ହରଶୃଙ୍ଗାର ଗୁଣ ଜ୍ଞାନ ଓ ସ୍ଵାସ୍ଥ୍ୟ ଶିବିର
ଗଞ୍ଜାମ, ୨୩ ନଭେମ୍ବର (ହି.ସ.)- ବ୍ରହ୍ମପୁର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ହରଙ୍କ ପ୍ରିୟ ପୁଷ୍ପ ହରଶୃଙ୍ଗାର ବା ଗଙ୍ଗଶିଉଳି ପତ୍ରର ଉପକାରିତା ଆଲୋଚନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି କହିଲ
Qertyuiio


ଗଞ୍ଜାମ, ୨୩ ନଭେମ୍ବର (ହି.ସ.)- ବ୍ରହ୍ମପୁର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ହରଙ୍କ ପ୍ରିୟ ପୁଷ୍ପ ହରଶୃଙ୍ଗାର ବା ଗଙ୍ଗଶିଉଳି ପତ୍ରର ଉପକାରିତା ଆଲୋଚନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି କହିଲେ ଏହାର ପତ୍ର, ପୁଷ୍ପ, ଛାଲି ବହୁ ଉପକାରୀ। ଏହି ରୁତୁରେ ଫୁଲ ଫୁଟେ, ସବୁଜ ଓ ରସ ଯୁକ୍ତ ପତ୍ର ହୁଏ। ଶୀତଋତରେ ଏହାର ଆବଶ୍ୟକତା ଅଧିକ ପତ୍ରରସ ବୟସ ଅନୁସାରେ ୨୦ ରୁ ୪୦ ମି.ଲି. ସକାଳେ ସନ୍ଧ୍ୟାରେ ଖାଲି ପେଟରେ ପିଇଲେ କୃମି, ଜ୍ୱର, ମ୍ୟାଲେରିଆ, ଗୃଧ୍ରସୀ, ଅଣ୍ଟା ବ୍ୟଥା, କାମଳ, ପିତ୍ତ ଶାନ୍ତି ହୁଏ ଓ ମଞ୍ଜି ବାଟି ଲଗାଇଲେ ଚନ୍ଦା, ମୁଣ୍ଡ ବ୍ୟଥା ଭଲ ହୁଏ। ରୋଗ ନଥିବା ସମୟରେ ମଧ୍ୟ ପିଇଲେ ଯେକୌଣସି ମଶା, କୀଟ ବିଷ, ଦୂଷିବିଷ ନାଶ ହୁଏ। ପତ୍ର ରସ ଲଗାଇଲେ କୀଟ ଦଂଶ ସ୍ଥାନ, କାଛୁ, ଯାଦୁ, ଚର୍ମରୋଗ ଭଲ ହୁଏ।

ଏହି ଅବସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ, ସ୍ନାୟୁ ରୋଗ, ଅମ୍ଳପିତ୍ତ, ସ୍ତ୍ରୀରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା। ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ ରାଓ ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande