ସମ୍ବଲପୁର ମହୋତ୍ସବ-୨୦୨୬ରେ ବଲାଙ୍ଗିର ଝିଅ ଲକ୍ଷ୍ମୀ ସାହୁଙ୍କ କୃତିତ୍ଵ
ବଲାଙ୍ଗିର, 23 ନଭେମ୍ବର (ହି.ସ.) ସମ୍ବଲପୁର ମହୋତ୍ସବ-୨୦୨୬ରେ ବଲାଙ୍ଗିରର ଝିଅ ଲକ୍ଷ୍ମୀ ସାହୁ ନିଜର ପ୍ରତିଭା ପ୍ରଦର୍ଶନ କରି କୃତିତ୍ୱ ଅର୍ଜନ କରିଛନ୍ତି। ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଂଶଗ୍ରହଣ କରି ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରୀ ଲକ୍ଷ୍ମୀ ନିଜ ପ୍ରତିଭାର ପରିଚୟ ଦେଇଛନ୍ତି। ସମ୍ବଲପ
ସମ୍ବଲପୁର ମହୋତ୍ସବ-୨୦୨୬ରେ ବଲାଙ୍ଗିର ଝିଅ ଲକ୍ଷ୍ମୀ ସାହୁ ଙ୍କ କୃତିତ୍ୱଙ


ବଲାଙ୍ଗିର, 23 ନଭେମ୍ବର (ହି.ସ.) ସମ୍ବଲପୁର ମହୋତ୍ସବ-୨୦୨୬ରେ ବଲାଙ୍ଗିରର ଝିଅ ଲକ୍ଷ୍ମୀ ସାହୁ ନିଜର ପ୍ରତିଭା ପ୍ରଦର୍ଶନ କରି କୃତିତ୍ୱ ଅର୍ଜନ କରିଛନ୍ତି। ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଂଶଗ୍ରହଣ କରି ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରୀ ଲକ୍ଷ୍ମୀ ନିଜ ପ୍ରତିଭାର ପରିଚୟ ଦେଇଛନ୍ତି। ସମ୍ବଲପୁର ମହୋତ୍ସବ ଭଳି ଏକ ବଡ଼ ମଞ୍ଚରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ପ୍ରତିନିଧିତ୍ୱ କରି ଲକ୍ଷ୍ମୀ ସାହୁ ନିଜ ସଫଳତା ସହ ବଲାଙ୍ଗିର ଜିଲ୍ଲାର ଗୌରବ ବଢ଼ାଇଛନ୍ତି।

ତାଙ୍କର ଏହି ସଫଳତା ପାଇଁ ପରିବାର, ଶିକ୍ଷକ-ଶିକ୍ଷୟିତ୍ରୀ, ସହପାଠୀ ଏବଂ ବଲାଙ୍ଗିରବାସୀ ତଥା ସମ୍ବଲପୁର ଜିଲ୍ଲା ଙ୍କ ପକ୍ଷରୁ ଶୁଭେଚ୍ଛା ଅଭିନନ୍ଦନ ଜଣାଯାଇଛି। ଆଗାମୀ ଦିନରେ ମଧ୍ୟ ଲକ୍ଷ୍ମୀ ନିଜ ପ୍ରତିଭାରେ ଆହୁରି ସଫଳତା ହାସଲ କରିବେ ବୋଲି ଆଶା ପ୍ରକାଶ ପାଇଛି। ବଲାଙ୍ଗିରର ଝିଅ ଲକ୍ଷ୍ମୀ ସାହୁଙ୍କ ଏହି ସଫଳତା ନିଶ୍ଚିତ ଭାବେ ଜିଲ୍ଲା ତଥା ସମ୍ବଲପୁର ଜିଲ୍ଲା ଓ ରାଜ୍ୟ ପାଇଁ ଗର୍ବର ବିଷୟ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande