ତିନି ଦିନର ହଟ୍ଟଗୋଳ ପରେ ଚତୁର୍ଥ ଦିନ ସ୍ୱାଭାବିକ ହେଲା ବିଧାନସଭା କାର୍ଯ୍ୟ
କୋଟିଆ ପ୍ରସଙ୍ଗରେ ଆଲୋଚନା ପାଇଁ ବାଚସ୍ପତିଙ୍କ ପ୍ରତିଶ୍ରୁତି ପରେ ଆସନକୁ ଫେରିଲେ କଂଗ୍ରେସ ସଦସ୍ୟ ଭୁବନେଶ୍ୱର, ୨୩ ନଭେମ୍ବର (ହି.ସ.) : ଲଗାତାର ତିନି ଦିନ ଧରି ବିରୋଧୀଙ୍କ ହଟ୍ଟଗୋଳ ଓ ପ୍ରତିବାଦ ଯୋଗୁଁ ବିଧାନସଭା କାର୍ଯ୍ୟ ବାଧାପ୍ରାପ୍ତ ହେବା ପରେ ସୋମବାର ଶୀତକାଳୀନ ଅଧିବେଶନର ଚତୁର୍ଥ ଦିନ ଗୃହ
ବିଧାନସଭା


କୋଟିଆ ପ୍ରସଙ୍ଗରେ ଆଲୋଚନା ପାଇଁ ବାଚସ୍ପତିଙ୍କ ପ୍ରତିଶ୍ରୁତି ପରେ ଆସନକୁ ଫେରିଲେ କଂଗ୍ରେସ ସଦସ୍ୟ

ଭୁବନେଶ୍ୱର, ୨୩ ନଭେମ୍ବର (ହି.ସ.) : ଲଗାତାର ତିନି ଦିନ ଧରି ବିରୋଧୀଙ୍କ ହଟ୍ଟଗୋଳ ଓ ପ୍ରତିବାଦ ଯୋଗୁଁ ବିଧାନସଭା କାର୍ଯ୍ୟ ବାଧାପ୍ରାପ୍ତ ହେବା ପରେ ସୋମବାର ଶୀତକାଳୀନ ଅଧିବେଶନର ଚତୁର୍ଥ ଦିନ ଗୃହ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିଥିଲା।

ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କୋଟିଆ ପ୍ରସଙ୍ଗକୁ ନେଇ କଂଗ୍ରେସ ସଦସ୍ୟମାନେ ହୋହଲ୍ଲା କରିବା ସହ ଏହା ଉପରେ ଆଲୋଚନା ଦାବି କରିଥିଲେ। ଫଳରେ କିଛି ସମୟ ପାଇଁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।

ତେବେ କୋଟିଆ ପ୍ରସଙ୍ଗରେ ଆଲୋଚନା କରାଯିବ ବୋଲି ବାଚସ୍ପତି ସୁରମା ପାଢ଼ୀ ପ୍ରତିଶ୍ରୁତି ଦେବା ପରେ କଂଗ୍ରେସ ସଦସ୍ୟମାନେ ନିଜ ଆସନକୁ ଫେରିଥିଲେ। ଏହାପରେ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇଥିଲା।

ଏହା ପରେ ପ୍ରଶ୍ନକାଳ ସୁରୁଖୁରୁରେ ଚାଲିଥିଲା। ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ବିଭିନ୍ନ ବିଭାଗ ସମ୍ପର୍କରେ ଉଠାଇଥିବା ପ୍ରଶ୍ନର ଉତ୍ତର ସମ୍ପୃକ୍ତ ମନ୍ତ୍ରୀମାନେ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଶୀତକାଳୀନ ଅଧିବେଶନର ପ୍ରଥମ ତିନି ଦିନ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। ବାତ୍ୟା ଓ ବନ୍ୟା ପରିଚାଳନାରେ ସରକାରଙ୍କ ବିଫଳତାକୁ ବିଜେଡି ମୁଖ୍ୟ ପ୍ରସଙ୍ଗ କରିଥିବାବେଳେ, କୋଟିଆ ପ୍ରସଙ୍ଗରେ କଂଗ୍ରେସ ସରକାରଙ୍କୁ ଘେରିଥିଲା। ଲଗାତାର ପ୍ରତିବାଦ ଯୋଗୁଁ ଗୃହ କାର୍ଯ୍ୟ ପରିଚାଳନା କରିବା ସମ୍ଭବ ହୋଇପାରିନଥିଲା।

ଗୃହରେ ସ୍ୱାଭାବିକ କାର୍ଯ୍ୟଧାରା ଫେରାଇ ଆଣିବା ଉଦ୍ଦେଶ୍ୟରେ ବାଚସ୍ପତି ସୁରମା ପାଢ଼ୀ ସର୍ବଦଳୀୟ ବୈଠକ ଡାକି ଗୃହ କାର୍ଯ୍ୟ ସୁଚାରୁ ଭାବେ ଚାଲିବା ପାଇଁ ସମସ୍ତ ଦଳର ସହଯୋଗ ଲୋଡ଼ିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande