ରିଲିଫ ଓ ସରକାରୀ ସହାୟତା ଅପେକ୍ଷାରେ ବାତ୍ୟା ବିପନ୍ନ
ଗଂଜାମ, 23 ନଭେମ୍ବର (ହି.ସ.) ଅର୍ଣ୍ଣଵ ବାତ୍ୟା ଓ ବନ୍ୟାରେ ଗଞ୍ଜାମ ଜିଲ୍ଲାରେ ନାହଁ ନଥିବା କ୍ଷୟକ୍ଷତି ଘଟିଛି। ଚାଷଜମି ଉଜୁଡି ଯାଇଛି। ପନିପରିବା ଫସଲ ପଚିସଢି ନଷ୍ଟ ହୋଇଛି । ବହୁଲୋକଙ୍କ ଘରଦ୍ଵାର ଭାଙ୍ଗି ଉଜୁଡି ଭାସିଯାଇଛି। ଲୋକେ ବାସହରା ସହ ସର୍ବହରା ହୋଇ ପଡିଛନ୍ତି। ଲୋକଙ୍କ ଅଣ୍ଟା ସଳଖି ଠି
ରିଲିଫ ଓ ସରକାରୀ ସହାୟତା ଅପେକ୍ଷାରେ ବାତ୍ୟା ବିପନ୍ନ


ଗଂଜାମ, 23 ନଭେମ୍ବର (ହି.ସ.) ଅର୍ଣ୍ଣଵ ବାତ୍ୟା ଓ ବନ୍ୟାରେ ଗଞ୍ଜାମ ଜିଲ୍ଲାରେ ନାହଁ ନଥିବା କ୍ଷୟକ୍ଷତି ଘଟିଛି। ଚାଷଜମି ଉଜୁଡି ଯାଇଛି। ପନିପରିବା ଫସଲ ପଚିସଢି ନଷ୍ଟ ହୋଇଛି । ବହୁଲୋକଙ୍କ ଘରଦ୍ଵାର ଭାଙ୍ଗି ଉଜୁଡି ଭାସିଯାଇଛି। ଲୋକେ ବାସହରା ସହ ସର୍ବହରା ହୋଇ ପଡିଛନ୍ତି। ଲୋକଙ୍କ ଅଣ୍ଟା ସଳଖି ଠିଆହେଵା ପୂର୍ବରୁ ପୁଣି ଆକ୍ଭାନ ବାତ୍ୟା ଗଞ୍ଜାମ ଜିଲ୍ଲା ଵାସୀଙ୍କ ଉପରେ ଦାଉ ସାଧି ଲୋକଙ୍କ ଅଣ୍ଟା ଭାଙ୍ଗିଦେଇଛି। କାଁଭାଁ କିଛି ଲୋକଙ୍କ ଯାହା ଜମିରେ ଧାନ ଚାଷ ବର୍ତ୍ତି ଯାଇଥିଲା । ସେତକଵି ଆକାଭାନ ଭସାଇ ନେଇଛି। ଗଞ୍ଜାମ ବାସୀ ଏବେ ସରକାରଙ୍କ ସହାୟତା ଅପେକ୍ଷାରେ ପଡ଼ି ରହିଛନ୍ତି। ଅର୍ଣ୍ଣଵ ଯିବାର ପ୍ର।ୟ ୨୫ଦିନ ବିତିଗଲାଣି। ଏପର୍ଯ୍ୟନ୍ତ ଶେରଗଡ଼ ବ୍ଲକ ରପିତଳର ବିପନ୍ନ ଲୋକମାନଙ୍କୁ ଚୁଡାକି ବିସ୍କୁଟ ପକେଟ୍ ଟିଏ ମିଳିନାହିଁ । ସରକାର ଙ୍କଘୋଷିତ ୫୦ କେଜି ଚାଉଳ ଓ ୨୫୦୦ ଟଙ୍କା ଆର୍ଥିକ ସହାୟତା ମିଳିନାହିଁ। ତେଵେ ଏ ସହାୟତା ଲୋକେ ପାଇଵେ କେବେ ? ଏହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଶେରଗଡ଼ ବିଡିଓ, ତହସିଲ ଦାର, ଗଞ୍ଜାମ ଜିଲ୍ଲାପାଳ ଘଟଣାର ଅନୁଧ୍ୟାନ କରି ତୁରନ୍ତ ଅସହାୟ ତଥା ବିପନ୍ନ ଲୋକମାନଙ୍କୁ ସହାୟତା ଯୋଗାଇ ଦେବାକୁ ଜନ ଦାବି ହେଉଛି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande