ୍କା ରହିଛି। ସେହିପରି ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୧,୨୫,୦୭୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ୧,୧୪,୬୪୦ ଟଙ୍କାରେ ବିକ୍ରି ହେଉଛି। ଏହିପରି ଅହମ୍ମଦାବାଦରେ ୨୪ କ୍ୟାରେଟ୍ ସୁନାର ଖୁଚୁରା ଦର ୧୦ ଗ୍ରାମ ପିଛା ୧,୨୫,୧୨୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନାର ଦର ୧,୧୪,୬୯୦ ଟଙ୍କା ରହିଛି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା