
ରାଉରକେଲା, ୨୩ ନଭେମ୍ବର (ହି.ସ.)- ରାଉରକେଲା ଛେଣ୍ଡ ଥାନା ଅଞ୍ଚଳର ଜଣେ ମହିଳାଙ୍କ ଉପରେ ବାରମ୍ବାର ଜୁଲୁମ ଅତ୍ୟାଚାର ହେବା ଓ ସେ ୯ଥର ଦେବାକୁ ଲିଖିତ ଅଭିଯୋଗ ଧରି ଛେଣ୍ଡ ଥାନାକୁ ଗଲାପରେ ବି ଏତଲା ନେଲାନି ଥାନା, ଅତିରିକ୍ତ ଏସପି ରାଉରକେଲାଙ୍କୁ ଏସପି ଏହି କଥା ବୁଝିବାକୁ କହିଥିଲେ ବି ସେ ମଧ୍ୟ ଶୁଣିଲେନି। ଫଳରେ ଜଣେ ମହିଳାଙ୍କୁ ନ୍ୟାୟ ମିଳିଲାନି। ସେ ନ୍ୟାୟ ଲାଗି କଟକ ଡିଜିପି ଅଫିସ ଗଲେ। ସେ ହେଉଛନ୍ତି ଛେଣ୍ଡ କଲୋନୀର ଜୟନ୍ତୀ ଦାସ। କଟକରେ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଭେଟି ସବୁ କହିବା ପରେ ସେ ଡିଆଇଜି ରାଉରକେଲାଙ୍କୁ ଏହି ମାମଲା ବୁଝିବାକୁ ନିର୍ଦ୍ଦେଶ ଦେବା ଏବଂ ତା' ପରେ ଯାଇ ଏତଲା ହେବା ଘଟଣା ଏବେ ସହରରେ ଚର୍ଚ୍ଚାର ବିଷୟ ହୋଇଛି । ଏହାଦ୍ଵାରା ରାଉରକେଲା ଏସପିଙ୍କ ମାନ ସମ୍ମାନ ଉପରେ ଆଁଚ ଆସିବା ସହ ଡିଆଇଜିଙ୍କ ପରିଚାଳନା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଥିବା କୁହାଯାଉଛି। ଖାଲି ସେତିକି ନୁହେଁ ମୁଖ୍ୟମନ୍ତ୍ରୀ ଯାହା କହିଥିଲେ ଥାନାକୁ ଆସିଲା ମାନେ ଅଭିଯୋଗ ପତ୍ର ନେଇ ଆଗ ଏତଲା କରାଜିବ, କିନ୍ତୁ ଏହି ଘଟଣାରେ ଅତିରିକ୍ତ ଏସପି ଓ ଥାନା ଅଧିକାରୀ ଆଇନକୁ ନିଜ ହିସାବରେ ନେଲେ, ଯାହା ଫଳରେ ମୁଖ୍ୟମନ୍ତ୍ରୀ କହିଥିବା କଥାକୁ ଅଣଦେଖା କଲେ । ଏହାଦ୍ଵାରା ଜଣେ ମହିଳା ନ୍ୟାୟ ପାଇବା ଲାଗି କଟକ ଦୌଡିକି ଗଲେ । ଏହି ଘଟଣାରେ ଅତିରିକ୍ତ ଏସପିଙ୍କୁ ତୁରନ୍ତ ତାଙ୍କ ପଦବୀରୁ ବାହାର କରି ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଲାଗି ରାଉରକେଲା ଏସପି ପଦକ୍ଷେପ ନେବା ସହ ଥାନା ବାବୁଙ୍କୁ ତୁରନ୍ତ ନିଲମ୍ବିତ କରିବା କଥା । କିନ୍ତୁ, ମୁଖ୍ୟମନ୍ତ୍ରୀଙ୍କ କଥାକୁ ଏଠି କେତେ ପାଳନ କରାଯାଉଛି ତାହା ଉପରେ ଏବେ ସବୁ ମହଲରୁ ଦୃଷ୍ଟି ରଖାଯାଇଛିା । ଯଦି ସରକାରୀ ଚାକିରୀ କରି ଲୋକଙ୍କ ଟିକସ ପଇସାରେ ଦରମା ପାଇ ଲୋକଙ୍କୁ ଏହିଭଳି ନ୍ୟାୟ ଦେବେ ସେମାନେ କଟକ ଦୌଡିବେ ତେବେ ପୁଲିସ ଉପରେ ଆଉ ଭରଷା ରହିବ କି ବୋଲି ସାଧାରଣରେ ପ୍ରଶ୍ନ ହେଲାଣି । ରାଉରକେଲା ଏସପି ଅନେକ ସଫଳତାକୁ ନେଇ ମିଡିଆକୁ କହୁଛନ୍ତି, କିନ୍ତୁ ଏହି ଗୋଟିଏ ମାମଲା ରାଉରକେଲା ପୁଲିସ ବ୍ୟବସ୍ଥା କେମିତି ଚାଲିଛି ତା'ର ପ୍ରମାଣ ବୋଲି କୁହାଯାଉଛି ।
ଖାଲି ସେତିକି ନୁହେଁ ଏହି ଘଟଣା ସୋସିଆଲ ମିଡିଆରେ ଆସିବା ପରେ ରାଉରକେଲାରେ ଅନେକ ଲୋକ ପୁଲିସର କାମକୁ ନେଇ ନାପସନ୍ଦ କରିଛନ୍ତି । ରାଜ୍ୟ ମୁଖ୍ୟମନ୍ତ୍ରୀ ଏ ଦିଗରେ ଦୃଷ୍ଟି ଦେବା ସହ ରାଉରକେଲାରେ ପୁଲିସ ତା'ର ସୁନାମକୁ ନେଇ ଉଠିଥିବା ପ୍ରଶ୍ନକୁ ଲୋକଙ୍କ ପାଖରେ ଉତର ରଖିବା ଉଚିତ ବୋଲି ମତ ପ୍ରକାଶ ପାଇଛି ।
ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ